Advertisment

ରବିନା ଟଣ୍ଡନଙ୍କ ସମର୍ଥନରେ ବାହାରିଲେ କଙ୍ଗନା

ରବିନାଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଏବଂ ଜଣେ ମହିଳାଙ୍କୁ ମାଡ଼ ମାରିବାର ଅଭିଯୋଗ ସହ ଭିଡିଓ ଭାଇରାଲ୍ ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ତଥା ରାଜନେତ୍ରୀ କଙ୍ଗନା।

author-image
Debibandita Barick
ଅଦ୍ୟତନ ହୋଇଛି
Kangana Ranaut & Raveena Tandon

Kangana Ranaut & Raveena Tandon

ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସମର୍ଥନରେ ବାହାରିଛନ୍ତି କଙ୍ଗନା ରାଣାୱତ। ତାଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଏବଂ ଜଣେ ମହିଳାଙ୍କୁ ମାଡ଼ ମାରିବାର ଅଭିଯୋଗ ସହ ଭିଡିଓ ଭାଇରାଲ୍ ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ତଥା ରାଜନେତ୍ରୀ କଙ୍ଗନା।

Advertisment

କଙ୍ଗନା ଏହି ମାମଲାରେ ରବିନାଙ୍କୁ ସମର୍ଥନ କରିଛନ୍ତି। ଏଥିସହ ଘଟଣାସ୍ଥଳରେ ରବିନାଙ୍କ ପ୍ରତି ମହିଳାମାନେ କରିଥିବା ବ୍ୟବହାରକୁ ସେ ନିନ୍ଦା କରିଛନ୍ତି। ଏଥିସହ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।  

କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, "ରବିନା ଟଣ୍ଡନଜିଙ୍କ ସହ ଯାହା ଘଟିଛି, ତାହା ଅତ୍ୟନ୍ତ ଉଦବେଗଜନକ। ଯଦି ବିପକ୍ଷ ଗୋଷ୍ଠୀରେ ୫-୬ ଜଣ ଲୋକ ଥାଆନ୍ତେ, ତେବେ ତାଙ୍କୁ ସେଠାରେ ମାରି ଦେଇଥାନ୍ତେ। ସର୍ବସାଧାରଣ ସ୍ଥାନରେ ଏପରି ଘଟଣାକୁ ଆମେ ନିନ୍ଦା କରୁଛୁ। ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ। ଏପରି ହିଂସାତ୍ମକ ଏବଂ ବିଷାକ୍ତ ଆଚରଣ ଘଟାଇଥିବା ଲୋକ ଖସିଯିବା ଉଚିତ୍ ନୁହେଁ।"

Advertisment

ପ୍ରକାଶ ଥାଉକି, ଗତକାଲି ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ଅଭିନେତ୍ରୀ ରବିନା ଟଣ୍ଡନ ଏବଂ ତାଙ୍କ କାର୍ ଡ୍ରାଇଭର ତାଙ୍କ ମାଆ ଓ ଭାଣିଜୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି। ଏନେଇ ସେ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

କିନ୍ତୁ ଭାଇରାଲ୍ ଭିଡିଓରେ ରବିନା ସେମାନଙ୍କୁ ବୁଝାଉଥିବାର ଦେଖିବାକୁ ମିଳିଥିଲା। ଏପରିକି ସେ ସେମାନଙ୍କୁ ବୁଝାଇବା ସମୟରେ ତାଙ୍କୁ ଅପଶବ୍ଦ ପ୍ରୟୋଗ କରାଯିବା ସହ ଅଭିଯୋଗକାରୀ ମାଡ଼ ମାର ବୋଲି କହୁଥିବା ଶୁଣିବାକୁ ମିଳିଥିଲା। ଏହି ଭିଡିଓକୁ ନେଇ ଅନେକ ୟୁଜର୍ସ ରବିନାଙ୍କ ସମର୍ଥନରେ ବାହାରି ଥିବାବେଳେ କଙ୍ଗନା ରାଣାୱତ ତାଙ୍କୁ ସମର୍ଥନ କରିଛନ୍ତି।   

Kangana Ranaut Raveena Tandon Raveena Tandon Viral Video