Advertisment

ଅଜୟ-କିଚ୍ଚାଙ୍କ ଭାଷା ବିବାଦ ଭିତରକୁ ଡେଇଁଲେ ସୋନୁ

ମୁମ୍ବାଇ: ଦିନକୁ ଦିନ ବଢ଼ି ଚାଲିଛି ସାଉଥ ଫିଲ୍ମର କ୍ରେଜ। ସେ କେଜିଏଫ୍‌ ହେଉ ଅବା ପୁଷ୍ପା କିମ୍ବା ଆର୍‌ଆର୍‌ଆର୍‌। ସବୁଠି ଏବେ ଟ୍ରେଣ୍ଡ ସେଟର ପାଲଟିଛି ସାଉଥ ଫିଲ୍ମ। ଏହାରି ଭିତରେ ଭାଷାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନା ନେଉ ନାହିଁ। ବଲିଉଡ ଅଭିନେତା ଅଜୟ ଦେବଗନ ଓ ସାଉଥ ସୁପରଷ୍ଟାର କିଚ୍ଚା ସୁଦୀପ ହିନ୍ଦୀ ଭାଷାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଅଜୟ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା କହୁଥିବା ବେଳେ କିଚ୍ଚା କିନ୍ତୁ […]

ଅଦ୍ୟତନ ହୋଇଛି
ଅଜୟ-କିଚ୍ଚାଙ୍କ ଭାଷା ବିବାଦ ଭିତରକୁ ଡେଇଁଲେ ସୋନୁ

language-controversy

Advertisment

ମୁମ୍ବାଇ: ଦିନକୁ ଦିନ ବଢ଼ି ଚାଲିଛି ସାଉଥ ଫିଲ୍ମର କ୍ରେଜ। ସେ କେଜିଏଫ୍‌ ହେଉ ଅବା ପୁଷ୍ପା କିମ୍ବା ଆର୍‌ଆର୍‌ଆର୍‌। ସବୁଠି ଏବେ ଟ୍ରେଣ୍ଡ ସେଟର ପାଲଟିଛି ସାଉଥ ଫିଲ୍ମ। ଏହାରି ଭିତରେ ଭାଷାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନା ନେଉ ନାହିଁ। ବଲିଉଡ ଅଭିନେତା ଅଜୟ ଦେବଗନ ଓ ସାଉଥ ସୁପରଷ୍ଟାର କିଚ୍ଚା ସୁଦୀପ ହିନ୍ଦୀ ଭାଷାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଅଜୟ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା କହୁଥିବା ବେଳେ କିଚ୍ଚା କିନ୍ତୁ ଏହା ମାନିବାକୁ ନାରାଜ। ଏବେ ଅଜୟ-କିଚ୍ଚାଙ୍କ ଏହି ଭାଷା ବିବାଦ ଭିତରକୁ ଏଣ୍ଟ୍ରି କରିଛନ୍ତି ବଲିଉଡର ପ୍ରଖ୍ୟାତ ସିଙ୍ଗର ସୋନୁ ନିଗମ୍‌।

Advertisment

ସମ୍ବିଧାନର କେଉଁଠି ବି ଲେଖା ନାହିଁ ଯେ, ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା। ଏହା ସବୁଠାରୁ ଅଧିକ କୁହାଯାଉଥିବା ଭାଷା ହୋଇପାରେ, କିନ୍ତୁ ରାଷ୍ଟ୍ର ଭାଷା ନୁହେଁ। ବରଂ ତାମିଲ ହେଉଛି ସର୍ବ ପୁରାତନ ଭାଷା। ସଂସ୍କୃତ ଏବଂ ତାମିଲ ମଧ୍ୟରେ କିଏ ସର୍ବପୁରାତନ ଏନେଇ ବିତର୍କ ଚାଲିଥିବା ବେଳେ ଲୋକମାନେ କୁହନ୍ତି ଯେ ତାମିଲ ହେଉଛି ସମଗ୍ର ବିଶ୍ୱର ସର୍ବ ପୁରାତନ ଭାଷା ବୋଲି ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୋନୁ କହିଛନ୍ତି।

ସେ ଆହୁରି କହିଛନ୍ତି, ଅନ୍ୟ ଦେଶମାନଙ୍କ ସହ ଏଭଳି ଆମର ଅନେକ ବିବାଦ ରହିଛି ଯାହାକୁ ସମାଧାନ କରିବା ଜରୁରୀ। ତେଣୁ ଆମ ଦେଶ ଭିତରେ ବିବାଦ ସୃଷ୍ଟି କରିବା ଅନୁଚିତ। କିଏ କେଉଁ ଭାଷାରେ କଥା ହେବା ଉଚିତ୍ ତାହା ଜଣାଇବାକୁ କାହାର ବି ଅଧିକାର ନାହିଁ। ପଞ୍ଜାବୀ ଲୋକମାନେ ପଞ୍ଜାବୀ କହିପାରିବେ, ତାମିଲିଅନ୍‌ମାନେ ତାମିଲ ଭାଷା କହିପାରିବେ ଏବଂ ଯଦି ଆପଣ ଇଂରାଜୀରେ କଥାବାର୍ତ୍ତା କରିବାକୁ ଆରାମଦାୟକ ତେବେ ଆପଣ ଇଂରାଜୀରେ କଥା ହୋଇପାରିବେ। ଦେଶରେ ଏଭଳି ବିବାଦ ସୃଷ୍ଟି କରି ଦେଶକୁ ଆଉ ଭାଗ କରିବାକୁ ଚେଷ୍ଟା କରନ୍ତୁନି ବୋଲି ସୋନୁ କହିଛନ୍ତି।

Advertisment

ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ଏକ ଇଣ୍ଟରଭ୍ୟୁ ସାଉଥ ସୁପରଷ୍ଟାର କିଚ୍ଚା ସୁଦୀପ ହିନ୍ଦୀ ଆମ ରାଷ୍ଟ୍ରୀୟ ଭାଷା ନୁହେଁ ବୋଲି କହିଥିଲେ। ଯାହାକୁ ନେଇ ଅଭିନେତା ଅଜୟ ଦେବଗନ ଟ୍ୱିଟ୍‌ ଜରିଆରେ ତାଙ୍କୁ ଏହାର ଜବାବ ଦେଇ କହିଥିଲେ, ଯଦି ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ ତେବେ ତୁମ ମାତୃଭାଷାର ଫିଲ୍ମଗୁଡିକୁ ହିନ୍ଦୀରେ କାହିଁକି ଡବ୍‌ କରି ରିଲିଜ କରୁଛ? ହିନ୍ଦୀ ଆମର ମାତୃଭାଷା ଓ ରାଷ୍ଟ୍ରୀୟ ଭାଷା ଥିଲା ଆଉ ସର୍ବଦା ରହିବ।'

ଅଜୟଙ୍କ ଏଭଳି ଟ୍ୱିଟ୍‌ ପରେ ଆରମ୍ଭ ହୋଇଥିଲା ବିବାଦ। କିଚ୍ଚା ମଧ୍ୟ ଅଜୟଙ୍କ ଏଭଳି ଟ୍ୱିଟ୍‌ର ମୁହଁତୋଡ ଜବାବ ଦେଇଥିଲେ।  ଏହି ପ୍ରସଙ୍ଗରେ ଅନେକ ବଡ ବଡ ଷ୍ଟାର୍‌ମାନେ ନିଜ ନିଜ ମତ ରଖିଥିଲେ। ଏପରିକି ଟ୍ୱିଟ୍‌ର୍‌ରେ ଏକ ପ୍ରକାରର ୱାର୍‌ ଆରମ୍ଭ ହୋଇଯାଇଥିଲା।

Bollywood Twitter War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe