Advertisment

ଭାଉଜଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ମୁମ୍ବାଇ: ରିଲ ଲାଇଫର ଭାଉଜଙ୍କ ସହ ରିଅଲ ଲାଇଫରେ ନିର୍ବନ୍ଧ କଲେ ଟେଲି ଅଭିନେତା ନୀଲ ଭଟ୍ଟ। ନିଜ ଅନସ୍କ୍ରିନ ଭାଉଜ ଐଶ୍ୱର୍ଯ୍ୟାଙ୍କ ସହ କଲେ ଏଙ୍ଗେଜମେଣ୍ଟ। ଷ୍ଟାରପ୍ଲସର ଚର୍ଚ୍ଚିତ ଧାରାବାହିକ ‘ଗୁମ ହୈ କିସି କେ ପ୍ୟାର ମେଁ’ର ଲିଡ ଅଭିନେତା ନୀଲ ଭଟ୍ଟ ସେ ତାଙ୍କ ଅନସ୍କ୍ରିନ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମାଙ୍କୁ ନିର୍ବନ୍ଧ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ଉଭୟ ସୋଶାଲ ମିଡିଆରେ ଫଟୋ ସେଆର କରି ନିଜ ପ୍ରଶଂସକଙ୍କୁ ଏହି ସୂଚନା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଭାଉଜଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

neel bhatt-1

ମୁମ୍ବାଇ: ରିଲ ଲାଇଫର ଭାଉଜଙ୍କ ସହ ରିଅଲ ଲାଇଫରେ ନିର୍ବନ୍ଧ କଲେ ଟେଲି ଅଭିନେତା ନୀଲ ଭଟ୍ଟ। ନିଜ ଅନସ୍କ୍ରିନ ଭାଉଜ ଐଶ୍ୱର୍ଯ୍ୟାଙ୍କ ସହ କଲେ ଏଙ୍ଗେଜମେଣ୍ଟ। ଷ୍ଟାରପ୍ଲସର ଚର୍ଚ୍ଚିତ ଧାରାବାହିକ 'ଗୁମ ହୈ କିସି କେ ପ୍ୟାର ମେଁ'ର ଲିଡ ଅଭିନେତା ନୀଲ ଭଟ୍ଟ ସେ ତାଙ୍କ ଅନସ୍କ୍ରିନ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମାଙ୍କୁ ନିର୍ବନ୍ଧ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ଉଭୟ ସୋଶାଲ ମିଡିଆରେ ଫଟୋ ସେଆର କରି ନିଜ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ଏହାପରେ ଦୁହିଁଙ୍କ ନିର୍ବନ୍ଧ ବେଳର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।neil bhatt & aiswariya get engaged

Advertisment

ନିଲ୍‌ ଫଟୋକୁ ଶେଆର କରି କ୍ୟାପସନରେ ଲେଖିଛନ୍ତି, ''ପାଗଳପଣ ପ୍ରେମରେ ପରିଣତ ହୋଇଗଲା, ସବୁଦିନ ପାଇଁ ଆମେ ଏକ୍‌ ହୋଇଗଲୁ।''

ସରିଏଲ ଶୁଟିଂ ସେଟ୍‌ରେ ନୀଲ ଏବଂ ଐଶ୍ୱର୍ଯ୍ୟାଙ୍କ ଦେଖା ସାକ୍ଷାତ ହୋଇଥିଲା। ଏହାପରେ ଦୁହିଁ ମଧ୍ୟରେ ପ୍ରଥମେ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ଦେଖୁଦେଖୁ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଯାଇଥିଲା। ଦୁହଁ ଦୁହିଁଙ୍କୁ ଶୁଟିଂ ସେଟ୍‌ରେ ହିଁ ଭଲ ପାଇ ବସିଥିଲେ। ଏବେ ଏ ଦୁଇ ଅଭିନେତା ଓ ଅଭିନେତ୍ରୀ ନିଜ ପ୍ରେମ ସମ୍ପର୍କକୁ ଅଫିସିଆଲା କରିଛନ୍ତି।neil bhatt & aiswariya get engaged

Advertisment

ନିଜ ରିଲେସନସିପ୍ ନେଇ ନିଲ୍ କହିଛନ୍ତ ଯେ, ପରସ୍ପର ସହ ରହିବାକୁ ଭଲ ଲାଗୁଛି। ପ୍ରଥମରୁ ଆମ ସମ୍ପର୍କ କିଛି ଭିନ୍ନ ଲାଗିଥିଲା। ହେଲେ ଚୁପ୍ ଥିଲୁ। ଠିକ୍ ସମୟକୁ ଅପେକ୍ଷା କରିଥିଲୁ। ଏବେ ନିର୍ବନ୍ଧ ସରିଛି, ସମୟ ଆସିଲେ ଖୁବଶୀଘ୍ର ବିବାହ ତାରିଖ ମଧ୍ୟ ଘୋଷଣା କରିବୁ ବୋଲି ଅଭିନେତା ନିଲ୍‌ କହିଛନ୍ତି।

ଅଧିକ ପଢ଼ନ୍ତୁ : ମୋବାଇଲ୍ ବ୍ୟାଟେରିରେ ଖେଳୁଥିଲେ ୨ ଶିଶୁ, ହେଲା ବିସ୍ଫୋରଣ

Bollywood News