Advertisment

'ସାଜିବି ପ୍ରଭାସଙ୍କ କନିଆଁ'

ମୁମ୍ବାଇ: ବାହୁବଳୀ ଫେମ ଅଭିନେତା ପ୍ରଭାସଙ୍କୁ ନେଇ ଚାରିଆଡେ କ୍ରେଜ। ତାଙ୍କ ଫ୍ୟାନ୍‌ ଫଲୋଇଂ ମଧ୍ୟ ଢ଼େର ଅଧିକା। ସେ ମୋଷ୍ଟ ଏଲିଜିବୁଲ ବାଚୁଲର ଅଭିନେତାଙ୍କ ମଧ୍ୟରୁ ଜଣେ। ଏଥିପାଇଁ ଅନେନ ତାଙ୍କର ଦିୱାନା। ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ଅନେକ ଲାଇନ୍‌ ଲଗାଇ ବସିଛନ୍ତି। ଏବେ ଏହି ଧାଡିରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ କ୍ରିତି ସାନନ। ସେ ପ୍ରଭାସଙ୍କୁ ବିବାହ କରିବାକୁ ମନ ବଳାଇଛନ୍ତି। ଏନେଇ ସେ କରିଛନ୍ତି ଖୁଲମଖୁଲା ଘୋଷଣା । […]

author-image
Madhupriya Mistry
ଅଦ୍ୟତନ ହୋଇଛି
'ସାଜିବି ପ୍ରଭାସଙ୍କ କନିଆଁ'

PRABHAS AND KRITI-1

ମୁମ୍ବାଇ: ବାହୁବଳୀ ଫେମ ଅଭିନେତା ପ୍ରଭାସଙ୍କୁ ନେଇ ଚାରିଆଡେ କ୍ରେଜ। ତାଙ୍କ ଫ୍ୟାନ୍‌ ଫଲୋଇଂ ମଧ୍ୟ ଢ଼େର ଅଧିକା। ସେ ମୋଷ୍ଟ ଏଲିଜିବୁଲ ବାଚୁଲର ଅଭିନେତାଙ୍କ ମଧ୍ୟରୁ ଜଣେ। ଏଥିପାଇଁ ଅନେନ ତାଙ୍କର ଦିୱାନା। ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ଅନେକ ଲାଇନ୍‌ ଲଗାଇ ବସିଛନ୍ତି। ଏବେ ଏହି ଧାଡିରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ କ୍ରିତି ସାନନ। ସେ ପ୍ରଭାସଙ୍କୁ ବିବାହ କରିବାକୁ ମନ ବଳାଇଛନ୍ତି। ଏନେଇ ସେ କରିଛନ୍ତି ଖୁଲମଖୁଲା ଘୋଷଣା । ସର୍ବସମ୍ମୁଖରେ ପ୍ରଭାସଙ୍କୁ ବିବାହ କରିବା ପାଇଁ କହିଛନ୍ତି କ୍ରିତି।

Advertisment

ଆଗକୁ କ୍ରିତି ସାନନ ଏବଂ ପ୍ରଭାସ ଉଭୟ ଅପକମିଂ ଫିଲ୍ମ 'ଆଦିପୁରୁଷ'ରେ ନଜର ଆସିବେ। ଏଥିରେ ପ୍ରଭାସଙ୍କୁ ଭଗବାନ ରାମ ଏବଂ କ୍ରିତିଙ୍କୁ ମାତା ସୀତା ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ନେଇ ନିକଟରେ କ୍ରିତି ଏକ ୱେବ୍‌ ପୋର୍ଟାଲକୁ ସାକ୍ଷାତକାର୍‌ ଦେଇଥିଲେ। ଏଥିରେ ତାଙ୍କୁ ପ୍ରଭାସ, ଟାଇଗର ସ୍ରଫ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ମଧ୍ୟରୁ କାହା ସହ ଫ୍ଲର୍ଟ, କାହା ସହ ଡେଟିଂ ଓ କାହା ସହ ବିବାହ କରିବେ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ କ୍ରିତି କହିଥିଲେ ସେ କାର୍ତ୍ତିକଙ୍କ ସହ ଫ୍ଲର୍ଟ, ଟାଇଗର ସହ ଡେଟ୍‌ ଏବଂ ପ୍ରଭାସଙ୍କୁ ବିବାହ କରିବେ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଭାସଙ୍କ ବିବାହକୁ ନେଇ ବହୁ ଦିନ ଧରି ଚର୍ଚ୍ଚା ଲାଗି ରହିଛି। ସେ କେବେ ହାତକୁ ଦି ହାତ ହେବ ତାକୁ ଚାହିଁ ବସିଛନ୍ତି ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌। ଏହାରି ଭିତରେ ପ୍ରଭାସଙ୍କୁ ବିବାହ କରିବା ନେଇ କ୍ରିତିଙ୍କ ଏଭଳି ଉତ୍ତର ଏବେ ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

ସୂଚନା ମୁତାବକ ନିକଟରେ କ୍ରିତି ସାନନଙ୍କ ରିଲିଜ ହୋଇଥିବା ଫିଲ୍ମ 'ମିମି' ବେଶ୍‌ ସଫଳ ହୋଇଛି। ଏବେ ସେ ତାଙ୍କ ଅପ୍‌କମିଂ ଫିଲ୍ମ 'ଆଦିପୁରୁଷ'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ରାମାୟଣ ଉପରେ ଆଧାରିତ। ଏଥିରେ ପ୍ରଭାସ ଏବଂ କ୍ରିତି ଲିଡ୍‌ ରୋଲରେ ନଜର ଆସିବେ। ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ନିର୍ଦ୍ଦେଶନାରେ ତିଆରି ହେବକୁଥିବା ଏହି ଫିଲ୍ମରେ ସୈଫ ଅଲ୍ଲି ଖାନ୍‌ଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ଲକ୍ଷ୍ମଣ ଚରିତ୍ରରେ ନଜର ଆସିବେ ସନି ସିଂହ।

View this post on Instagram

A post shared by Kriti (@kritisanon)

Prabhas Kreeti Sanon