ଭୁବନେଶ୍ୱର (ଓଡିଶା ରିପୋର୍ଟର): ଓଡ଼ିଆ ଭାରି ବଢ଼ିଆ। ବାର ମାସରେ ତେର ପର୍ବ। ଓଡ଼ିଆ ଭାଷା ଆମର ଗର୍ବ। ଓଡ଼ିଆଙ୍କ ସଂସ୍କୃତି ଯେମିତି ବଢ଼ିଆ, ଏଠାକାର ମଣିଷ ବି ସେମିତି ବଢ଼ିଆ। ଆଉ ଏଠାକାର ଝିଅ ବି ଖାଣ୍ଟି ଓଡ଼ିଆ। ସେଇ ଓଡ଼ିଆ ଝିଅଙ୍କ ହୃଦୟ ଜିତିଲା ପରି ଓଡ଼ିଆ ଫିଲ୍ମରେ ଆସିଛି ଏକ ଫିଲ୍ମ। ଯାହାର ନାଁ ରହିଛି ମୁଁ ଖାଣ୍ଟି ଓଡ଼ିଆ ଝିଅ। ଏହାର ଟାଇଟଲ୍ ଗୀତ ବି ଖୁବ୍ ଜମାଣିଆ ହୋଇଛି। ଆସନ୍ତାକାଲି ଫିଲ୍ମଟି ପରଦାକୁ ଆସିବାକୁ ଯାଉଛି।
ଏହି ଫିଲ୍ମର ଅଭିନେତ୍ରୀ ହେଉଛନ୍ତି ଏଲିନା। ତାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ନବାଗତ ଅଭିନେତା ରଣବୀର। ଫିଲ୍ମଟିର ନିର୍ଦେଶନା ଦେଇଛନ୍ତି ଅବତାର ସିଂ। ଏଥିରେ ଜଣେ ଖାଣ୍ଟି ଓଡ଼ିଆ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି ଏଲିନା। ଓଡ଼ିଆ ଝିଅମାନଙ୍କ ବେଶପୋଷାକ, ହାବଭାବ ଓ ସଂସ୍କାରକୁ ନେଇ ପ୍ରସ୍ତୁତ ହୋଇଛି ଖାଣ୍ଟି ଓଡ଼ିଆ ଝିଅ ଗୀତଟି। ଢିଙ୍କି କୁଟାଠୁ ଆରମ୍ଭ କରି ପଖାଳ କଂସା ପର୍ଯ୍ୟନ୍ତ ସବୁ କିଛି ସାମିଲ ହୋଇଛି ଏହି ଗୀତରେ। ଚଳଚ୍ଚିତ୍ରର ଅଧିକାଂଶ ସିନ୍ ସୁଟିଂ ପ୍ରାକୃତିକ ପରିବେଶରେ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।