divya-op
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଲେନ୍ଟାଇନ୍ସ ଡେ’ରେ ଷ୍ଟ୍ରିମିଂ କରିବ ୱେବ୍ ସିରିଜ୍ ‘ଚୁମ୍ବକ’। ତରଙ୍ଗ ପ୍ଲସ୍ ଆପ୍ରେ ଏହି ୱେବ୍ ସିରିଜ୍କୁ ଆପଣମାନେ ଦେଖିପାରିବେ। ସମଲିଙ୍ଗୀ ସମ୍ପର୍କକୁ ନେଇ ଏହି ୱେବ୍ ସିରିଜ୍ର କାହାଣୀ ଗତିଶୀଳ ହୋଇଛି। ଏଥିରେ ବଲିଉଡ୍ର ଦୁଇ ଅଭିନେତ୍ରୀ ଦିବ୍ୟା ଓ ତମନ୍ନା ବ୍ୟାସ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।
ତେବେ ଏହି ୱେବ୍ ସିରିଜ୍ ପାଇଁ ଅଫର୍ ପାଇବା ପରେ ଦିବ୍ୟା ଡରି ଯାଇଥିଲେ। ଏଥିରେ ସେ କେମିତି ଅଭିନୟ କରିବେ, ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ‘ଚୁମ୍ବକ’ର ନିର୍ଦ୍ଦେଶକ ସୁଶାନ୍ତ ମଣି ତାଙ୍କୁ ପୂରା କାହାଣୀ ଓ ଏ କାହାଣୀ ପଛରେ ଥିବା ବାର୍ତ୍ତାକୁ ବୁଝାଇବା ପରେ ସେ ଏଥିରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ।
ଦିବ୍ୟାଙ୍କ କହିବା ଅନୁଯାୟୀ, ଜଣେ କଳାକାର ସବୁବେଳେ କିଛି ନୂଆ କାହାଣୀ ନେଇ ଆସିବା କଥା। ଆଉ କାହାଣୀ ଏମିତି ହେବା କଥା ଯେଉଁଥିରେ ଲୋକମାନେ ସେମାନଙ୍କ ସମସ୍ୟାକୁ ଅନୁଭବ କରିପାରୁଥିବେ ଓ ସମାଧାନର ବାଟ ବି ପାଉଥିବେ।
ଏହି ୱେବ୍ ସିରିଜ୍ର କିଛି ସ୍ମୃତି ଶେଆର୍ କରି ଦିବ୍ୟା କହିଛନ୍ତି ଯେ କହିବାକୁ ଗଲେ ବିନା ମେକ୍ଅପ୍ରେ ଏହାର ଶୁଟିଂ ହୋଇଛି। ବହୁତ କମ୍ ମେକ୍ଅପ୍ ଦିଆଯାଉଥିଲା। ଏଥିରେ ସେ ହିରୋଇନ୍ ନୁହେଁ, ଜଣେ ସାଧାରଣ କଲେଜ୍ ପଢୁଆ ଝିଅ ଯେମିତି ଦେଖାଯା’ନ୍ତି, ସେମିତି ଦେଖାଯାଉଛନ୍ତି।
ଦିବ୍ୟାଙ୍କ ସୂଚନା ଅନୁଯାୟୀ, ତମନ୍ନା ଓ ତାଙ୍କୁ କୌଣସି ସ୍କ୍ରିପ୍ଟ ଦିଆଯାଉ ନଥିଲା। କେବଳ ଏକ ସିଚୁଏସନ୍ ଦିଆଯାଉଥିଲା ଓ ସେ ସମୟରେ ଦୁଇ ଜଣ ଝିଅ କେମିତି କଥା ହେବେ, ତାହା କରିବାକୁ କୁହାଯାଉଥିଲା। ମୋଟାମୋଟି ଭାବେ ଦିବ୍ୟା କହିଛନ୍ତି ଯେ ଚୁମ୍ବକର ଯାତ୍ରା ଏତେ ସହଜ ନଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/divya-op.jpg)