Advertisment

ସୋନାକ୍ଷୀଙ୍କୁ ଟ୍ରୋଲ୍ କରି ଫସିଗଲେ

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଟ୍ରୋଲିଂ ଏକ ସାଧାରଣ କଥା ହୋଇଗଲଣି। ଖାସ୍‌ କରି ବଲିଉଡ୍ ସେଲେବ୍ରେଟିଙ୍କ ପାଇଁ। ପ୍ରତିଦିନ କେହି ନା କେହି ବଲିଉଡ୍ ଷ୍ଟାର ସୋଶାଲ ମିଡିଆରେ ସମାଲୋଚନାର ଶିକାର ହୁଅନ୍ତି। ବ୍ୟକ୍ତିଗତ ଜୀବନଠୁ ଆରମ୍ଭ କରି ପେଷାଗତ ଜୀବନର ବିଭିନ୍ନ କଥାକୁ ନେଇ ସେମାନଙ୍କୁ ବିଭିନ୍ନ କଥା ଶୁଣିବାକୁ ପଡ଼େ। ପ୍ରାୟତଃ କଳାକାର ମାନେ ଟ୍ରୋଲିଂକୁ ଅଣଦେଖା କରି ଆଗକୁ ବଢ଼ିବାକୁ ପସନ୍ଦ କରନ୍ତି। କିନ୍ତୁ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଟିକେ ଅଲଗା! ନିକଟରେ […]

ଅଦ୍ୟତନ ହୋଇଛି
ସୋନାକ୍ଷୀଙ୍କୁ ଟ୍ରୋଲ୍ କରି ଫସିଗଲେ

sonakshui

Advertisment

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଟ୍ରୋଲିଂ ଏକ ସାଧାରଣ କଥା ହୋଇଗଲଣି। ଖାସ୍‌ କରି ବଲିଉଡ୍ ସେଲେବ୍ରେଟିଙ୍କ ପାଇଁ। ପ୍ରତିଦିନ କେହି ନା କେହି ବଲିଉଡ୍ ଷ୍ଟାର ସୋଶାଲ ମିଡିଆରେ ସମାଲୋଚନାର ଶିକାର ହୁଅନ୍ତି। ବ୍ୟକ୍ତିଗତ ଜୀବନଠୁ ଆରମ୍ଭ କରି ପେଷାଗତ ଜୀବନର ବିଭିନ୍ନ କଥାକୁ ନେଇ ସେମାନଙ୍କୁ ବିଭିନ୍ନ କଥା ଶୁଣିବାକୁ ପଡ଼େ। ପ୍ରାୟତଃ କଳାକାର ମାନେ ଟ୍ରୋଲିଂକୁ ଅଣଦେଖା କରି ଆଗକୁ ବଢ଼ିବାକୁ ପସନ୍ଦ କରନ୍ତି। କିନ୍ତୁ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଟିକେ ଅଲଗା! ନିକଟରେ ତାଙ୍କୁ ଟ୍ରୋଲ୍ କରିଥିବା ଜଣେ ଯୁବକଙ୍କୁ ସେ ଜେଲ୍‌ରେ ପୂରାଇ ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ, କିଛି ଦିନ ହେବ ସୋନାକ୍ଷୀ ସାଇବର୍‌ ବୁଲିଂ ବିପକ୍ଷରେ ସୋଶାଲ୍‌ ମିଡିଆରେ ଏକ ଅଭିଯାନ ଚଲାଇଛନ୍ତି। ଏହି ଅଭିଯାନର ନାଁ ‘ଅବ୍‌ ବସ୍‌’। ଏହାର ଆଧାରରେ ଯେଉଁମାନେ ଟ୍ରୋଲ୍‌ର ଶିକାର ହେଉଛନ୍ତି, ସେମାନଙ୍କ ସହ ସୋନାକ୍ଷୀ କଥା ହେଉଛନ୍ତି। ଅନେକ ଲୋକ ସୋନାକ୍ଷୀଙ୍କ ସହ ତାଙ୍କର ଟ୍ରୋଲିଂ ଅନୁଭୂତି ବାଣ୍ଟିଛନ୍ତି।

Advertisment


ଅନ୍ୟପକ୍ଷରେ ସୋନାକ୍ଷୀଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଜଣେ ଯୁବକଙ୍କ ଗତ କିଛି ଦିନ ହେବ ଲଗାତାର ଖରାପ କମେଣ୍ଟ ଦେଇ ଚାଲିଥିଲେ। ଏହା ଦେଖିବା ପରେ ସୋନାକ୍ଷୀ ମୁମ୍ବାଇର ସାଇବର କ୍ରାଇମ୍ ବ୍ରାଞ୍ଚ୍ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ସାଇବର କ୍ରାଇମ୍ ବ୍ରାଞ୍ଚ୍ ‌ ଔରଙ୍ଗାବାଦର ଶଶିକାନ୍ତ ଗୁଲାବ ଯାଦବ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସି ଏବଂ ଆଇଟି ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।

https://www.instagram.com/tv/CDldLragsxR/?utm_source=ig_web_copy_link

ସୂଚନାଯୋଗ୍ୟ, ସୋନାକ୍ଷୀ ଦୀର୍ଘ ଦିନ ହେବ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ର ଶିକାର ହେଉଥିଲେ। ଏପରିକି ଜୁନ୍‌ ୨୦ରେ ସେ ସୋଶାଲ୍‌ ମିଡିଆରେ ଏମିତି ନକାରାତ୍ମକ ଲୋକଙ୍କଠାରୁ ଦୂରେଇ ରହିବା ପାଇଁ ତାଙ୍କ ଟ୍ୱିଟର୍‌ ଆକାଉଣ୍ଟ ଡିଆକ୍ଟିଭେଟ୍‌ କରିଥିଲେ। ଟ୍ୱିଟରରେ ଆବଶ୍ୟକତା ଠାରୁ ଅଧିକ ଟ୍ରୋଲ୍‌ ହେବାରୁ ମାନସିକ ଶାନ୍ତି ପାଇଁ ସେ ଏହାକୁ ବାଏ ବାଏ କରିଥିବା କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe