Advertisment

ଅଭିନେତ୍ରୀ ପାୟଲ ଘୋଷଙ୍କୁ ଏସିଡ୍‌ ଆଟାକ୍‌, ଏମିତି ଥିଲା ପ୍ଲାନ୍‌

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ପାୟଲ ଘୋଷ। ପାୟଲଙ୍କୁ ଏସିଡ୍‌ ଆଟାକ୍‌ ହୋଇଥିବା ଅଭିଯୋଗ ହୋଇଛି। ମେଡିସିନ୍‌ କିଣବାକୁ ଯାଉଥିବା ବେଳେ  କେହି ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ କରିଛନ୍ତି।  ପାୟଲ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ କାରରେ ଯାଉଥିଲେ, କିଛି ପୁରୁଷ ତାଙ୍କୁ ଫଲୋ କରି ଏକ ରଡ଼ରେ ଆକ୍ରମଣ କରିଥିଲେ। ଏହି ସମୟରେ ସେମାନେ ଏକ ବୋତଲରେ ଥିବା ତରଳ ପଦାର୍ଥକୁ ତାଙ୍କ ଉପରକୁ ଫୋପାଡ଼ିଥିଲେ। ଏହାକୁ […]

ଅଦ୍ୟତନ ହୋଇଛି
ଅଭିନେତ୍ରୀ ପାୟଲ ଘୋଷଙ୍କୁ ଏସିଡ୍‌ ଆଟାକ୍‌, ଏମିତି ଥିଲା ପ୍ଲାନ୍‌

670

Advertisment

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ପାୟଲ ଘୋଷ। ପାୟଲଙ୍କୁ ଏସିଡ୍‌ ଆଟାକ୍‌ ହୋଇଥିବା ଅଭିଯୋଗ ହୋଇଛି। ମେଡିସିନ୍‌ କିଣବାକୁ ଯାଉଥିବା ବେଳେ  କେହି ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ କରିଛନ୍ତି।  ପାୟଲ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ କାରରେ ଯାଉଥିଲେ, କିଛି ପୁରୁଷ ତାଙ୍କୁ ଫଲୋ କରି ଏକ ରଡ଼ରେ ଆକ୍ରମଣ କରିଥିଲେ। ଏହି ସମୟରେ ସେମାନେ ଏକ ବୋତଲରେ ଥିବା ତରଳ ପଦାର୍ଥକୁ ତାଙ୍କ ଉପରକୁ ଫୋପାଡ଼ିଥିଲେ। ଏହାକୁ ସେ ଏସିଡ୍‌ ବୋଲି ସନ୍ଦେହ କରୁଛନ୍ତି।

Advertisment

ସେ କହିଛନ୍ତି ଯେ, ସୌଭାଗ୍ୟବସତଃ ସେ ଏହି ଆକ୍ରମଣରୁ ବର୍ତ୍ତିଯାଇଛନ୍ତି।  କିନ୍ତୁ ତାଙ୍କ ବାମ ହାତରେ ସାମାନ୍ୟ ଆଘାତ ଲାଗିଛି। ଏହି ପ୍ରସଙ୍ଗରେ ସେ ଥନାରେ ଏକ ଏଫ୍ଆଇଆର୍ ଦାଖଲ କରିବେ ବୋଲି ଅଭିନେତ୍ରୀ କହିଛନ୍ତି। ତେବେ ଏ ସମ୍ପର୍କରେ ସେ ତାଙ୍କ ଇନଷ୍ଟାଗ୍ରାମରେ କ୍ଲିପ୍ ଜାରି କରି ସୂଚନା ଦେଇଛନ୍ତି। ସେଥିରେ ସେ କହିଛନ୍ତି ଯେ, ହାଏ, ମୁଁ ପାୟଲ ଘୋଷ । ଗତକାଲି ମୁଁ କିଛି ମେଡିସିନ୍‌ କିଣିବାକୁ ଘରୁ  ବାହାରିଥିଲି। ଯେତେବେଳେ ମୁଁ ମୋ ଡ୍ରାଇଭର ସିଟରେ ବସିବାକୁ ଯାଉଥିଲି ସେହି ସମୟରେ କିଛି ଲୋକ ଆସି ମତେ  ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

ସେମାନଙ୍କ ହାତରେ ଏକ ବୋତଲ ଥିଲା ।  ମୁଁ ଜାଣିନି  ସେଥିରେ କଣ ଥିଲା। କିନ୍ତୁ ସେଥିରେ ଏସିଡ୍ ଥିବା ମୁଁ ସନ୍ଦେହ କରୁଛି। ସେମାନେ ମତେ ରଡ଼ରେ ମାରିବାକୁ ଚେଷ୍ଟା କରିଥିଲେ ଏବଂ ମୁଁ କୌଶଳ କ୍ରମେ ଖସିଆସିଥିଲି ବୋଲି ସେ କହିଛନ୍ତି। ଏଥିରେ ସାମାନ୍ୟ ଆହତ ହୋଇଛନ୍ତି ବୋଲି କହିଛନ୍ତି। ପୂର୍ବରୁ ପାୟଲ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ତାଙ୍କ ବିରୋଧରେ ସେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।   ଅଭିଯୋଗ ଅନୁଯାୟୀ, ୨୦୧୩ ମସିହାରେ ଭର୍ସୋଭା ୟାରି ରୋଡସ୍ଥିତ ଏକ ସ୍ଥାନରେ ଅନୁରାଗ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପାୟଲଙ୍କ ଅଭିଯୋଗକୁ ଆଧାର କରି  ଭର୍ସୋଭା ଥାନାରେ ଅନୁରାଗଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା।

Advertisment
Hindi Television Payal Ghosh Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe