ପୁଣି ଚର୍ଚ୍ଚାରେ ସନି ଓ ଡିମ୍ପଲ; ଅନ୍ତରଙ୍ଗ ଫଟୋ ଭାଇରାଲ୍

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ସନି ଦେଓଲ ଓ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ। ଏ ଦୁହିଁଙ୍କ କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଫଟୋରେ ସନି ଓ ଡିମ୍ପଲ ପରସ୍ପରର ହାତ ଧରି ବସିଥିବା ଦେଖିବାକୁ ମିଳିଛି। ସେଥିପାଇଁ ଏହି ଫଟୋଟି ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ଏହି ଫଟୋଟି ଲଣ୍ଡନର। ଗତ ସପ୍ତାହରେ ସନି ଛୁଟି କାଟିବା ପାଇଁ ଲଣ୍ଡନ ଯାଇଥିଲେ। ସେଠାରେ ତାଙ୍କ ସହିତ ଡିମ୍ପଲ ବି ଥିଲେ। ସନି […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 04:08 PM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ସନି ଦେଓଲ ଓ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ। ଏ ଦୁହିଁଙ୍କ କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଫଟୋରେ ସନି ଓ ଡିମ୍ପଲ ପରସ୍ପରର ହାତ ଧରି ବସିଥିବା ଦେଖିବାକୁ ମିଳିଛି। ସେଥିପାଇଁ ଏହି ଫଟୋଟି ଚର୍ଚ୍ଚାର ବିଷୟ ପାଲଟିଛି।

କୁହାଯାଉଛି ଏହି ଫଟୋଟି ଲଣ୍ଡନର। ଗତ ସପ୍ତାହରେ ସନି ଛୁଟି କାଟିବା ପାଇଁ ଲଣ୍ଡନ ଯାଇଥିଲେ। ସେଠାରେ ତାଙ୍କ ସହିତ ଡିମ୍ପଲ ବି ଥିଲେ। ସନି ଓ ଡିମ୍ପଲଙ୍କ ଏହି ଫଟୋଟି ଲଣ୍ଡନର ଏକ ବସ୍ ଷ୍ଟପ୍‌ର। ଏହାକୁ ତାଙ୍କ ଫ୍ୟାନ୍‌ ନିଶା ପାଲ୍ ଅଗଷ୍ଟ ୯ ତାରିଖରେ ଉଠାଇ ଥିଲେ। କେବଳ ସେତିକି ନୁହେଁ ନିଶା ପାଲ୍ ସେମାନଙ୍କ ଭିଡିଓ ମଧ୍ୟ ଅପ୍‌ଲୋଡ୍ କରିଛନ୍ତି। ଏହି ଫଟୋରେ ସନି ଓ ଡିମ୍ପଲ ବହୁତ କମ୍ଫର୍ଟେବଲ ନଜର ଆସୁଛନ୍ତି। ଲାଗୁଛି ଦୁହେଁ କୌଣସି ବସ୍‌କୁ ଅପେକ୍ଷା କରିଛନ୍ତି।

ଆପଣମାନେ ଜାଣିଥିବେ ଯେ ୯୦ ଦଶକରେ ସନି ଓ ଡିମ୍ପଲଙ୍କ ଲଭ୍ ଷ୍ଟୋରୀ ଭାରି ଚର୍ଚ୍ଚାରେ ରହିଥିଲା। ସନି ଅମୃତା ସିଂହଙ୍କଠାରୁ ଅଲଗା ହେବା ପରେ ଡିମ୍ପଲ କପାଡ଼ିଆ ତାଙ୍କ ଜୀବନକୁ ଆସିଥିଲେ। ଅମୃତା ଥିଲେ ତାଙ୍କର ପ୍ରଥମ ପ୍ରେମ। କୁହାଯାଏ ସନି ବିବାହିତ ହୋଇଥିଲେ ମଧ୍ୟ ଡିମ୍ପଲଙ୍କୁ ପତ୍ନୀର ମାନ୍ୟତା ଦେଇଥିଲେ। ସନ୍ନି ବିବାହିତ ଥିବାରୁ ଅମୃତା ତାଙ୍କୁ ଛାଡ଼ି ଥିଲେ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos