ବନ୍ଦ ହେବ କପିଲ୍‌ଙ୍କ ନୂଆ ଶୋ’!

ମୁମ୍ବାଇ: ବିବାଦରୁ ବାହାରି ପାରୁ ନାହାଁନ୍ତି କମେଡିଆନ୍‌ କପିଲ ଶର୍ମା। ସୁନୀଲ ଗ୍ରୋଭରଙ୍କ ପରେ ଏବେ SpotboyE ୱେବ୍‌ସାଇଟ୍‌ର ଏଡିଟର ଭିକି ଲାଲୱାନୀକୁ ଫୋନ୍‌ରେ ଧମକ ଦେଇ ପୁଣି ବଡ଼ ବିବାଦରେ ପଡ଼ିଯାଇଛନ୍ତି କପିଲ୍‌। ଏ ସବୁ ତାଙ୍କ ଇମେଜ୍‌ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଏ ସବୁ ଭିତରେ କପିଲ୍‌ଙ୍କୁ ଲାଗିଛି ଏକ ବଡ଼ ଝଟକା। ନିକଟରେ ଆରମ୍ଭ ହୋଇଥିବା ନୂଆ ଶୋ’ ‘‘ଫ୍ୟାମିଲ୍‌ ଟାଇମ୍‌ ୱିଥ୍‌ କପିଲ୍‌’’କୁ ଦର୍ଶକଙ୍କ ଏତେ ଭଲ ରେସ୍‌ପନ୍ସ ମିଳିନି। […]

kapil sharma

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 12:58 PM IST

ମୁମ୍ବାଇ: ବିବାଦରୁ ବାହାରି ପାରୁ ନାହାଁନ୍ତି କମେଡିଆନ୍‌ କପିଲ ଶର୍ମା। ସୁନୀଲ ଗ୍ରୋଭରଙ୍କ ପରେ ଏବେ SpotboyE ୱେବ୍‌ସାଇଟ୍‌ର ଏଡିଟର ଭିକି ଲାଲୱାନୀକୁ ଫୋନ୍‌ରେ ଧମକ ଦେଇ ପୁଣି ବଡ଼ ବିବାଦରେ ପଡ଼ିଯାଇଛନ୍ତି କପିଲ୍‌। ଏ ସବୁ ତାଙ୍କ ଇମେଜ୍‌ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଏ ସବୁ ଭିତରେ କପିଲ୍‌ଙ୍କୁ ଲାଗିଛି ଏକ ବଡ଼ ଝଟକା। ନିକଟରେ ଆରମ୍ଭ ହୋଇଥିବା ନୂଆ ଶୋ’ ‘‘ଫ୍ୟାମିଲ୍‌ ଟାଇମ୍‌ ୱିଥ୍‌ କପିଲ୍‌’’କୁ ଦର୍ଶକଙ୍କ ଏତେ ଭଲ ରେସ୍‌ପନ୍ସ ମିଳିନି। ସେଥିପାଇଁ ଏହି ଶୋ’ ବନ୍ଦ କରାଯିବାକୁ ଯୋଜନା ଚାଲିଛି।

ଆଉ ଏକ ବଡ଼ କଥା ହେଉଛି ଏହି ଶୋ’ର ତିନୋଟି ଏପିସୋଡ୍‌ ଅନ୍‌ ଏୟାର ହେବା ପରେ ଚତୁର୍ଥ ଏପିସୋଡ୍‌ ଶନିବାର ଦିନ ଟେଲିକାଷ୍ଟ ହୋଇନାହିଁ। ସୂଚନା ମୁତାବକ  ନୂଆ ଏପିସୋଡ୍‌ର ସୁଟିଂ ମଧ୍ୟ ହୋଇନାହିଁ। କାରଣ ସେ ଏବେ  SpotboyE ୱେବ୍‌ସାଇଟ୍‌ର ଏଡିଟରଙ୍କ ସହ ଯୁଦ୍ଧରେ ବ୍ୟସ୍ତ ଅଛନ୍ତି।

ଏହି ପୂରା ମାମଲାରେ ଶୋ’ର ପ୍ରଡ୍ୟୁସର କପିଲ୍‌ଙ୍କ ସହ ଏକ ମିଟିଂ କରିବେ ବୋଲି ଜଣା ପଡ଼ିଛି। ଏହି ମିଟିଂରେ ହିଁ ଶୋ’ର ଭବିଷ୍ୟତ ଉପରେ ନିଷ୍ପତ୍ତି ହେବ।

Related story