୮ ଅଭିନେତ୍ରୀ, ଯେଉଁମାନେ ବିବାହ ପୂର୍ବରୁ ଥିଲେ ଗର୍ଭବତୀ

ଗର୍ଭଧାରଣ ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଏହା ସେମାନଙ୍କ ଜୀବନର ଏକ ସୁନ୍ଦର ପର୍ଯ୍ୟାୟ ମଧ୍ୟ। ଗର୍ଭଧାରଣ କୌଣସି ଆଶୀର୍ବାଦରୁ କିଛି କମ୍‌ ନୁହେଁ। ସମସ୍ତ ମହିଳା ଗର୍ଭବତୀ ହେବା ପାଇଁ ଚାହାଁନ୍ତି। ଗର୍ଭବତୀ ହେବାର ଖବର ସେମାନେ ଆନନ୍ଦର ସହିତ ବାଣ୍ଟନ୍ତି। କିନ୍ତୁ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଗର୍ଭବତୀ ହେବା ଖବରକୁ ଲୁଚାଇଛନ୍ତି। ନହେଲେ ଅଚାନକ ବାହା ହେବା ପରେ ପରେ ସେମାନେ ଗର୍ଭବତୀ ଥିବା ଖବରକୁ ସାର୍ବଜନୀନ କରନ୍ତି। ତେଣୁ ଏଥିରୁ […]

Rakesh Mallick
  • Published: Friday, 08 September 2017
  • Updated: 08 September 2017, 02:34 PM IST

Sports

Latest News

ଗର୍ଭଧାରଣ ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଏହା ସେମାନଙ୍କ ଜୀବନର ଏକ ସୁନ୍ଦର ପର୍ଯ୍ୟାୟ ମଧ୍ୟ। ଗର୍ଭଧାରଣ କୌଣସି ଆଶୀର୍ବାଦରୁ କିଛି କମ୍‌ ନୁହେଁ। ସମସ୍ତ ମହିଳା ଗର୍ଭବତୀ ହେବା ପାଇଁ ଚାହାଁନ୍ତି। ଗର୍ଭବତୀ ହେବାର ଖବର ସେମାନେ ଆନନ୍ଦର ସହିତ ବାଣ୍ଟନ୍ତି। କିନ୍ତୁ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଗର୍ଭବତୀ ହେବା ଖବରକୁ ଲୁଚାଇଛନ୍ତି। ନହେଲେ ଅଚାନକ ବାହା ହେବା ପରେ ପରେ ସେମାନେ ଗର୍ଭବତୀ ଥିବା ଖବରକୁ ସାର୍ବଜନୀନ କରନ୍ତି। ତେଣୁ ଏଥିରୁ କ’ଣ ଜଣାପଡ଼ୁଛି? ସ୍ୱାଭାବିକ ଭାବେ ଜଣେ ଭାବିବେ ଯେ ସେମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇଛନ୍ତି। ଏଠି ଆମେ ସେମିତି ୮ ଜଣ ଅଭିନେତ୍ରୀଙ୍କ ବିଷୟରେ ଲେଖୁଛୁ ଯେଉଁମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ।

ଶ୍ରୀଦେବୀ

ବଲିଉଡର ଚାଲ୍‌ବାଜ୍‌ ଗର୍ଲ  ଶ୍ରୀଦେବୀ ବୋନୀ କପୁରଙ୍କ ସହ ଡେଟ୍ କରୁଥିବା ସମୟରେ ଗର୍ଭବତୀ ହୋଇଥିଲେ। ଏ କଥା ସେ ଗଣମାଧ୍ୟମ ଆଗରେ ସ୍ୱୀକାର କରିଥିଲେ। ଡେଟ୍ କରିବା ବେଳେ ଗର୍ଭଧାରଣ କରିଥିବା କଥାକୁ ସାର୍ବଜନୀନ କରିବାରେ ସେ ବୋଧେ ହେଉଛନ୍ତି ଏକମାତ୍ର ବଲିଉଡ୍‌ ଅଭିନେତ୍ରୀ।   ଶ୍ରୀଦେବୀ ୭ ମାସର ଗର୍ଭବତୀ ଥିବା ଅବସ୍ଥାରେ ବୋନିଙ୍କୁ ବିବାହ କରିଥିଲେ।

CelinaJaitly

ସେଲିନା ଜେଟଲୀ

ସେଲିନା ନିଜର ପ୍ରେମିକ ପିଟର ହାଗଙ୍କୁ  ବିବାହ କରିଛନ୍ତି। ବିବାହର ୭ମାସ ପରେ ସେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ସେଲିନା ବିବାହ ପୂର୍ବରୁ ଗର୍ଭବତୀ ଥିଲେ।

CelinaJaitly

କୋଙ୍କଣା ସେନ

କୋଙ୍କଣା ସେନ ଶର୍ମା ଏକ ବର୍ଷରୁ ଅଧିକ ସମୟ ଧରି ରଣବୀର ସୋରୀଙ୍କ  ସହ ଡେଟ୍‌ କରୁଥିଲେ। ସେ ୬ ମାସର ଗର୍ଭବତୀ ଥିବା ସମୟରେ ରଣବୀର ସୋରୀଙ୍କୁ ବିବାହ କରିଥିଲେ।

sarika

ସାରିକା

ସାରିକା କମଲ ହାସନଙ୍କ ସହିତ ଡେଟ୍ କରୁଥିଲେ। ସେତେବେଳକୁ କମଲ ହାସନ ବିବାହ କରି ସାରିଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ବାଣୀ। ତଥାପି କମଲଙ୍କ ସହ ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ଥିଲେ ସାରିକା। ଏହି ସମୟରେ ସେ ଗର୍ଭବତୀ ହୋଇଥିଲେ। ଝିଅ ଶ୍ରୁତି ଜନ୍ମ ହେବା ପରେ ସେ କମଲଙ୍କୁ ବିବାହ କରିଥିଲେ।

mahimachaudhary

ମହିମା ଚୌଧୁରୀ

ମହିମା ଚୌଧୁରୀ ବବି ମୁଖାର୍ଜୀଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତୀ ହୋଇଥିଲେ। ଏହି ଖବରଟି ତାଙ୍କର ଜଣେ ନିକଟତର ବନ୍ଧୁଙ୍କଠାରୁ ଜଣାପଡ଼ିଥିଲା।

amritaaroraଅମ୍ରିତା ଆରୋରା

ଅମ୍ରିତା ଆରୋରା ଶକୀଲ ଲଡାକଙ୍କୁ ବିବାହ କରିଥିଲେ ଏବଂ ବିବାହର ୭ ମାସ ପରେ ସେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ।  ଏଥିରୁ ଏହା ବିଚାର କରାଯାଏ କି ସେ ବିବାହ ପୂର୍ବରୁ ଗର୍ଭବତୀ ଥିଲେ।

lisaଲିସା ହେଡନ

୨୦୧୬ ଡିସେମ୍ବରରେ ଲିସା ବାହା ହେଲେ ଡିନୋ ଲିଲୱାନିଙ୍କୁ। ଆଉ ମେ’ ୨୦୧୭ରେ ସେ ଏକ ସନ୍ତାନକୁ ଜନ୍ମ ଦେଲେ। ଏଥିରୁ ସ୍ପଷ୍ଟ ଭାପେ ଜଣାପଡ଼ୁଛି ଯେ ଲିସା ବିବାହ ପୂର୍ବରୁ ଗର୍ଭବତୀ ଥିଲେ।

neena

ନୀନା ଗୁପ୍ତା

ନୀନା ଭିଭିଆନ ରିଚାର୍ଡସ୍‌ଙ୍କ ସହ ଡେଟ୍ କରୁଥିଲେ। ତା’ପରେ ସେ ଗର୍ଭବତୀ ହୋଇଥିଲେ ଏବଂ ଝିଅ ମାସାବାକୁ ଜନ୍ମ ଦେଇଥିଲେ। ଭିଭିଆନ ବିବାହିତ ଥିବା ସତ୍ତ୍ୱେ ନୀନାଙ୍କ ସହ ସଂପର୍କ ରଖିଥିଲେ। ସେ ନୀନାଙ୍କ ସହ ରହୁ ନାହାନ୍ତି। ତେବେ ମାସକରେ ଥରେ ନୀନାଙ୍କୁ ଭେଟିବାକୁ ଆସନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos