Advertisment

ଫସିଗଲେ କଙ୍ଗନାଙ୍କ ଭଉଣୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅପେକ୍ଷା ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ୍ ଅଧିକ ଚର୍ଚ୍ଚାରେ ରହନ୍ତି। ଆଉ ସବୁବେଳେ ଖରାପ କାରଣକୁ ନେଇ ଚର୍ଚ୍ଚାରେ ରହନ୍ତି। ବିଶେଷ କରି ବିଭିନ୍ନ ସମୟରେ ସେ ବଲିଉଡ୍‌ କଳାକାରଙ୍କୁ ନେଇ ଖରାପ ମନ୍ତବ୍ୟ ବା ଟ୍ୱିଟ୍ ଆଦି କରି ଟ୍ରୋଲ୍‌ ହୁଅନ୍ତି। ହ୍ରିତିକ୍‌ ରୋଶନ୍‌ ଓ ତାପସୀ ପନ୍ନୁ ପ୍ରମୁଖ ତାଙ୍କର ଏଭଳି ଆଚରଣର ଶିକାର ହୋଇଛନ୍ତି। ଆଉ ଏବେ ସେ ଅର୍ଜୁନ କପୁରଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଅରୋରାଙ୍କୁ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଫସିଗଲେ କଙ୍ଗନାଙ୍କ ଭଉଣୀ

rangoli

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅପେକ୍ଷା ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ୍ ଅଧିକ ଚର୍ଚ୍ଚାରେ ରହନ୍ତି। ଆଉ ସବୁବେଳେ ଖରାପ କାରଣକୁ ନେଇ ଚର୍ଚ୍ଚାରେ ରହନ୍ତି। ବିଶେଷ କରି ବିଭିନ୍ନ ସମୟରେ ସେ ବଲିଉଡ୍‌ କଳାକାରଙ୍କୁ ନେଇ ଖରାପ ମନ୍ତବ୍ୟ ବା ଟ୍ୱିଟ୍ ଆଦି କରି ଟ୍ରୋଲ୍‌ ହୁଅନ୍ତି। ହ୍ରିତିକ୍‌ ରୋଶନ୍‌ ଓ ତାପସୀ ପନ୍ନୁ ପ୍ରମୁଖ ତାଙ୍କର ଏଭଳି ଆଚରଣର ଶିକାର ହୋଇଛନ୍ତି। ଆଉ ଏବେ ସେ ଅର୍ଜୁନ କପୁରଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଅରୋରାଙ୍କୁ ଟାର୍ଗେଟ୍‌ କରିଛନ୍ତି।

Advertisment

ନିକଟରେ ମଲାଇକା ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ପୁଅ ସହ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ମଲାଇକା ନାଇଟ୍ ଡ୍ରେସ୍‌ରେ ଥିଲେ। ତାଙ୍କ ପୁଅ ଫଟୋରେ ମୁହଁ ଗଳେଇ ଚାହୁଁଥିବା ଦେଖିବାକୁ ମିଳିଥିଲା। ଫଟୋ ସହ ମଲାଇକା କ୍ୟାପସନ୍‌ରେ ଲେଖିଥିଲେ, ‘ଯେବେ ପୁଅ ନିଜ ମା’ ସହ ଭଲ ସମୟ ବିତାଏ ଓ ତାଙ୍କ ଯତ୍ନ ନିଏ।’

https://twitter.com/Rangoli_A/status/1191690689152634881

ବାସ୍‌, ଏହା ପରେ ରଙ୍ଗୋଲିଙ୍କୁ ଏହି ଫୋଟେରେ କ’ଣ ଭୁଲ୍‌ ଲାଗିଲା କେଜାଣି, ସେ ଏହାକୁ ନେଇ ଟ୍ୱିଟର୍‌ରେ ପୋଷ୍ଟ କରିଦେଲେ। ଆଉ ଏହାକୁ କଟାକ୍ଷ କରି ଲେଖିଲେ, ‘ଏ ହେଉଛନ୍ତି ଆଧୁନିକ ଭାରତୀୟ ମା’, ବହୁତ ବଢ଼ିଆ।’ କିନ୍ତୁ ରଙ୍ଗୋଲିଙ୍କର ଏହି ଷ୍ଟଣ୍ଟ୍‌ ତାଙ୍କ ଉପରେ ହିଁ ଭାରି ପଡ଼ିଲା। ମଲାଇକାଙ୍କ ଫ୍ୟାନ୍‌ମାନେ ଏଥିରେ କ୍ଷୁବ୍ଧ ହୋଇ ସୋଶାଲ୍ ମିଡିଆରେ ରଙ୍ଗୋଲିଙ୍କୁ ଟାର୍ଗେଟ କରିଛନ୍ତି।

Advertisment

https://twitter.com/Rangoli_A/status/1191690689152634881

https://twitter.com/Rangoli_A/status/1191690689152634881

ସବୁବେଳେ ଅନ୍ୟମାନଙ୍କୁ ଟ୍ରୋଲ୍‌ କରୁଥିବା ରଙ୍ଗୋଲି ଏବେ ନିଜ ପୋଷ୍ଟରେ ଟ୍ରୋଲ୍‌ ହେଉଛନ୍ତି। ଅନେକ ୟୁଜରଙ୍କ କହିବା କଥା ଯେ ମଲାଇକାଙ୍କ ଫଟୋରେ କିଛି ବି ଭୁଲ୍‌ ନାହିଁ। ଯଦି ରଙ୍ଗୋଲିଙ୍କୁ କିଛି ଖରାପ ଦେଖାଯାଉଛି, ତା’ହେଲେ ତାହା କେବଳ ତାଙ୍କର ଖରାପ ଚିନ୍ତାଧାରା, ଆଉ କିଛି ନୁହେଁ।

ଜଣେ ୟୁଜର ଲେଖିଛନ୍ତି, ‘ମା’ପୁଅର ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ। ତେଣୁ ଏହା ଉପରେ ପ୍ରଶ୍ନ ଉଠାଇ ରଙ୍ଗୋଲି କିଛି ଠିକ୍‌ କରିନାହାନ୍ତି।’ ଏପରିକି କଙ୍ଗନାଙ୍କ ଫ୍ୟାନ୍‌ମାନେ ମଧ୍ୟ ରଙ୍ଗୋଲି ଉପରେ ବର୍ଷିଛନ୍ତି। ସେମାନେ ଲେଖିଛନ୍ତି ଯେ ରଙ୍ଗୋଲି ମନେ ରଖିବା ଉଚିତ୍‌ ଯେ ତାଙ୍କର ଏଭଳି କାରନାମା କଙ୍ଗନାଙ୍କ କ୍ୟାରିୟର୍‌ ଉପରେ ଖରାପ ପ୍ରଭାବ ପକାଇପାରେ।

https://twitter.com/Rangoli_A/status/1191690689152634881