ରାକ୍ଷୀ ସାୱନ୍ତଙ୍କ ଗୋଡ଼ ଧରିଲେ ରାମ ରହିମ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ଦୁଇ ସାଧ୍ୱୀଙ୍କୁ ଦୁଷ୍କର୍ମ କରି ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ। କିନ୍ତୁ ନିକଟରେ ସୋସିଆଲ୍ ମିଡିଆରେ ରାକ୍ଷୀ ସାୱନ୍ତ ଓ ରାମ ରହିମଙ୍କ କିଛି ଫଟୋ ଭାଇରାଲ ହୋଇଛି। ଏହି ଫଟୋଗୁଡ଼ିକରେ ରାମ ରହିମ ରାକ୍ଷୀ ସାୱନ୍ତଙ୍କ ଗୋଡ଼ ଧରିଥିବା ଦେଖିବାକୁ ମିଳିଛି। ତା’ସହିତ ସେ ରାକ୍ଷୀଙ୍କ ସହିତ ନାଚୁଥିବା ଫଟୋ ମଧ୍ୟ ରହିଛି। ପୁଣି ଏଥିରେ ରାମ ରହିମ କଏଦୀ ପୋଷାକରେ ରହିଛନ୍ତି। ଏହା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ramrahimram2rakhiତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ବାସ୍ତବରେ ରାକ୍ଷୀଙ୍କ ଗୋଡ଼ ଧରିଥିବା ବ୍ୟକ୍ତି ଜଣଙ୍କ ରାମ ରହିମ ନୁହନ୍ତି। ଜଣେ ବ୍ୟକ୍ତି ରାମ ରହିମ ବେଶରେ ସଜେଇ ହୋଇଛନ୍ତି। ଏକ ଫିଲ୍ମ ପାଇଁ ତାଙ୍କୁ ରାମ ରହିମଙ୍କ ଭଳି ସଜା ଯାଇଛି। ଏହି ଫିଲ୍ମଟି ରାମ ରହିମଙ୍କ ପରେ ନିର୍ମାଣ ହେଉଛି। ଏହାର ପ୍ରଥମ ଆଇଟମ୍ ସଙ୍ଗ୍ ସୁଟିଂ ହୋଇଛି। ଏଥିରେ ରାକ୍ଷୀ ସାୱନ୍ତ ଅଛନ୍ତି। ଏହି ଆଇଟମ୍ ଗୀତରେ ରାମ ରହିମ ସାଜିଥିବା ବ୍ୟକ୍ତି ରାକ୍ଷୀଙ୍କ ଗୋଡ଼ ଧରିଛନ୍ତି। ଆଉ ସେହି ଫଟୋ ଏବେ ଭାଇରାଲ ହୋଇଛି।