‘ହେଟ ଷ୍ଟୋରୀ-୪’ରେ ଉର୍ବଶୀଙ୍କ ସହ ରୋମାନ୍ସ କରିବେ ଟିଭି ଷ୍ଟାର

ନୂଆଦିଲ୍ଲୀ: ‘ହେଟ୍‌ ଷ୍ଟୋରୀ’ର ସିକ୍ୱେଲର ନୂଆ ଫିଲ୍ମ ‘ହେଟ ଷ୍ଟୋରୀ-୪’ର ଷ୍ଟାରକାଷ୍ଟ ସ୍ପଷ୍ଟ ହୋଇଛନ୍ତି। ଏହି ଫିଲ୍ମରେ ଗ୍ଲାମର ଗାର୍ଲ ଉର୍ବଶୀ ରାଉତେଲାଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି ଟିଭି ପରଦାର ଚକୋଲେଟ୍‌ ହିରୋ କରନ ୱାହି। ମିଳିଥିବା ଖବର ଅନୁସାରେ ଏହାର ସୁଟିଂ ଲଣ୍ଡନରେ ଆରମ୍ଭ ହୋଇସାରିଛି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଭୂଷଣ କୁମାର ଓ ପ୍ରଯୋଜନା କରୁଛନ୍ତି ବିଶାଲ ପାଣ୍ଡ୍ୟା। ଫିଲ୍ମରେ ଉର୍ବଶୀ ଏବଂ କରନଙ୍କ ବ୍ୟତୀତ ପଞ୍ଜାବୀ ଷ୍ଟାର ଇହାନା ଢିଲ୍ଲଓ ମଧ୍ୟ […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 01:26 PM IST

ନୂଆଦିଲ୍ଲୀ: ‘ହେଟ୍‌ ଷ୍ଟୋରୀ’ର ସିକ୍ୱେଲର ନୂଆ ଫିଲ୍ମ ‘ହେଟ ଷ୍ଟୋରୀ-୪’ର ଷ୍ଟାରକାଷ୍ଟ ସ୍ପଷ୍ଟ ହୋଇଛନ୍ତି। ଏହି ଫିଲ୍ମରେ ଗ୍ଲାମର ଗାର୍ଲ ଉର୍ବଶୀ ରାଉତେଲାଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି ଟିଭି ପରଦାର ଚକୋଲେଟ୍‌ ହିରୋ କରନ ୱାହି। ମିଳିଥିବା ଖବର ଅନୁସାରେ ଏହାର ସୁଟିଂ ଲଣ୍ଡନରେ ଆରମ୍ଭ ହୋଇସାରିଛି।

ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଭୂଷଣ କୁମାର ଓ ପ୍ରଯୋଜନା କରୁଛନ୍ତି ବିଶାଲ ପାଣ୍ଡ୍ୟା। ଫିଲ୍ମରେ ଉର୍ବଶୀ ଏବଂ କରନଙ୍କ ବ୍ୟତୀତ ପଞ୍ଜାବୀ ଷ୍ଟାର ଇହାନା ଢିଲ୍ଲଓ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ମାଧ୍ୟମରେ ଇହାନା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ପୂର୍ବ ଅପେକ୍ଷା ‘ହେଟ ଷ୍ଟୋରୀ-୪’ରେ କମ ବୋଲ୍ଡ ସିନ ରହିବ ବୋଲି ଜଣାପଡିଛି। ଏହି ଫିଲ୍ମଟି ସତ ଘଟଣା ଉପରେ ଆଧାରିତ ରହିଛି ବୋଲି ମଧ୍ୟ କହିଛନ୍ତି ନିର୍ଦ୍ଦେଶକ ବିଶାଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos