Advertisment

‘ବୁଢ଼ାଙ୍କ ସହ ତୁମ ଯୋଡ଼ି ମାନୁନି’, କିଏ ଦିଶାଙ୍କୁ କହିଲେ ଏମିତି କଥା

ମୁମ୍ବାଇ: ‘କହିଁ ପେ ନିଗାହେଁ, କହିଁ ପେ ନିଶାନା’ l ବଲିଉଡ୍‌ର ହିଟ୍‌ ଓ ଫିଟ୍‌ ଡିଭା ଦିଶା ପାଟନୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ଅବସରରେ ଭାଇଜାନ (ସଲମାନ ଖାନ)ଙ୍କୁ ଟାର୍ଗେଟ କରିଛନ୍ତି କମାଲ ଆର ଖାନ (କେଆରକେ) l କେଆରକେ ଟ୍ୱିଟ୍‌ କରି ବୁଢ଼ା କଳାକାରଙ୍କ ସହ ଦିଶାଙ୍କ ଯୋଡ଼ି ଭଲ ମାନୁ ନଥିବା କହିଛନ୍ତି। ଏହା ସହିତ ବେଳେ ବୟଫ୍ରେଣ୍ଡ ଟାଇଗର ଶ୍ରଫଙ୍କ ସହ କାମ କରିବାକୁ ସେ ଦିଶାଙ୍କୁ ପରାମର୍ଶ ଦେଇଛନ୍ତି। […]

ଅଦ୍ୟତନ ହୋଇଛି
‘ବୁଢ଼ାଙ୍କ ସହ ତୁମ ଯୋଡ଼ି ମାନୁନି’, କିଏ ଦିଶାଙ୍କୁ କହିଲେ ଏମିତି କଥା

Disha Patani

Advertisment

ମୁମ୍ବାଇ: 'କହିଁ ପେ ନିଗାହେଁ, କହିଁ ପେ ନିଶାନା' l ବଲିଉଡ୍‌ର ହିଟ୍‌ ଓ ଫିଟ୍‌ ଡିଭା ଦିଶା ପାଟନୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ଅବସରରେ ଭାଇଜାନ (ସଲମାନ ଖାନ)ଙ୍କୁ ଟାର୍ଗେଟ କରିଛନ୍ତି କମାଲ ଆର ଖାନ (କେଆରକେ) l

Advertisment

କେଆରକେ ଟ୍ୱିଟ୍‌ କରି ବୁଢ଼ା କଳାକାରଙ୍କ ସହ ଦିଶାଙ୍କ ଯୋଡ଼ି ଭଲ ମାନୁ ନଥିବା କହିଛନ୍ତି। ଏହା ସହିତ ବେଳେ ବୟଫ୍ରେଣ୍ଡ ଟାଇଗର ଶ୍ରଫଙ୍କ ସହ କାମ କରିବାକୁ ସେ ଦିଶାଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ‘ରାଧେ’ ଫିଲ୍ମରେ ଦିଶା ‘ଦବଙ୍ଗ’ ଖାନଙ୍କ ସହ ସ୍କ୍ରିନ ଶେଆର କରିଥିବା ବେଳେ ଏହି ଫିଲ୍ମର ରିଭିୟୁ କରିଥିଲେ କେଆରକେ l ଆଉ ରାଧେ ଦେଖିବା କେବଳ ସମୟ ବର୍ବାଦ ବୋଲି କହିଥିଲେ।

Advertisment

ତାଙ୍କ ମନ୍ତବ୍ୟକୁ ଗୁରୁତ୍ୱର ସହ ନେଇଥିଲେ ସଲମାନ ଖାନ୍‌। ଆଉ ମାମଲା କୋର୍ଟରେ ପହଞ୍ଚିଥିଲା। କେଆରକେଙ୍କ ନାଁରେ ମାନହାନୀ ମାମଲା କରିଥିଲେ ସଲମାନ। ‘ରାଧେ’ ଫିଲ୍ମର ରିଭିୟୁ କରିଥିବାରୁ ସଲମାନ ତାଙ୍କ ବିରୋଧରେ ଜାଣିଶୁଣି ମାନହାନୀ ମାମଲା କରିଥିବା କେଆରକେ କହିଥିଲେ। ଏହାର ସ୍ପଷ୍ଟୀକରଣ ଦେବାକୁ ଯାଇ ସଲମାନଙ୍କ ଓକିଲ କହିଥିଲେ କି କେଆରକେ ତାଙ୍କ ବିରୋଧରେ ହାୱାଲା ଅଭିଯୋଗ ଆଣିଥିବାରୁ ମାନହାନୀ ମାମଲା ହୋଇଥିଲା।

କୋର୍ଟଙ୍କ ଭୟରେ କେଆରକେ ସଲମାନଙ୍କ ପିତା ସଲିମ ଖାନଙ୍କୁ କ୍ଷମା ମାଗିବା ପରେ ଏହି ମାମଲା ଶାନ୍ତ ପଡ଼ିଥିଲା। ତେବେ ପରୋକ୍ଷରେ ପୁଣି ଥରେ କେଆରକେଙ୍କ ଆଟାକ୍‌ ପରେ ଭାଇଜାନଙ୍କ ରିଆକ୍ସନ୍‌ କ’ଣ ରହିବ, ତାହା ସମୟ କହିବ।

Disha Patani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe