ବଲିଉଡର ହତଭାଗା ଷ୍ଟାର: ଗୁରୁତ୍ୱ କିଛି କମ୍ ନୁହେଁ, କିନ୍ତୁ ଦାମ୍‌ କମ୍

ମୁମ୍ବାଇ: ବଲିଉଡରେ ତିନି ଖାନ୍‌ଙ୍କ ବାଦ ଆଉ ଯଦି କାହାର ରାଜ ଚାଲେ ସେ ହେଉଛନ୍ତି ବିଗ୍‌-ବି। ଏହି ୪ କଳାକାରଙ୍କ ପାରିଶ୍ରମିକ ସବୁଠାରୁ ଅଧିକ। ହେଲେ ଏମାନଙ୍କୁ ବାଦ୍‌ ଦେଲେ ବଲିଉଡରେ ଏମିତି କି କିଛି କଳାକାର ଅଛନ୍ତି, ଯେଉଁମାନଙ୍କୁ ଅଣଦେଖା କରାଯାଇ ପାରିବ ନାହିଁ। ଏକାଧିକ ହିଟ୍‌ ଫିଲ୍ମର ନାୟକ ସାଜିଥିବା ଏହି କଳାକାରମାନେ କିନ୍ତୁ ପାଇ ନଥାନ୍ତି ଅଧିକ ପାରିଶ୍ରମିକ। ତେଣୁ ବଲିଉଡର ମୋଷ୍ଟ ୱାଣ୍ଟେଡ କଳାକାର ହୋଇ ମଧ୍ୟ ଏମାନଙ୍କୁ ଶସ୍ତା […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 02:33 PM IST

Sports

Latest News

ମୁମ୍ବାଇ: ବଲିଉଡରେ ତିନି ଖାନ୍‌ଙ୍କ ବାଦ ଆଉ ଯଦି କାହାର ରାଜ ଚାଲେ ସେ ହେଉଛନ୍ତି ବିଗ୍‌-ବି। ଏହି ୪ କଳାକାରଙ୍କ ପାରିଶ୍ରମିକ ସବୁଠାରୁ ଅଧିକ। ହେଲେ ଏମାନଙ୍କୁ ବାଦ୍‌ ଦେଲେ ବଲିଉଡରେ ଏମିତି କି କିଛି କଳାକାର ଅଛନ୍ତି, ଯେଉଁମାନଙ୍କୁ ଅଣଦେଖା କରାଯାଇ ପାରିବ ନାହିଁ। ଏକାଧିକ ହିଟ୍‌ ଫିଲ୍ମର ନାୟକ ସାଜିଥିବା ଏହି କଳାକାରମାନେ କିନ୍ତୁ ପାଇ ନଥାନ୍ତି ଅଧିକ ପାରିଶ୍ରମିକ। ତେଣୁ ବଲିଉଡର ମୋଷ୍ଟ ୱାଣ୍ଟେଡ କଳାକାର ହୋଇ ମଧ୍ୟ ଏମାନଙ୍କୁ ଶସ୍ତା ଅଭିନେତା ବୋଲି କୁହାଯାଇଥାଏ। ଆସନ୍ତୁ ଜାଣିବା ଏମିତି କିଛି କଳାକାରଙ୍କ ବିଷୟରେ।

ଅକ୍ଷୟ ଖନ୍ନା: ବଲିଉଡ଼ରେ ଅକ୍ଷୟ ବହୁତ ଦିନ ହେବ କାମ କରୁଛନ୍ତି। ଭିନ୍ନ ଭିନ୍ନ ଚିରିତ୍ରରେ ତାଙ୍କୁ ଦେଖିବାକୁ ମିଳିଥାଏ। ହେଲେ ତାଙ୍କୁ ଗୋଟେ ଗୋଟେ ଫିଲ୍ମ ପାଇଁ ୨ରୁ ୩ କୋଟି ଟଙ୍କା ପାରିଶ୍ରମିକ ମିଳିଥାଏ।

Abhishek-Bachchanଅଭିଷେକ ବଚ୍ଚନ: ବାପା ଓ ପତ୍ନୀ ସୁପରଷ୍ଟାର। ହେଲେ ବି-ଟାଉନ୍‌ରେ ସେମାନଙ୍କ ପରି ଜଲୱା ଦେଖାଇ ପାରିନାହାଁନ୍ତି ଅଭିଷେକ। ଏହାର କାରଣ ଦର୍ଶକ ତାଙ୍କ ନିକଟରୁ ଅମିତାଭଙ୍କ ପରି ଅଭିନୟ ଖୋଜିଥାନ୍ତି। ହେଲେ ଅମିତାଭଙ୍କ ସ୍ଥାନ ନେବା ଅସମ୍ଭବ। ଗୋଟେ ଫିଲ୍ମ ପାଇଁ ଅଭିଷେକ ୨ରୁ ୨.୨୫ କୋଟି ଟଙ୍କା ମିଳିଥାଏ।

ସଞ୍ଜୟ ଦତ୍ତ: କୁହାଯାଏ ସଞ୍ଜୟ ଦତ୍ତ ଜେଲ୍‌ ଯାଇ ନଥିଲେ, ଅଜି ସୁପରଷ୍ଟାର ଆସନରେ ବସିଥାନ୍ତେ। ନିଜର ପ୍ରତିଟି ଚରିତ୍ରକୁ ଏକ ଭିନ୍ନ ରଙ୍ଗ ଦେଇଥାନ୍ତି ସଞ୍ଜୟ। ଏତେ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବା ପରେ ସେ ପ୍ରତି ଫିଲ୍ମ ପାଇଁ ୩ରୁ ୫ କୋଟି ଟଙ୍କା ନେଇଥାନ୍ତି।

tusharତୁଷାର କପୁର: ଅଶୀ ଦଶକର ସୁପରଷ୍ଟାର ଜିତେନ୍ଦ୍ରଙ୍କ ପୁଅ ତୁଷାର କପୁର କିନ୍ତୁ ବଲିଉଡରେ ନିଜ କରିସ୍ମା ଦେଖାଇ ପାରିନାହାଁନ୍ତି। ସେ ନିଜ କ୍ୟାରିୟରରେ ଯେତିକି ଅଧିକ ହିଟ୍‌ ପିଲ୍ମ ଦେଇ ନାହାଁନ୍ତି, ତା’ଠାରୁ ଅଧିକ ଫ୍ଲପ ଫିଲ୍ମରେ କାମ କରିଛନ୍ତି। ତାଙ୍କ ସହ ଡେବ୍ୟୁ କରିଥିବା କରିନା କପୁର ଆଜି ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। କିନ୍ତୁ ଆଜି ବି ତୁଷାରଙ୍କୁ ଷ୍ଟ୍ରଗଲ୍ଡ ଷ୍ଟାର ସନ୍‌ କୁହାଯାଉଛି। ପ୍ରତି ଫିଲ୍ମ ପାଇଁ ସେ ୨ରୁ ୩ କୋଟି ଟଙ୍କା ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos