ଦୀପାବଳି ସେଲିବ୍ରେସନ୍: ଦେଖନ୍ତୁ ଓଲିଉଡ କଳାକାରଙ୍କର କିଛି ଝଲକ

ଭୁବନେଶ୍ବର(ଓଡିଶା ରିପୋର୍ଟର): ବର୍ଷକେ ଥରେ ଆସିଛି ଦୀପାବଳି। ସାଙ୍ଗରେ ଆଣିଛି ହସ ଓ ଖୁସିର ଲହରୀ। ଏହି ଆଲୋକର ପର୍ବ ଦୀପାବଳିକୁ ଖୁବ ଧୁମଧାମ୍ ରେ ପାଳନ କରିବା ପାଇଁ ଆମ ଓଲିଉଡର କଳାକରମାନେ ମଧ୍ୟ ବେସ୍ ଉତ୍କଣ୍ଠାର ସହ ଅପେ‍କ୍ଷା କରିଥିଲେ । ଶେଷରେ ଏହି ଦିନ ଆସି ପହଁଚିଛି , ଦୀପାବଳିର ପର୍ବକୁ ଯାକଯମକରେ ପାଳନ କରିବା ପାଇଁ ଓଲିଉଡର କଳାକାରମାନେ ମଧ୍ୟ ପୁରା ରେଡି। କେହି ଫୁଲରେ ରଙ୍ଗୋଲି ତିଆରି କରିଛି ତ କେହି ମୁରୁଜରେ ରଙ୍ଗୋଲି କରିଛି, ଦୀପାବଳି ପରି ପର୍ବରେ କିଛି କଳାକାର ମିଠା ମଧ୍ୟ ତିଆରି କରିଛନ୍ତି ।