ବିଗ ବିଙ୍କ ଯାଦୁ: ସବୁ ସିରିଏଲକୁ ପଛରେ ପକାଇ ଦେଲା କେବିସି

ମୁମ୍ବାଇ : ଚଳିତ ବର୍ଷ 37ଟି ସପ୍ତାହର ବି.ଏ.ଆର.ସି(ବ୍ରଡକାଷ୍ଟିଂ ଅଡିଏନ୍ସ ରିସର୍ଚ୍ଚ  କାଉନସିଲ) ରିପୋର୍ଟ ପ୍ରକାଶ ପାଇଛି । ସହରାଞ୍ଚଳରେ ବିଭିନ୍ନ ଟିଭି ସୋ’ ଗୁଡ଼ିକର ଟିଆରପି(ଟେଲିଭିଜନ ରେଟିଂ ପଏଣ୍ଟ)କୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି । ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ସପ୍ତାହ ଭଳି ଏଥର ବି ବାଜିମାତ୍ କରିଛି ବିଗବିଙ୍କ ସୋ’ କେବିସି (କୌନ ବନେଗା କରୋଡ଼ପତି) । ସମସ୍ତ ଧାରାବାହିକକୁ ପଛରେ ପକାଇ କେବିସି ବି.ଏ.ଆର.ସି ରିପୋର୍ଟ ତାଲିକାରେ ଶୀର୍ଷରେ ରହିଛି। […]

kbc-1

kbc-1

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 08:02 PM IST

Sports

Latest News

ମୁମ୍ବାଇ : ଚଳିତ ବର୍ଷ 37ଟି ସପ୍ତାହର ବି.ଏ.ଆର.ସି(ବ୍ରଡକାଷ୍ଟିଂ ଅଡିଏନ୍ସ ରିସର୍ଚ୍ଚ  କାଉନସିଲ) ରିପୋର୍ଟ ପ୍ରକାଶ ପାଇଛି । ସହରାଞ୍ଚଳରେ ବିଭିନ୍ନ ଟିଭି ସୋ’ ଗୁଡ଼ିକର ଟିଆରପି(ଟେଲିଭିଜନ ରେଟିଂ ପଏଣ୍ଟ)କୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି । ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ସପ୍ତାହ ଭଳି ଏଥର ବି ବାଜିମାତ୍ କରିଛି ବିଗବିଙ୍କ ସୋ’ କେବିସି (କୌନ ବନେଗା କରୋଡ଼ପତି) । ସମସ୍ତ ଧାରାବାହିକକୁ ପଛରେ ପକାଇ କେବିସି ବି.ଏ.ଆର.ସି ରିପୋର୍ଟ ତାଲିକାରେ ଶୀର୍ଷରେ ରହିଛି।

ଏହା ପଛକୁ ରହିଛି ଲୋକପ୍ରିୟ ମେଗା ଧାରାବାହିକ ‘କୁମକୁମକି ଭାଗ୍ୟ’ । ଗତ ସପ୍ତାହରେ ଖତରୋଁ କି ଖିଲାଡ଼ି ସୋ’ ସହିତ ମୁକାବିଲା ନ କରିପାରି ଏହି ଧାରାବାହିକ ତୃତୀୟ ସ୍ଥାନ ଅଧିକାର କରିଥିଲା । ଏଥର କିନ୍ତୁ ସହରାଞ୍ଚଳର ଲୋକେ ‘କୁମକୁମ କି ଭାଗ୍ୟ’ ଧାରାବାହିକକୁ ଅଧିକ ପସନ୍ଦ କରିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଖତରୋଁ କୀ ଖିଲାଡ଼ି, ଚତୁର୍ଥ ସ୍ଥାନରେ ସାରେଗାମାପା ଲିଟିଲ ଚାମ୍ସ ଓ ପଞ୍ଚମ ସ୍ଥାନରେ ‘ତାରକ ମେହେତାକା ଓଲଟା ଚଷମା’ ଲୋକପ୍ରିୟ  ହୋଇପାରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos