ଭୂପେନ ହଜାରିକାଙ୍କୁ ମିଳିଲା ଭାରତରତ୍ନ ସମ୍ମାନ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରମନାଥ କୋବିନ୍ଦ ତିନିଜଣ ଅତି ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି। ଏଥିମଧ୍ୟରେ କଳା କ୍ଷେତ୍ରରେ ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଭୂପେନ ହଜାରିକା ଏକାଧାରରେ ଜଣେ ଗୀତିକାର, ସଂଗୀତଜ୍ଞ, ଗାୟକ, କବି ଓ  ଫିଲ୍ମ ନିର୍ମାତା। କଳା କ୍ଷେତ୍ରରେ ସେ ଅନେକ ସଫଳତା ହାସଲ କରିଛନ୍ତି। ଆସାମ ଓ ପୂର୍ବୋତ୍ତର ଭାରତର ସଂସ୍କୃତି ଓ ଲୋକ ସଂଗୀତକୁ ସେ ହିନ୍ଦୀ ସିନେମା […]

bhupen-hajarika

bhupen-hajarika

Chinmayee Roy
  • Published: Thursday, 08 August 2019
  • Updated: 08 August 2019, 06:41 PM IST

Sports

Latest News

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରମନାଥ କୋବିନ୍ଦ ତିନିଜଣ ଅତି ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି। ଏଥିମଧ୍ୟରେ କଳା କ୍ଷେତ୍ରରେ ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।

ଭୂପେନ ହଜାରିକା ଏକାଧାରରେ ଜଣେ ଗୀତିକାର, ସଂଗୀତଜ୍ଞ, ଗାୟକ, କବି ଓ  ଫିଲ୍ମ ନିର୍ମାତା। କଳା କ୍ଷେତ୍ରରେ ସେ ଅନେକ ସଫଳତା ହାସଲ କରିଛନ୍ତି। ଆସାମ ଓ ପୂର୍ବୋତ୍ତର ଭାରତର ସଂସ୍କୃତି ଓ ଲୋକ ସଂଗୀତକୁ ସେ ହିନ୍ଦୀ ସିନେମା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇଥିଲେ।

୧୯୨୬ ମସିହା ଡିସେମ୍ବର ୮ରେ ଆସାମରେ ଜନ୍ମ ହୋଇଥିବା ଭୂପେନ ହଜାରିକାଙ୍କର ୨୦୧୧ରେ ପରଲୋକ ହୋଇଥିଲା। ହଜାରିକା ନିଜର ହୃଦୟସ୍ପର୍ଶୀ କଣ୍ଠରେ ଅନେକ ଭାଷାରେ ଗୀତ ଗାଇଛନ୍ତି ଓ କମ୍ପୋଜ କରିଛନ୍ତି। ବିଶେଷ କରି ହଜାରିକାଙ୍କ ‘ଓ ଗଙ୍ଗା ତୁମି ବେହତି ହୋ କ୍ୟୁଁ’ ଓ ‘ଦିଲ୍‌ ହୁମ୍ ହୁମ୍‌ କରେ’ ପରି ଗୀତ ଆଜି ବି ଲୋକଙ୍କ ମନରେ ଘର କରି ରହିଛି।

ହଜାରିକା ୧୯୭୫ରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଜାତୀୟ ଫିଲ୍ମ ପୁରସ୍କାର, ୧୯୮୭ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୭ରେ ପଦ୍ମଶ୍ରୀ ଓ ୨୦୦୧ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଆଉ ଏବେ ତାଙ୍କୁ ରାଷ୍ଟ୍ରପତି ଭାରତରତ୍ନରେ ସମ୍ମାନିତ କରିଛନ୍ତି।

ସଂଗୀତଜ୍ଞ ଭୂପେନ ହଜାରିକାଙ୍କ ବ୍ୟତୀତ ଏହି ସମ୍ମାନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ ଓ ମରଣୋତ୍ତର ଭାବେ ନାନାଜୀ ଦେଶମୁଖଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତରତ୍ନ ସମ୍ମାନ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ। ୧୯୫୪ରେ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ ଆରମ୍ଭ ହୋଇଥିଲା। ଏହା ଯେକୌଣସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଦେଶ ପ୍ରତି ମହାନ ଅବଦାନ ପାଇଁ ଦିଆଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos