Advertisment

ରଣବୀର ଜଣେ ପୋଜେସିଭ୍ ପ୍ରେମିକ

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ଯୁବପିଢ଼ିଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇଥିବା ବେଳେ ଜଣେ ଉଚ୍ଚକୋଟୀର ଅଭିନେତା ମଧ୍ୟ। ତେବେ ଫିଲ୍ମଠାରୁ ଅଧିକ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି ରଣବୀର। ତେବେ ଆଜିକାଲି ପୁଣି ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ରଣବୀରଙ୍କୁ ନେଇ କଣ ଚର୍ଚ୍ଚା ଚାଲିଛି ଆସନ୍ତୁ ଜାଣିବା.. ନିକଟ ଚାରିଆଡ଼େ ପ୍ରଶଂସକମାନେ ଶୋକ ପ୍ରକାଶ କରୁଛନ୍ତି। ଏହାରି ଭିତରେ ଋଷିଙ୍କ ପରିବାର ସହ ଜଡ଼ିତ ଅନେକ ଭିଡିଓ, […]

ଅଦ୍ୟତନ ହୋଇଛି
ରଣବୀର ଜଣେ ପୋଜେସିଭ୍ ପ୍ରେମିକ

ranbir-kapoor

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ଯୁବପିଢ଼ିଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇଥିବା ବେଳେ ଜଣେ ଉଚ୍ଚକୋଟୀର ଅଭିନେତା ମଧ୍ୟ। ତେବେ ଫିଲ୍ମଠାରୁ ଅଧିକ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି ରଣବୀର। ତେବେ ଆଜିକାଲି ପୁଣି ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ରଣବୀରଙ୍କୁ ନେଇ କଣ ଚର୍ଚ୍ଚା ଚାଲିଛି ଆସନ୍ତୁ ଜାଣିବା..

Advertisment

ନିକଟ ଚାରିଆଡ଼େ ପ୍ରଶଂସକମାନେ ଶୋକ ପ୍ରକାଶ କରୁଛନ୍ତି। ଏହାରି ଭିତରେ ଋଷିଙ୍କ ପରିବାର ସହ ଜଡ଼ିତ ଅନେକ ଭିଡିଓ, ଇଣ୍ଟର୍ଭୁ ଲୋକେ ଶେୟାର କରୁଛନ୍ତି। ଏହି କ୍ରମରେ ରଣବୀରଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।

https://www.instagram.com/p/CAUPYuzBLW1/?utm_source=ig_web_copy_link

ଭିଡିଓଟି ସିମି ଗ୍ରେଓ୍ୱାଲଙ୍କ ଏକ ଚାଟ୍ ଶୋ'ର। ଏଥିରେ ଜଣେ ପ୍ରଶଂସକ ରଣବୀରଙ୍କୁ ପ୍ରେମରେ ପୋଜେଶିଭ୍ ହେବା ନେଇ ପ୍ରଶ୍ନ କରୁଛନ୍ତି। ପ୍ରଶ୍ନର ଉତ୍ତରରେ ରଣବୀର କହୁଛନ୍ତି, ମୁଁ ପ୍ରକୃତରେ ବହୁତ ପୋଜେସିଭ୍। ହେଲେ ମୁଁ ତାହା ପ୍ରକାଶ କରିପାରେନି। ମୁଁ ବହୁତ ବଡ଼, ସାହସୀ ଲୋକ ଭଳି ଦେଖେଇ ହୁଏ। କିନ୍ତୁ ଭିତରେ ଇର୍ଷାରେ ଜଳୁଥାଏ। ମୁଁ ପ୍ରେମରେ ପୋଜେସିଭ୍ ହୁଏ ବୋଲି କହିଥିଲେ ରଣବୀର।

Advertisment

ଭିଡିଓଟିକୁ ଆଲିଆ ଭଟ୍ଟଙ୍କ ଫ୍ୟାନ ପେଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଏହାକୁ ନେଇ ପୁଣି ଆଲିଆ ଭଟ୍ଟ ଓ ରଣବୀରଙ୍କ ପ୍ରେମ ଚର୍ଚ୍ଚାରେ ରହିଛି। ଦୀର୍ଘ ସମୟରୁ ଦୁହେଁ ପ୍ରେମ ସମ୍ପର୍କରେ ବାନ୍ଧି ହୋଇ ଅଛନ୍ତି। ଗତ ବର୍ଷ ଆଲିୟା-ରଣବୀରଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏବେ ଫ୍ଯାନମାନେ ଉଭୟଙ୍କ ବିବାହକୁ ଅପେକ୍ଷା କରିଛନ୍ତି।

Ranbir Kapoor Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe