‘ନଷ୍ଟ ହୋଇଯିବ ପୂରା ଇଣ୍ଡଷ୍ଟ୍ରି’

ମୁମ୍ବାଇ: ଡ୍ରଗ୍ସ ଜାଲରେ ଫସିଛନ୍ତି କେମଡି କୁଇନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ।  ଡ୍ରଗ୍ସ ଲିଙ୍କରେ ନାର୍କୋଟିକ୍ସ କେଣ୍ଟ୍ରୋଲ ବ୍ୟୁରେ (ଏନସିବି) ଉଭୟଙ୍କୁ ଗିରଫ କରିଛି । ଏନେଇ ବଲିଉଡଠାରୁ ଆରମ୍ଭ କରି କମେଡି ଇଣ୍ଡଷ୍ଟ୍ରିରେ ସବୁଠୁ ହଇଚଇ ସୃଷ୍ଟି ହୋଇଛି । କମେଡିର ବାଦଶାହା ଜନି ଲିଭର ଏହି ମାମଲାରେ ମୁହଁ ଖୋଲିଛନ୍ତି ।  ଜେଲରୁ ମୁକ୍ତ ହେବା ପରେ ଛୋଟ ବଡ ସମସ୍ତ ଅଭିନେତା ଓ ଅଭିନେତ୍ରୀଙ୍କୁ ଡ୍ରଗ୍ସ […]

johny-lever-1

Jitendra Garnayak
  • Published: Monday, 23 November 2020
  • , Updated: 23 November 2020, 04:14 PM IST

ମୁମ୍ବାଇ: ଡ୍ରଗ୍ସ ଜାଲରେ ଫସିଛନ୍ତି କେମଡି କୁଇନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ।  ଡ୍ରଗ୍ସ ଲିଙ୍କରେ ନାର୍କୋଟିକ୍ସ କେଣ୍ଟ୍ରୋଲ ବ୍ୟୁରେ (ଏନସିବି) ଉଭୟଙ୍କୁ ଗିରଫ କରିଛି । ଏନେଇ ବଲିଉଡଠାରୁ ଆରମ୍ଭ କରି କମେଡି ଇଣ୍ଡଷ୍ଟ୍ରିରେ ସବୁଠୁ ହଇଚଇ ସୃଷ୍ଟି ହୋଇଛି ।

କମେଡିର ବାଦଶାହା ଜନି ଲିଭର ଏହି ମାମଲାରେ ମୁହଁ ଖୋଲିଛନ୍ତି ।  ଜେଲରୁ ମୁକ୍ତ ହେବା ପରେ ଛୋଟ ବଡ ସମସ୍ତ ଅଭିନେତା ଓ ଅଭିନେତ୍ରୀଙ୍କୁ ଡ୍ରଗ୍ସ ଛାଡିବା ପାଇଁ ଅନୁରୋଧ କରିବାକୁ ଭାରତୀ ଏବଂ ହର୍ଷଙ୍କୁ ସେ ଅପିଲ କରିଛନ୍ତି । ଯଦି ଡ୍ରଗ୍ସ ସେବନର ଧାରା ବନ୍ଦ ନ କରାଯାଏ, ତେବେ ପୂରା ଇଣ୍ଡଷ୍ଟ୍ରି ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।

ଏଥିସହ ସେ ଭାରତୀ ଏବଂ ହର୍ଷଙ୍କୁ ଅଭିନେତା ସଞ୍ଜୟ ଦତ୍ତଙ୍କ ଉଦାହାରଣ ମଧ୍ୟ ଦେଇଛନ୍ତି । ଜନି କହିଛନ୍ତି, ନିଜ ଭୁଲ ସ୍ୱୀକାର କରିବା ସହ ଡ୍ରଗ୍ସ ଛାଡିବା ପାଇଁ ସମସ୍ତେ ପଣ କରିବା ଉଚିତ। ବିଗତ ଦିନରେ ମଦ ଭଳି ଆଜି କାଲି ଡ୍ରଗ୍ସ ମଧ୍ୟ ବେଶ୍ ସହଜର ମିଳିଯାଉଛି । ବଡ ଠାରୁ ଆରମ୍ଭ କରି ଛୋଟ, ସମସ୍ତେ ଆଜି ଡ୍ରଗ୍ସ ନେଉଛନ୍ତି । ଏହା ସମସ୍ତଙ୍କ ପାଇଁ ହାନୀକାରକ । ମୁଁ ମଧ୍ୟ ମଦ୍ୟପାନ କରୁଥିଲି। ଏହାର ପ୍ରଭାବ ଧୀରେ ଧୀରେ ମୋ କ୍ୟାରିୟର ଉପରେ ପଡିଥିଲା । ପରେ ଏଥିରୁ ମୁଁ ଦୂରେଇ ଯାଇଥିଲି । ତେଣୁ ନିଶାଯୁକ୍ତ ଦ୍ରବ୍ୟ ତଥା ଡ୍ରଗ୍ସ ଭଳି ଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିଶାଦ୍ରବ୍ୟ ରଖିବା ଅଭିଯୋଗରେ  ଶନିବାର ଭାରତୀ ସିଂହ ଓ ରବିବାର ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନସିବି ଗିରଫ କରିଛି । ଉଭୟଙ୍କୁ ଡିସେମ୍ବର ୪ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ, ଏନଡିପିଏସ୍ କୋର୍ଟ । ସୋମବାର ଉଭୟଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହେବ ।  ଭାରତୀ ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ନାର୍କୋଟିକ୍ସ ଆକ୍ଟ-୧୯୮୬ର ଧାରା ୨୭ଏ ଲାଗୁ ହୋଇଛି । ଉଭୟ ନିଶା ସେବନ କରୁଥିବାର  ସ୍ୱୀକାର କରିଛନ୍ତି ।

 

ଆଗକୁ ପଢନ୍ତୁ:  ପ୍ରଯୋଜକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବିଗ୍ ବସ୍ ଫେମ୍ ମନ୍ଦନା କରିମ

 

Related story