Advertisment

ନାମ ନେଲେ ଆଇଟମ୍‌ ଗର୍ଲ ପିହୁ, ଥାନାକୁ ଗଲା ମାମଲା

ପିହୁ ମୋ ମୁଣ୍ଡ ଟାଣି ଅସମ୍ମାନିତ କରିଛନ୍ତି। ଏଥିସହ କମିଟିର କର୍ମକର୍ତ୍ତାମାନେ ଧକ୍କା ମାରି କାଢ଼ି ଦେଇଛନ୍ତି l ତେଣୁ ମୋର ସମ୍ମାନ ହାନି ହୋଇଛିl ମୋତେ ନ୍ୟାୟ ପ୍ରଦାନ କରାଯାଉl

ଅଦ୍ୟତନ ହୋଇଛି
undefined

Jatra Dancer

Advertisment

ଆଇଟମ୍‌ ଗର୍ଲ ପିହୁଙ୍କ ଅଡୁଆ ବଢ଼ିଲା। ଷ୍ଟେଜ୍‌ରେ ଆରମ୍ଭ ହୋଇ ପିହୁ ଙ୍କ ନଟ୍‌ଖଟ୍‌ ଏବେ ଥାନାରେ ପହଞ୍ଚିଛି। ପିହୁଙ୍କ ବିରୋଧରେ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବରିଷ୍ଠ ନାଗରିକ ପୀତବାସ ବାରିକ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଟେଲି ଅଭିନେତ୍ରୀ ପିହୁଙ୍କ ନାଁରେ ମାମଲା ରୁଜୁ କରିଛି। ବାଂଶଡା ଥାନାରେ ପିହୁଙ୍କ ନାଁରେ ନଂ. ୧୩୯ ଦଫା ୩୪୧/୨୯୪/୩୨୩/୫୦୭/୩୩ ଆଇପିସି ସହିତ ସିନିୟର ସିଟିଜେନ୍‌ 2007ରେ ମାଲଲା ରୁଜୁ କରିଛି ପୁଲିସ।

Advertisment

ପୀତବାସ ଏତଲାରେ ଦର୍ଶାଇଛନ୍ତି, ପିହୁ ମୋ ମୁଣ୍ଡ ଟାଣି ଅସମ୍ମାନିତ କରିଛନ୍ତି। ଏଥିସହ କମିଟିର କର୍ମକର୍ତ୍ତାମାନେ ଧକ୍କା ମାରି କାଢ଼ି ଦେଇଛନ୍ତି l ତେଣୁ ମୋର ସମ୍ମାନ ହାନି ହୋଇଛି l ମୋତେ ନ୍ୟାୟ ପ୍ରଦାନ କରାଯାଉl

ଭଦ୍ରକ ଜିଲ୍ଲା ବାଂଶଡା ଥାନା ପାଟଣମଙ୍ଗଳା ଗାଁରେ ଗୁରୁବାର ହୋଇଥିଲା ମଙ୍ଗଳା ଯାତ୍ରା। ସେଥିପାଇଁ ଗାଁରେ ହୋଇଥିଲା ଯାତ୍ରା। ଓଡ଼ିଶା ଅପେରା ନାଟକ ପରିବେଷଣ କରୁଥିଲା। ନାଟକ ଆରମ୍ଭ ପୂର୍ବରୁ ହୋଇଥିଲା ଆଇଟମ୍‌ ଡ୍ୟାନ୍ସ। ଆଉ ଡ୍ୟାନ୍ସ କରିବାକୁ ଷ୍ଟେଜକୁ ଆସିଥିଲେ ପିହୁ। ନଗ୍ନ ଡ୍ୟାନ୍ସକୁ ବ୍ୟାନ୍‌ କରାଯାଇଥିବାରୁ ଏଥର ନୂଆ ଗେଟ୍‌ଅପ୍‌ରେ ଷ୍ଟେଜ୍‌କୁ ଆସିଥିଲେ ପିହୁ। ଆଉ ଶାଢ଼ୀ ପିନ୍ଧି ଗରମ ଗରମ ନିଆଳି ଛେନା……. ଗୀତରେ ନାଚିଥିଲେ। ଏହି ଗୀତରେ ପୂରା ଷ୍ଟେଜ୍‌ କମ୍ପିଥିଲା। ଦର୍ଶକ ମଧ୍ୟ ଝୁମିଥିଲେ।

Advertisment

ପିହୁଙ୍କ ଏ ଡ୍ୟାନ୍ସରେ ଯାତ୍ରା କ୍ୟାମ୍ପସକୁ ଆହୁରି ଉଷ୍ମ କରିଥିଲା। ତାଳି ଓ ହୁଇସିଲ୍‌ରେ କମ୍ପୁଥିଲା। ହେଲେ ପିହୁଙ୍କ ଏହି ଡ୍ୟାନ୍ସ କିନ୍ତୁ କଳା ପ୍ରେମି ପୀତବାସ ବାରିକଙ୍କୁ ଭଲ ଲାଗିନଥିଲା। ତେଣୁ ସେ ଡ୍ୟାନ୍ସକୁ ବିରୋଧ ନକରି ମୁହଁକୁ ତଳକୁ କରି ବସିଥିଲେ। ଠିକ୍‌ ସେତିକି ବେଳେ ତାଳି ଓ ହୁଇସିଲ୍‌ରେ ଉତ୍ତେଜିତ ହୋଇପଡ଼ିଥିବା ପିହୁ ଆସି ଅତି ବିକୃତ ଅଙ୍ଗଭଙ୍ଗିରେ ପୀତବାସଙ୍କ ଆଗରେ ଧପ୍‌ କରି ବସିପଡ଼ିଲେ ଷ୍ଟେଜ୍‌ରେ। ତା’ପରେ ତାଙ୍କ ମୁଣ୍ଡରେ ହାତ ମାରିଥିଲେ।

ପିହୁଙ୍କ ଏପରି ଅଚରଣରେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ ପୀତବାସ। ସେ ସଙ୍ଗେ ସଙ୍ଗେ ବିରୋଧ କରିଥିଲେ। ସଙ୍ଗେ ସଙ୍ଗେ ସେଠାରେ ଯାତ୍ରା ଆୟୋଜକମାନେ ପହଞ୍ଚି ପୀତବାସଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏପରିକି ତାଙ୍କୁ ଟଣାଓଟରା କରିଥିଲେ। ସବୁଠାରୁ ମଜାଦାର କଥା ହେଉଛି ଡ୍ୟାନ୍ସ ପରେ ପିହୁ ନିଜ ଭୁଲ୍‌ ମାନିବା ବଦଳରେ ବରଂ ନାଲି ଆଖି ଦେଖାଇ ଥିଲେ। ଆଉ ମାଇକ୍ରୋଫୋନ୍‌ ଧରି କହିଥିଲେ, କାହାରି କିଛି ଅସୁବିଧା ହେଉନାହିଁ। ତାଙ୍କୁ ଶୀଘ୍ର ଷ୍ଟେଜ୍‌ ପଛକୁ ନେଇ ଯାଅ ବୋଲି କହିଥିଲେ। ଏହା ପରେ ଯାତ୍ରା ଆୟୋଜକମାନେ ତାଙ୍କୁ ଷ୍ଟେଜ୍‌ଠାରୁ ଦୂରକୁ ନେଇ ଯାଇଥିବା ଚର୍ଚ୍ଚା ହେଉଛି।

ତେବେ ଏନେଇ ଯାତ୍ରା ଆୟୋଜକ ଓ ପିହୁଙ୍କ ପ୍ରତିକ୍ରିୟା ମିଳିପାରିନହିଁ।

ରିପୋର୍ଟ- ଚାନ୍ଦବାଲିରୁ ବାସୁଦେବ ଦାସ

Bhadrak News Bhadrak Jatra Artiste
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe