Advertisment

ସୋନାକ୍ଷୀଙ୍କ ବିବାହ କାର୍ଡ ଭାଇରାଲ, ରେଡ ଆଉଟଫିଟ୍‌ ମନା

ଏହି କାର୍ଡରେ ସୋନାକ୍ଷୀ ଓ ଜହିର ଇକବଲ କହିଛନ୍ତି, ଆମର ସବୁ ଜାସୁସ ଦୋସ୍ତ ଓ ଫ୍ୟାମିଲି ମେମ୍ବରଙ୍କୁ ହାଏ । ଆମେ ୭ ବର୍ଷ ହେଲେ ପରସ୍ପର ପ୍ରେମରେ ପଡ଼ିଛୁ। ବୟଫ୍ରେଣ୍ଡ- ଗାର୍ଲଫ୍ରେଣ୍ଡରୁ ଏବେ ପତିପତ୍ନୀ ହେବାକୁ ଯାଉଛୁ।।

ଅଦ୍ୟତନ ହୋଇଛି
sonakshi sinha with boyfriend

sonakshi sinha with boyfriend

Advertisment

ଗୁଜବ ସତ ହେଲା। ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଓ ତାଙ୍କ ବୟଫ୍ରେଣ୍ଡ ଜାହିର ଇକବଲଙ୍କ ବିବାହକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ସତ ହୋଇଛି। ଭାଇରାଲ ହେଲା ଉଭୟଙ୍କ ବିବାହ କାର୍ଡ। ଉଭୟ ଆସନ୍ତା ୨୩ ତାରିଖରେ ଉଭୟ ପରସ୍ପରକୁ ଜୀବନ ସାଥୀ କରିବେ ବୋଲି ଜଣାଯାଇଛି। ସୋନାକ୍ଷୀଙ୍କ ବିବାହ କାର୍ଡ ଲିକ୍‌ ହୋଇଥିବା ବେଳେ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି।

Advertisment

 ଏହି ହାଇ ପ୍ରୋଫଇଲ ବିବାହ ମୁମ୍ବାଇସ୍ଥିତ ଶିଳ୍ପା ସେଟ୍ଟିଙ୍କ ରେସ୍ତୁରାଁ Bastian At The Top ରେ ହେବ । ଏହି ବିବାହ କାର୍ଡ ଏକ ମାଗାଜିନ କଭର ପରି ଡିଜାଇନ ହୋଇଛି ଓ ଏହାର ଉପରେ ଲେଖାଯାଇଛି ‘ଗୁଜବ ସତ ଅଟେ’ । ବିବାହ ସମାରୋହରେ ସାମିଲ ହେବାକୁ ଥିବା ଅତିଥିମାନଙ୍କୁ ରେଡ କଲର ଆଉଟଫିଟ୍‌ ପିନ୍ଧିବାକୁ ମନା କରାଯାଇଛି।

ଏହି କାର୍ଡରେ ସୋନାକ୍ଷୀ ଓ ଜହିର ଇକବଲ କହିଛନ୍ତି, ଆମର ସବୁ ଜାସୁସ ଦୋସ୍ତ ଓ ଫ୍ୟାମିଲି ମେମ୍ବରଙ୍କୁ ହାଏ । ଆମେ ୭ ବର୍ଷ ହେଲେ ପରସ୍ପର ପ୍ରେମରେ ପଡ଼ିଛୁ। ବୟଫ୍ରେଣ୍ଡ- ଗାର୍ଲଫ୍ରେଣ୍ଡରୁ ଏବେ ପତିପତ୍ନୀ ହେବାକୁ ଯାଉଛୁ। ତେଣୁ ଆମ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏହି ସେଲିବ୍ରେଶନ୍‌ ଆପଣମାନଙ୍କ ଉପସ୍ଥିତି ବିନା ଅଧୁରା। ତେଣୁ ଯେତେ ବ୍ୟସ୍ତ ଥିଲେ ବି ଆସନ୍ତା ୨୩ ତାରିଖରେ ଫ୍ରି ରହିବେ।

Advertisment
Marriage Card of Sonakshi Sinhaସୋନାକ୍ଷୀଙ୍କ ବିବାହ କାର୍ଡ ।

ଉଭୟଙ୍କ ପ୍ରଥମ ସାକ୍ଷାତ ସଲମାନଙ୍କ ପାର୍ଟିରେ ହୋଇଥିଲା। ସେବେଠୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ୭ ବର୍ଷହେଲା ଉଭୟ ରିଲେସନରେ ଅଛନ୍ତି। ଦୀର୍ଘ ଦିନ ପରେ ଉଭୟ ନିଜ ରିଲେସନକୁ ପବ୍ଲିକ କରିବା ସହ ଏହାକୁ ପତିପତ୍ନୀ ନାମ ଦେବାକୁ ଯାଉଛନ୍ତି।

ତେବେ ଝିଅର ଏହି ନିଷ୍ପତ୍ତି ସମ୍ପର୍କରେ ସୋନାକ୍ଷୀ ଙ୍କ ପିତାଙ୍କ ନିକଟରେ କୌଣସି ସୂଚନା ନ ଥିବା କହିଛନ୍ତି। ଏ ସମ୍ପର୍କରେ ସେ ମିଡିଆରୁ ଶୁଣିବାକୁ ପାଉଥିବା କହିଛନ୍ତି। ତେବେ ଝିଅ ନିମନ୍ତ୍ରଣ କଲେ ପତ୍ନୀଙ୍କ ସହ ପହଞ୍ଚି ନବଦମ୍ପତିଙ୍କୁ ଆଶୀର୍ବାଦ କରିବେ ବୋଲି କହିଛନ୍ତି। ତେବେ ନିଜ ଝିଅ ବିବାହରେ ସେ ସବୁଠୁ ଅଧିକ ଖୁସି ହେବା ପରେ ନାଚିବେ ବୋଲି ବି କହିଛନ୍ତି ଶତ୍ରୁଘ୍ନ ।

ତେବେ ଝିଅ ବିବାହ ବିଷୟରେ କିପରି ଜାଣି ନାହାନ୍ତି ପଚାରିବାରୁ  ଆଜିକାଲିକା ପିଲାମାନେ ବାପାମା’ଙ୍କ ସହମତି ନିଅନ୍ତିନି, କେବଳ ସୂଚନା ଦେଇଥାଆନ୍ତି। ଆମେ ସେହି ସୂଚନାକୁ ଅପେକ୍ଷା କରିଛୁ ।  ତେବେ ଝିଅ ନିଷ୍ପତ୍ତି ଉପରେ ଆମର ସମ୍ପୂର୍ଣ୍ଣ ଭରସା ଅଛି। ସେ କଦାପି ସାମ୍ବିଧାନିକ ନିୟମର ବାହାରେ କିମ୍ବା ବେଆଇନ ନିଷ୍ପତ୍ତି ନେବେ ନାହିଁ। ସାବାଳିକା ହିସାବରେ ନିଜ ନିଷ୍ପତ୍ତି ନେବାର ଅଧିକାର ପାଇଛି ବୋଲି କହିଛନ୍ତି ଶତ୍ରୁଘ୍ନ ସିହ୍ନା । 

Mumbai Sonakshi Sinha Sonakshi Sinha Wedding
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe