ବିଚରା ରଣବୀର ! ଗୋଟିଏ ସିନ୍ ପାଇଁ ଖାଇଲେ 24 ଚାପୁଡା

ଜୁନିଅର କଳାକାର ଅଭିନୟ ଠିକ୍ ନ କଲେ ନିର୍ଦ୍ଦେଶକ ତାଙ୍କ ଉପରେ ବିରକ୍ତ ହେବାର ନଜିର ଅଛି। ମଞ୍ଚ ନାଟକରେ ନିର୍ଦ୍ଦେଶକ କଳାକାରଙ୍କୁ ସ୍ଥଳ ବିଶେଷରେ ମାଡ଼ ମାରୁଥିବାର ଦେଖିବାକୁ ମିଳେ। କିନ୍ତୁ ବଡ଼ବଡ଼ ନାମୀ କଳାକାର ବି କଣ ସୁଟିଂ ବେଳେ ଡାଇରେକ୍ଟରଙ୍କ ପାଖରୁ ମାଡ଼ ଖାଆନ୍ତି? ନିକଟରେ ଏମିତି ଏକ କଥା ଶୁଣିବାକୁ ମିଳିଛି ଜଣାଶୁଣା ୟଙ୍ଗ୍ ଟ୍ୟାଲେଣ୍ଟ ରଣବୀର ସିଂଙ୍କ ବିଷୟରେ। କଥାଟି ଏମିତି। ଆଉ ମାତ୍ର ଦୁଇମାସ ପରେ ଆସିବାକୁ ଯାଉଛି […]

Rakesh Mallick
  • Published: Monday, 04 September 2017
  • Updated: 04 September 2017, 06:09 PM IST

Sports

Latest News

ଜୁନିଅର କଳାକାର ଅଭିନୟ ଠିକ୍ ନ କଲେ ନିର୍ଦ୍ଦେଶକ ତାଙ୍କ ଉପରେ ବିରକ୍ତ ହେବାର ନଜିର ଅଛି। ମଞ୍ଚ ନାଟକରେ ନିର୍ଦ୍ଦେଶକ କଳାକାରଙ୍କୁ ସ୍ଥଳ ବିଶେଷରେ ମାଡ଼ ମାରୁଥିବାର ଦେଖିବାକୁ ମିଳେ। କିନ୍ତୁ ବଡ଼ବଡ଼ ନାମୀ କଳାକାର ବି କଣ ସୁଟିଂ ବେଳେ ଡାଇରେକ୍ଟରଙ୍କ ପାଖରୁ ମାଡ଼ ଖାଆନ୍ତି? ନିକଟରେ ଏମିତି ଏକ କଥା ଶୁଣିବାକୁ ମିଳିଛି ଜଣାଶୁଣା ୟଙ୍ଗ୍ ଟ୍ୟାଲେଣ୍ଟ ରଣବୀର ସିଂଙ୍କ ବିଷୟରେ।
କଥାଟି ଏମିତି। ଆଉ ମାତ୍ର ଦୁଇମାସ ପରେ ଆସିବାକୁ ଯାଉଛି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସଂଜୟ ଲୀଲା ବଂଶାଲୀଙ୍କର ଆଉଏକ ଐତିହାସିକ ଫିଲ୍ମ। ପାଠକମାନେ ଏ ଫିଲ୍ମଟିର ନାଁ ବି ଜାଣିଥିବେ। ଫିଲ୍ମଟି ହେଲା ‘ପଦ୍ମାବତୀ’। ଆପଣମାନେ ସମସ୍ତେ ଜାଣନ୍ତି ବାବୁ ସଂଜୟ ତାଙ୍କ କାମରେ ଭାରି ପର୍ଫେକ୍ଟ। ଏହା ପୂର୍ବରୁ ସେ ଇତିହାସ କାହାଣୀ ଉପରେ ପର୍ଯ୍ୟବେଶିତ ତାଙ୍କ ଫିଲ୍ମ ବାଜିରାଓ ମସ୍ତାନୀ ପାଇଁ ଖୁବ୍ ଚର୍ଚ୍ଚାରେ ଥିଲେ। ଯେହେତୁ ଐତିହାସିକ ଫିଲ୍ମ, ତେଣୁ ସେ ଗୋଟିଏ ଗୋଟିଏ ସିନ୍ ନିର୍ଭୁଲ୍ କରିବାକୁ ଖୁବ୍ ସମୟ ନିଅନ୍ତି ଓ ସଟ୍ ଠିକ୍ ନହେଲା ଯାଏ କାହାକୁ ଛାଡ଼ନ୍ତିନି। ସେଇ ପଦ୍ମାବତୀ ଫିଲ୍ମ ସୁଟିଂ ବେଳେ ହିଁ ଘଟିଥିଲା ଏହି ଘଟଣା, ଯାହା ପାଇଁ ରଣବୀରଙ୍କ ଗାଲ ଲାଲ୍ ପଡ଼ିଯାଇଥିଲା।
ଏହି ପଦ୍ମାବତୀ ଫିଲ୍ମର ଗୋଟିଏ ସିନ୍ ପାଇଁ ରଣବୀରଙ୍କୁ ଜଣଙ୍କ ପାଖରୁ 24ଟି ଚାପୁଡା ଖାଇବାକୁ ପଡିଛି। କଥାଟି ଆପଣଙ୍କୁ ବିଶ୍ୱାସ ହେଉନଥିବ, ହେଲେ ସତ। ଆପଣ ଏବେ ଭାବୁଥିବେ, କିଏ ସେ ବ୍ୟକ୍ତି, ଯିଏ ରଣବୀରଙ୍କ ପରି ଅଭିନେତାଙ୍କୁ ବି ଚାପୁଡ଼ା ମାରିପାରିଲେ। ତା ପୁଣି ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକାଥରେ 24ଟି ଚାପୁଡା। ହଁ, ସେ ଜଣକ ହେଉଛନ୍ତି ବର୍ଷିୟାନ ଅଭିନେତା ରାଜା ମୁରାଦ। ହେଲେ ଡରିବାର କିଛି ନାହିଁ, ରାଜା ମୁରାଦ ଓ ରଣବୀରଙ୍କ ଭିତରେ ସବୁକିଛି ଠିକ୍ ଅଛି। କୌଣସି ଗଣ୍ଡଗୋଳ ହୋଇନି କି ବିବାଦ ବି ନାହିଁ। ପଦ୍ମାବତୀ ଫିଲ୍ମର ସୁଟିଂ ସମୟରେ ଗୋଟିଏ ସିନକୁ ଏକଦମ ପରଫେକ୍ଟ କରିବାକୁ ରଣବୀରଙ୍କୁ ଚାପୁଡା ଖାଇବାକୁ ପଡିଥିଲା। ଏ ବିଷୟରେ ନିଜେ ରଣବୀର ଟ୍ୱିଟ୍ କରି ଜଣାଇଛନ୍ତି ତାଙ୍କ ଫ୍ୟାନଙ୍କୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos