ମୋଦିଙ୍କ ନିମନ୍ତ୍ରଣ ରକ୍ଷା କଲେ ଅନୁଷ୍କା: ସାମିଲ ହେବେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ

ମୁମ୍ବାଇ: ବଲିଉଡ୍ ହିରୋଇନ ଅନୁଷ୍କା ଶର୍ମା ସାମିଲ୍ ହେବାକୁ ଯାଉଛନ୍ତି ମୋଦିଙ୍କର ଏକ ନୂଆ ଅଭିଯାନରେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ଏଥିପାଇଁ ଅନୁଷ୍କାଙ୍କୁ ନିମନ୍ତ୍ରଣ କରିଛନ୍ତି। ଅଭିଯାନଟି ହେଲା ‘ସ୍ୱଚ୍ଛତା ହିଁ ସେବା’। ମୋଦିଙ୍କ ଜନ୍ମଦିନରେ ଅନୁଷ୍କା ଏକ ପତ୍ର ଲେଖି ଅଭିଯାନରେ ସାମିଲ ହେବାକୁ ନିମନ୍ତ୍ରଣକରିଥିବାରୁ ଧନ୍ୟବାଦ ଜଣାଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ ଗରିବ ଓ ଦଳିତଙ୍କ ପାଇଁ ଯାଉଥିବା ଏକ ବହୁତ ବଡ ସେବା। ଏଥିରେ ସାମିଲ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 03:07 PM IST

ମୁମ୍ବାଇ: ବଲିଉଡ୍ ହିରୋଇନ ଅନୁଷ୍କା ଶର୍ମା ସାମିଲ୍ ହେବାକୁ ଯାଉଛନ୍ତି ମୋଦିଙ୍କର ଏକ ନୂଆ ଅଭିଯାନରେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ଏଥିପାଇଁ ଅନୁଷ୍କାଙ୍କୁ ନିମନ୍ତ୍ରଣ କରିଛନ୍ତି। ଅଭିଯାନଟି ହେଲା ‘ସ୍ୱଚ୍ଛତା ହିଁ ସେବା’।

ମୋଦିଙ୍କ ଜନ୍ମଦିନରେ ଅନୁଷ୍କା ଏକ ପତ୍ର ଲେଖି ଅଭିଯାନରେ ସାମିଲ ହେବାକୁ ନିମନ୍ତ୍ରଣକରିଥିବାରୁ ଧନ୍ୟବାଦ ଜଣାଛନ୍ତି।

ସ୍ୱଚ୍ଛ ଭାରତ ଅଭିଯାନ ଗରିବ ଓ ଦଳିତଙ୍କ ପାଇଁ ଯାଉଥିବା ଏକ ବହୁତ ବଡ ସେବା। ଏଥିରେ ସାମିଲ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି ଓ ଏହି ଅଭିଯାନ ପାଇଁ ଭଲ କାମ କରିବାକୁ ଚାହୁଁଛନ୍ତି ବୋଲି ଟ୍ୱିଟ୍‌ କରି ଜଣାଇଛନ୍ତି ଅନୁଷ୍କା।

ଅନୁଷ୍କା ବହୁତ ଶୀଘ୍ର ଫିଲ୍ମ ‘ପରୀ’ରେ ନଜର ଆସିବେ। ଏହା ବ୍ୟତୀତ ଶାହାରୁଖଙ୍କ ସହ ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମରେ ବି ନଜର ଆସିବେ। ଏଥିରେ ଶାହାରୁଖ ଜଣେ ବାମନ ବ୍ୟକ୍ତିର ଭୂମିକାରେ ନଜର ଆସିବେ। ଫିଲ୍ମଟି ୨୦୧୮ରେ ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos