Advertisment

ଗାଈଗୋରୁ, ବୁଲା କୁକୁରଙ୍କୁ ଖୁଆଇଲେ ପୁଷ୍ପା ଓ ଅନୁଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସାରା ଦେଶ ଲକ୍‌ଡାଉନ୍‌ରେ ଅଛି। ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। ତା’ସହିତ ଜରୁରୀ କାମ ନଥିଲେ ନ ବାହାରିବାକୁ କୁହାଯାଇଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଘୋଷଣା କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ଖାଦ୍ୟ ଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। ତା’ସହିତ ପଶୁପକ୍ଷୀଙ୍କୁ ଖାଇବାକୁ ଦେବାକୁ କହିଥିଲେ। ଅନେକ ଲୋକ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେମାନଙ୍କ ମଧ୍ୟରେ […]

ଅଦ୍ୟତନ ହୋଇଛି
ଗାଈଗୋରୁ, ବୁଲା କୁକୁରଙ୍କୁ ଖୁଆଇଲେ ପୁଷ୍ପା ଓ ଅନୁଭା

anubha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସାରା ଦେଶ ଲକ୍‌ଡାଉନ୍‌ରେ ଅଛି। ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। ତା’ସହିତ ଜରୁରୀ କାମ ନଥିଲେ ନ ବାହାରିବାକୁ କୁହାଯାଇଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଘୋଷଣା କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ଖାଦ୍ୟ ଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। ତା’ସହିତ ପଶୁପକ୍ଷୀଙ୍କୁ ଖାଇବାକୁ ଦେବାକୁ କହିଥିଲେ। ଅନେକ ଲୋକ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତ୍ରୀ ମା’ଝିଅ ପୁଷ୍ପା ପଣ୍ଡା ଓ ଅନୁଭା। ଗତକାଲି ମଧ୍ୟାହ୍ନରେ ସେମାନେ ଘରୁ ବାହାରକୁ ଆସି ବୁଲା କୁକୁର ଓ ଗାଈଗୋରୁଙ୍କୁ ଖାଇବାକୁ ଦେଇଥିଲେ।

Advertisment
publive-imageଭାତ ଓ ରୁଟି ସହ ସେମାନେ ଗାଈଗୋରୁଙ୍କୁ ତରଭୁଜ ଖାଇବାକୁ ଦେଇଥିଲେ। ସେହିଭଳି କୁକୁରମାନଙ୍କୁ ଭାତ ଓ ରୁଟି ଦେଇଥିଲେ। ସେମାନଙ୍କର ଏହିଭଳି ଭଲ କାମକୁ ଅନୁଭାଙ୍କର ଜଣେ ପ୍ରଶଂସକ ଫେସ୍‌ବୁକ୍‌ରେ ଶେଆର୍ କରିଛନ୍ତି।
publive-imageଏପ୍ରିଲ୍‌ ୧୪ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ ଚାଲିବାକୁ ଥିବା ବେଳେ ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ସହାୟତା ଘୋଷଣା କରିଛନ୍ତି। କେହି ଯେମିତି ଖାଇବାପିଇବା ନେଇ ଅସୁବିଧାରେ ନପଡ଼ିବେ, ସେନେଇ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର ମଧ୍ୟ ଭତ୍ତା ପାଉଥିବା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି।  ଅନ୍ୟପକ୍ଷରେ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗତକାଲି ଭୁବନେଶ୍ୱରର ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍ ଆସିଛି।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe