ମୁମ୍ବାଇ: ୨୦୧୭ ନଭେମ୍ବର ୧୮ରେ ‘ ମିସ୍ ୱାର୍ଲ୍ଡ’ ପ୍ରତିଯୋଗିତାରେ ଭାରତୀୟ ସୁନ୍ଦରୀ ମାନୁଷି ଚିଲ୍ଲର ବିଜୟ ମୁକୁଟ ପିନ୍ଧିଥିଲେ। ବିଶ୍ୱ ସୁନ୍ଦରୀର ତାଜ୍ ପିନ୍ଧିବା ପରେ ବଲିଉଡ୍ର ଅନେକ ହସ୍ତୀ ତାଙ୍କୁ ବଲିଉଡ୍ରେ ଏଣ୍ଟ୍ରି କରାଇବାକୁ ଚାହୁଁଥିଲେ। ସେହି ହସ୍ତୀ ମାନଙ୍କ ମଧ୍ୟରୁ ପ୍ରଥମେ ସଲମାନ ଖାନ୍ କହିଥିଲେ ‘ମାନୁଷିଙ୍କୁ ମୋ ଫିଲ୍ମରେ ନେବାକୁ ଚାହୁଁଛି।’
ଏବେ ଖବର ଆସିଛି ଫିଲ୍ମ ନିର୍ମାତା କରଣ ଜୋହର ମାନୁଷିଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି। କରଣ ଜୋହର ‘ଷ୍ଟୁଡେଣ୍ଟ ଅଫ୍ ଦ ଇଅର’ର ପାର୍ଟ ଟୁ କରିବାକୁ ଯାଉଛନ୍ତି। ସେଥିରେ ସେ ଟାଇଗର ଶ୍ରଫ୍ ଓ ଅନନ୍ୟା ପାଣ୍ଡେଙ୍କୁ ନେଇଛନ୍ତି। ସବୁବେଳେ ନୂଆ ଟ୍ୟାଲେଣ୍ଟଙ୍କୁ ସୁଯୋଗ ଦେଉଥିବା କରଣ ଏଥିରେ ମାନୁଷିକୁ ବି ନେବାକୁ ଚାହୁଁଛନ୍ତି। ଅନନ୍ୟା ଏହି ଫିଲ୍ମରୁ ବଲିଉଡ୍ରେ ଡେବ୍ୟୁ କରୁଛନ୍ତି। ତେବେ ଦେଖାଯାଉ ମାନୁଷି ଏଥିରେ ଅଭିନୟ କରୁଛନ୍ତି ନା ନାହିଁ। କାରଣ କିଛି ଦିନ ତଳେ ସେ କହିଥିଲେ ଯେ ଏବେ ବଲିଉଡ୍ରେ ଏଣ୍ଟ୍ରିକରିବାକୁ ତାଙ୍କର ଇଛା ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।