ଉଗ୍ର ହେଲା ରାଜପୁତ ସଂଗଠନ: କହିଲା-ଏହି ସିନେମା ଯେଉଁ ହଲରେ ପଡ଼ିବ ସେଠି ନିଆଁ ଲାଗାଇବୁ

ନୂଆଦିଲ୍ଲୀ: ରାଜପୁତ ସଂଗଠନର ଖୋଲାଖୋଲି ଧମକ।   ଯେଉଁ ସିନେମା ହଲରେ ‘ପଦ୍ମାବତ୍’ ଫିଲ୍ମ ପ୍ରଦର୍ଶିତ ହେବ। ସେହି ହଲ୍‌ରେ ନିଆଁ ଲଗାଇ ଦେବୁ।  ଫିଲ୍ମ ରିଲିଜ ଲାଗି ସୁପ୍ରିମକୋର୍ଟର ଗ୍ରୀନ ସିଗନାଲ ସତ୍ତ୍ୱେ ଏଭଳି ଧମକ ଦିଆଯାଇଛି।   ବିଭିନ୍ନ ରାଜ୍ୟ ଲଗାଇଥିବା କଟକଣାକୁ ଖାରଜ କରି ଗୁରୁବାର ସୁପ୍ରିମକୋର୍ଟ ରୋକ୍‌ଠୋକ୍  କହିଥିଲେ ଯେ, କୌଣସି ରାଜ୍ୟ ଏହି ଫିଲ୍ମର ରିଲିଜ ଉପରେ କଟକଣା ଲଗାଇ ପାରିବେ ନାହିଁ ।  ଏହା ଦ୍ୱାରା ସାରା ଦେଶରେ ଫିଲ୍ମ ରିଲିଜ୍‌ […]

p-44444

p-44444

Rakesh Mallick
  • Published: Friday, 19 January 2018
  • Updated: 19 January 2018, 02:38 AM IST

Sports

Latest News

ନୂଆଦିଲ୍ଲୀ: ରାଜପୁତ ସଂଗଠନର ଖୋଲାଖୋଲି ଧମକ।   ଯେଉଁ ସିନେମା ହଲରେ ‘ପଦ୍ମାବତ୍’ ଫିଲ୍ମ ପ୍ରଦର୍ଶିତ ହେବ। ସେହି ହଲ୍‌ରେ ନିଆଁ ଲଗାଇ ଦେବୁ।  ଫିଲ୍ମ ରିଲିଜ ଲାଗି ସୁପ୍ରିମକୋର୍ଟର ଗ୍ରୀନ ସିଗନାଲ ସତ୍ତ୍ୱେ ଏଭଳି ଧମକ ଦିଆଯାଇଛି।   ବିଭିନ୍ନ ରାଜ୍ୟ ଲଗାଇଥିବା କଟକଣାକୁ ଖାରଜ କରି ଗୁରୁବାର ସୁପ୍ରିମକୋର୍ଟ ରୋକ୍‌ଠୋକ୍  କହିଥିଲେ ଯେ, କୌଣସି ରାଜ୍ୟ ଏହି ଫିଲ୍ମର ରିଲିଜ ଉପରେ କଟକଣା ଲଗାଇ ପାରିବେ ନାହିଁ ।  ଏହା ଦ୍ୱାରା ସାରା ଦେଶରେ ଫିଲ୍ମ ରିଲିଜ୍‌ ହେବାର ରାସ୍ତା ସଫା ହୋଇ ଯାଇଥିଲା  ତେବେ ରାଜପୁତମାନଙ୍କ ଧମକ ପରେ ପୁଣି ବିବାଦ ସୃଷ୍ଟି ହେଲାଣି।   ପଦ୍ମାବତ୍ ଆସନ୍ତା ୨୫ ତାରିଖରେ ରିଲିଜ ହେବାର ଥିଲେ ମଧ୍ୟ ରାଜପୁତ ସଂଗଠନର ଧମକ ପରେ ନିର୍ମାତା ନିର୍ଦ୍ଦେଶକ  ପୁଣି ଅଡୁଆରେ ପଡ଼ିଛନ୍ତି ।  

ସଂଜୟଲୀଳା ଭଁସାଲିଙ୍କ ଫିଲ୍ମ ପଦ୍ମାବତ ଉପରୁ ଗୁରୁବାର ବ୍ୟାନ୍ ହଟାଇଛନ୍ତି  ସୁପ୍ରିମକୋର୍ଟ। ଏହା ଦ୍ୱାରା ସାରା ଦେଶରେ ଏହି ଫିଲ୍ମ ରିଲିଜ ହେବାର ରାସ୍ତା ପରିଷ୍କାର ହୋଇଯାଇଛି।   କେତେକ ପରିବର୍ତ୍ତନ ସହିତ ସେନସର୍ ବୋର୍ଡ ଅନୁମତି ଦେବା ପରେ ମଧ୍ୟ ରିଲିଜ ଉପରେ କଟକଣା ଲଗାଇଥିଲେ ଗୁଜରାଟ, ରାଜସ୍ଥାନ, ହରିୟାଣା ଏବଂ ମଧ୍ୟପ୍ରଦେଶ । ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ନିର୍ମାତା ନିର୍ଦ୍ଦେଶକ ସଂଜୟ ଲୀଳା ଭଁସାଲି।   ଭଁସାଲିଙ୍କ ସପକ୍ଷରେ ରାୟ ଦେଇ ସୁପ୍ରିମକୋର୍ଟ କହିଛନ୍ତି, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଳ କରି କୌଣସି ରାଜ୍ୟ ସରକାର ଫିଲ୍ମ ଉପରେ ରୋକ ଲଗାଇପାରିବେ ନାହିଁ । ଯଦି ଫିଲ୍ମ ରିଲିଜ୍‌କୁ ନେଇ କୌଣସି ସମସ୍ୟା ରହିଛି ରାଜ୍ୟ ସରକାର ତା’ର ସମାଧାନ କରିବା ଆବଶ୍ୟକ।

ସେପଟେ ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ପଦ୍ମାବତ୍‌ତ୍କୁ ବିରୋଧ ଜାରି ରହିଛି  । ଏହାକୁ ରିଲିଜ କରାଇନଦେବା ଦାବିରେ ଅଡ଼ି ବସିଛନ୍ତି କରଣୀ ସେନା ଓ କେତେକ ରାଜପୁତ ସଂଗଠନ।   ଫିଲ୍ମ ରିଲିଜ ହେଲେ ନିଆଁରେ ଝାସ ଦେବେ ବୋଲି ଧମକ ଦେଇଛନ୍ତି କେତେକ ମହିଳା  ସେପଟେ ସୁପ୍ରିମକୋର୍ଟଙ୍କ ରାୟର ତର୍ଜମା କରାଯିବ ବୋଲି ସଂପୃକ୍ତ ରାଜ୍ୟଗୁଡ଼ିକ କହିଛନ୍ତି । ପ୍ରଥମେ ବିବାଦ ଉପୁଜିବା ପରେ ଫିଲ୍ମ ପଦ୍ମବାତୀ ରୁ ପରିବର୍ତ୍ତନ  କରି ପଦ୍ମାବତ ରଖାଯାଇଛି। ତଥାପି ସମସ୍ୟାର ସମାଧାନ ହେଉନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos