Advertisment

ମା’ ହେଲେ ଟିଏମ୍‌ସି ସାଂସଦ ନୁସରତ୍

କୋଲକାତା: ମା’ ହେଲେ ଟିଏମ୍‌ସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ। ସେ ଆଜି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ରହିଛି। ଗତକାଲି ନୁସରତଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତା ୟଶ ଦାସଗୁପ୍ତା ନୁସରତଙ୍କୁ ହସ୍ପିଟାଲ ନେଇ ଆସିଥିଲେ। ପୁତ୍ର ସନ୍ତାନକୁ ଜନ୍ମ ଦେବା ପୂର୍ବରୁ ନୁସରତ ତାଙ୍କର ଏକ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଥିଲେ। ଏଥିରେ କ୍ୟାପସନ ଦେଇଥିଲେ- […]

ଅଦ୍ୟତନ ହୋଇଛି
ମା’ ହେଲେ ଟିଏମ୍‌ସି ସାଂସଦ ନୁସରତ୍

Nusrat Jahan

Advertisment

କୋଲକାତା: ମା’ ହେଲେ ଟିଏମ୍‌ସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ। ସେ ଆଜି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ରହିଛି। ଗତକାଲି ନୁସରତଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତା ୟଶ ଦାସଗୁପ୍ତା ନୁସରତଙ୍କୁ ହସ୍ପିଟାଲ ନେଇ ଆସିଥିଲେ।

Advertisment

ପୁତ୍ର ସନ୍ତାନକୁ ଜନ୍ମ ଦେବା ପୂର୍ବରୁ ନୁସରତ ତାଙ୍କର ଏକ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଥିଲେ। ଏଥିରେ କ୍ୟାପସନ ଦେଇଥିଲେ- Faith Over Fear। ଏବେ ସେ ମା’ ହେବା ପରେ ତାଙ୍କ ପାଖକୁ ରାଜନୀତି ଜଗତ ଠାରୁ ଆରମ୍ଭ କରି ଫିଲ୍ମ ଜଗତ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

ସୂଚନା ମୁତାବକ ନୁସରତଙ୍କ ପ୍ରେଗ୍‌ନାନ୍ସିକୁ ନେଇ ବିବାଦ ଉଠିଥିଲା। ଅନେକ ଦିନ ଧରି ନୁସରତ ଗର୍ଭବତୀ ଥିବା ଖବର ଶୁଣିବାକୁ ମିଳିବା ପରେ ନୁସରତ ନିଜେ ବେବି ବମ୍ପକୁ ଦେଖାଇ ଏକ ଫଟୋ ଶେଆର କରିଥିଲେ। ପରେ ଏହି ଫଟୋ ଭାଇରାଲ ହୋଇଥିଲା। ଏହାପରେ ସେ ଗର୍ଭବତୀ ଥିବା ନେଇ ଖୁଲାସା ହୋଇଥିଲା। ସେପଟେ ଏହି ସମୟରେ ନିଖିଲ ଜୈନଙ୍କ ସହ ତାଙ୍କ ବିବାହକୁ ନେଇ ମଧ୍ୟ ଅନେକ ବିବାଦ ଉଠିଥିଲା। ଏପରିକି ସଂସଦ ଯାଏ ମଧ୍ୟ କଥା ଯାଇଥିଲା।

Advertisment

ସୂଚନା ମୁତାବକ ୨୦୧୯ରେ ନୁସରତ ଏବଂ ନିଖିଲଙ୍କ ତୁର୍କୀରେ ବିବାହ ହୋଇଥିଲା। ତେବେ ବିବାହର କିଛି ଦିନ ପରେ ନିଖିଲ ଏବଂ ନୁସରତଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପରେ ୨୦୨୧ରେ ଉଭୟ ଅଲଗା ହୋଇ ରହିଥିଲେ। ନିଖିଲ ଏବଂ ନୁସରତ ଏଯାଏଁ ଛାଡପତ୍ର ନେଇନଥିଲେ ସୁଦ୍ଧା ଆଉ ଏକାଠି ରହୁନାହାନ୍ତି।

ନୁସରତ ଏକ ପ୍ରେସ ବିବୃତ୍ତି ଜରି କରି ଖୁଲାସା କରିଥିଲେ ଯେ ତାଙ୍କର ବିବାହ ଅବୈଧ ଥିଲା। ସେ ତାଙ୍କ ବିବାହକୁ ରେଜିଷ୍ଟର କରିନଥିଲେ। ତୁର୍କୀ ବିବାହ ନିୟମାବଳୀ ଅନୁଯାୟୀ ବିଦେଶୀ ମାଟିରେ ଥିବାରୁ ତାଙ୍କ ବିବାହ ଅବୈଧ ବୋଲି ନୁସରତ ଦାବି କରିଛନ୍ତି। ଭାରତରେ ଏହାକୁ ଆଇନଗତ ମାନ୍ୟତା ଦିଆଯିବା ଆବଶ୍ୟକ ଥିଲା କିନ୍ତୁ ତାହା ହୋଇ ନଥିଲା। ସେ ନିଖିଲଙ୍କ ସହ ଲିଭ-ଇନ୍‌ ରିଲେସନସିପ୍‌ରେ ଥିବା କହିଥିଲେ।ସେପଟେ ନିଖିଲ ଅଭିଯୋଗ କରିଛନ୍ତି ଯେ ନୁସରତ ସବୁବେଳେ ବିବାହ ପଞ୍ଜିକରଣ କରିବାକୁ ନେଇ ଦୂରେଇ ରହୁଥିଲେ।

ଏବେ ନୁସରତ କୁଆଡେ ଅଭିନେତା ୟଶ୍‌ ଦାସଗୁପ୍ତାଙ୍କୁ ଡେଟ୍‌ କରୁଥିବା ନେଇ ଶୁଣିବାକୁ ମିଳିଛି। ମଙ୍ଗଳବାର ଦୁହେଁ ଏକା ଭଳି ଇନ୍‌ଷ୍ଟା ଷ୍ଟୋରୀ ଶେଆର କରିଥିଲେ। ଏହା ପରେ ଦୁହେଁ ପରସ୍ପରକୁ ଡେଟ କରୁଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଛି।

Nusrat Jahan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe