Advertisment

HIBOX ସ୍କାମ୍: ଜେରା ହେବେ ରିୟା ଚକ୍ରବର୍ତ୍ତୀ

୫୦୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ନୋଟିସ୍।

ଅଦ୍ୟତନ ହୋଇଛି
Rhea Chakraborty

Rhea Chakraborty

Advertisment

HIBOX ଆପ୍ ଜରିଆରେ ୫୦୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ନୋଟିସ୍। ଏହି ଦୁର୍ନୀତି ମାମଲାରେ ଜେରା ପାଇଁ ରିୟାଙ୍କୁ ନୋଟିସ୍ କରିଛି ଦିଲ୍ଲୀ ପୁଲିସ। 

Advertisment

ସୂଚନା ଅନୁସାରେ, ରିୟାଙ୍କୁ ଅକ୍ଟୋବର ୯ରେ ଦ୍ୱାରକା ପୁଲିସ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ପୂର୍ବରୁ ୟୁଟ୍ୟୁବର ଏଲଭିସ ଯାଦବ ଏବଂ ହାସ୍ୟ ଅଭିନେତା ଭାରତୀ ସିଂହଙ୍କୁ ମଧ୍ୟ ସମନ କରିଥିଲା ପୁଲିସ।  

HiBOX ୟୁଜରଙ୍କଠାରୁ ୫୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ୫୦୦ରୁ ଅଧିକ ଅଭିଯୋଗ ଦାଖଲ କରାଯାଇଛି। ସୋଶାଲ ମିଡିଆ ଇନଫ୍ଲୁଏନ୍ସର ଏବଂ ୟୁଟ୍ୟୁବର୍ସ ସେମାନଙ୍କ ପେଜରେ ଏହି ମୋବାଇଲ ଆପ୍ଲିକେସନକୁ ଡାଉନଲୋଡ କରିବା ସହ ଆପ୍ ମାଧ୍ୟମରେ ନିବେଶ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଥିଲା।

Advertisment

ଏଲଭିସ ଯାଦବ ଏବଂ ଭାରତୀ ସିଂହ ଆପ୍ ପାଇଁ ବିଜ୍ଞାପନ କରିବା ଅଭିଯୋଗରେ ଜେରା ହେବେ। ସେହିପରି ଅନ୍ୟ ତିନି ଜଣ ୟୁଟ୍ୟୁବରଙ୍କୁ ମଧ୍ୟ ନୋଟିସ୍ କରିଥିଲା ଦିଲ୍ଲୀ ପୁଲିସ। ତେବେ ପୁଲିସ ଏହି ମାମଲାର ମାଷ୍ଟରମାଇଣ୍ଡ ଶିବରାମଙ୍କୁ ଗିରଫ କରିଛି। ତାଙ୍କର ବିଭିନ୍ନ ଆକାଉଣ୍ଟରୁ ୧୮ କୋଟି ଟଙ୍କା ଜବତ କରାଯାଇଛି। 

Rhea Chakraborty Delhi Police HIBOX Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe