Advertisment

ଋଷି କପୁର- ଶିଶୁ କଳାକାରରୁ କିମ୍ବଦନ୍ତୀ ଯାଏ ଦୀର୍ଘ ରାସ୍ତାର ବାଟୋଇ

କ୍ୟୋଁ କୋଇ ଏକ୍‌, ସିର୍ଫ ଏକ ଐସା ହୋତା ହୈ.. ଜୋ ଇତ୍‌ନା ପ୍ୟାରା ଲଗ୍‌ନେ ଲଗ୍‌ତା ହୈ। ଏ ସଂଳାପ ତାଙ୍କୁ ବେଶ ମାନୁଥିଲା। ପରିବାର ପାଇଁ ସେ ଥିଲେ ଚିଣ୍ଟୁ। ଆଉ ଫ୍ୟାନ୍‌ଙ୍କ ପାଇଁ ବଲିଉଡ୍‌ର ପ୍ରଥମ ଚକୋଲେଟ୍‌ ବୟ। ପରଦାରେ ପ୍ରେମର ଢପ୍‌ଲି ବଜାଇଥିବା ବବି ଫିଲ୍ମର ଏହି ନୀରିହ ନିଷ୍ପାପ ଶିଶୁଙ୍କ ଜୀବନ ଗାଡ଼ି ଏତେ ଆଗକୁ ଗଡ଼ି ଯାଇଛି ଯେ, ଆଉ ଫେରିବନି। ଶେଷ ଥର ପାଇଁ ଟ୍ୱିଟରରେ ଆହ୍ୱାନ […]

ଅଦ୍ୟତନ ହୋଇଛି
ଋଷି କପୁର- ଶିଶୁ କଳାକାରରୁ କିମ୍ବଦନ୍ତୀ ଯାଏ ଦୀର୍ଘ ରାସ୍ତାର ବାଟୋଇ

Rishi-Kapooor

Advertisment

କ୍ୟୋଁ କୋଇ ଏକ୍‌, ସିର୍ଫ ଏକ ଐସା ହୋତା ହୈ.. ଜୋ ଇତ୍‌ନା ପ୍ୟାରା ଲଗ୍‌ନେ ଲଗ୍‌ତା ହୈ। ଏ ସଂଳାପ ତାଙ୍କୁ ବେଶ ମାନୁଥିଲା। ପରିବାର ପାଇଁ ସେ ଥିଲେ ଚିଣ୍ଟୁ। ଆଉ ଫ୍ୟାନ୍‌ଙ୍କ ପାଇଁ ବଲିଉଡ୍‌ର ପ୍ରଥମ ଚକୋଲେଟ୍‌ ବୟ। ପରଦାରେ ପ୍ରେମର ଢପ୍‌ଲି ବଜାଇଥିବା ବବି ଫିଲ୍ମର ଏହି ନୀରିହ ନିଷ୍ପାପ ଶିଶୁଙ୍କ ଜୀବନ ଗାଡ଼ି ଏତେ ଆଗକୁ ଗଡ଼ି ଯାଇଛି ଯେ, ଆଉ ଫେରିବନି। ଶେଷ ଥର ପାଇଁ ଟ୍ୱିଟରରେ ଆହ୍ୱାନ କରିଥିଲେ, ଆମେ ଏକାଠି କରୋନା ବିରୋଧରେ ଲଢ଼ିବା। କିନ୍ତୁ ଏ ଲଢ଼େଇ ସରିବା ଆଗରୁ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ବଲିଉଡ୍‌ର ଚମତ୍କାର ପ୍ରତିଭା ଋଷି କପୁର। ତାଙ୍କ ପ୍ରତି ଛୁଟିଥିବା ଶ୍ରଦ୍ଧାଞ୍ଜଳିର ସୁଅ ପ୍ରମାଣ କରୁଛି, ସତରେ ସାରା ଜମାନା ଆପ୍‌କା ଦୀୱାନା ଥା।
/>ଫିଲ୍ମ ଜଗତର ପ୍ରସିଦ୍ଧ କପୁର ପରିବାରରେ ତାଙ୍କର ଜନ୍ମ। ପୃଥ୍ୱୀରାଜ କପୁରଙ୍କ ନାତି ଏବଂ ଶୋ’ ମ୍ୟାନ୍‌ ରାଜ କପୁରଙ୍କ ପୁଅ। ବାପାଙ୍କ ଫିଲ୍ମ ‘ଶ୍ରୀ-୪୨୦’ରେ ପ୍ୟାର ହୁଆ ଇକ୍‌ରାର୍‌ ହୁଆ ଗୀତରେ ବର୍ଷାରେ ଭିଜି ଭିଜି ଚାଲିଥିବା କୁନି ପୁଅ ହିଁ ଥିଲେ ଋଷି। ଏଇଠୁ ପୋତା ହେଇଥିଲା ଅଭିନୟର ମଞ୍ଜି। ପରେ ବହୁ ଚର୍ଚ୍ଚିତ ଫିଲ୍ମ ‘ମେରା ନାମ୍‌ ଜୋକର’ରେ ବାପା ରାଜ୍‌ କପୁରଙ୍କ ପିଲାଦିନର ଚରିତ୍ରରେ ଆରମ୍ଭ ହୋଇଥିଲା ପ୍ରକୃତ ଅଭିନୟ।
/>ତାଙ୍କ ସମୟରେ ହିଁ ବଲିଉଡ୍‌ରେ ଆରମ୍ଭ ହୋଇଥିଲା ରୋମାଣ୍ଟିସିଜିମ୍‌। ବଲିଉଡ୍‌ ଫିଲ୍ମରେ ଆରମ୍ଭ ହୋଇଥିଲା ନାଚଗୀତର ପ୍ରୟୋଗ। ଆରମ୍ଭରୁ ଚକୋଲେଟ୍‌ ଚେହେରା ପାଇଁ କିଛି ଲୋକଙ୍କ ସାମଲୋଚନାର ଶିକାର ହୋଇଥିଲେ। କିନ୍ତୁ ପରେ ଋଷି ନିଜ ଲୁକ୍‌କୁ ହିଁ ପୁଞ୍ଜି କରିଥିଲେ। ଆଉ ତାଙ୍କଠାରୁ ଆରମ୍ଭ ହୋଇଥିଲା ନୂଆ ଟ୍ରେଣ୍ଡ। ଏହା ପରେ ପରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଆସିବାରେ ଲାଗିଥିଲା।

Advertisment

ଋଷିଙ୍କ ଅଭିନୟର କର୍ଜ ଆମେ ଶୁଝିପାରିବା କି ନାହିଁ ଜଣାନାହିଁ। କିନ୍ତୁ ତାଙ୍କ ପ୍ରତି ପ୍ରଶଂସକଙ୍କ ପ୍ରେମ୍‌ରୋଗ ବାରମ୍ବାର ପ୍ରମାଣ କରିବ ସେ କାହାଠାରୁ ବି କମ୍‌ ନଥିଲେ। ଚାନ୍ଦିନୀ, ଦୀୱାନା ଏବଂ ଦାମିନୀ ଆଦିରେ ପ୍ରେମିକପଣର ଗୁରୁଦେବ ବିବାହ କରିଥିଲେ ନୀତୁ ସିଂହଙ୍କୁ। ସ୍ୱଭାବରେ ବେଶ ସ୍ପଷ୍ଟବାଦୀ ଥିଲେ ଋଷି। କପୁର ପରିବାରର ଅନ୍ୟ ସଦସ୍ୟଙ୍କ ପରି, ସେ ବିଭିନ୍ନ ପ୍ରସଙ୍ଗରେ ଚୁପ୍‌ ରହିବାକୁ ଉଚିତ ମଣୁନଥିଲେ। ବରଂ ଏପରିକି ଋଷିଙ୍କ ପୁଅ ତଥା ଫିଲ୍ମ ତାରକା ରଣବୀର କପୁରଙ୍କ ପ୍ରେମ ବାବଦରେ ମଧ୍ୟ ମୁହଁ ଖୋଲିବାକୁ ପଛାଇ ନଥିଲେ।

୧୯୯୯ ମସିହାରେ ନିର୍ଦ୍ଦେଶନାକୁ ମଧ୍ୟ ଓହ୍ଲାଇଥିଲେ ଋଷି। ରାଜେଶ ଖାନ୍ନା, ଐଶ୍ୱର୍ଯ୍ୟା ରାୟ ଏବଂ ଅକ୍ଷୟ ଖାନ୍ନାଙ୍କୁ ନେଇ ନିର୍ମାଣ କରିଥିଲେ, ଆ ଅବ୍‌ ଲୌଟ୍‌ ଚଲେ। ସେହିଭଳି ଦୁଇ ଭାଇ ରଣଧୀର ଏବଂ ରାଜୀବ କପୁରଙ୍କ ସହ ମିଶି ନିର୍ଦ୍ଦେଶନା ଦେଇଥିଲେ ପ୍ରେମ୍‌ଗ୍ରନ୍ଥ। ୨୦୦୦ ମସିହା ବେଳକୁ ସେ ସପୋର୍ଟିଂ ରୋଲ୍‌ରେ ଆସିବାକୁ ଲାଗିଲେ। ହମ୍‌ ତୁମ୍‌, ଫନା, ନମସ୍ତେ ଲଣ୍ଡନ୍‌ ଏବଂ ଲଭ୍‌ ଆଜକଲ୍‌ ଆଦିରେ ତାଙ୍କ ଅଭିନୟ ବେଶ ପ୍ରଶଂସା ସାଉଁଟିଥିଲା। ୨୦୧୮ ମସିହାରେ ସାଥୀ ଅଭିନେତା ଅମିତାଭ ବଚ୍ଚନଙ୍କ ପୁଅ ଭୂମିକାରେ ‘୧୦୨ ନଟ୍‌ ଆଉଟ୍‌’ରେ ଆସିଥିଲେ। ଡି-ଡେ’ର ଗୋଲ୍ଡମ୍ୟାନ୍‌ ଏବଂ ଅଗ୍ନିପଥର ରୌଫ୍‌ଲାଲା ଆଦି ଖଳନାୟକ ଭୂମିକାକୁ ମଧ୍ୟ ସେ ଫୁଟାଇ ପାରିଥିଲେ। କିନ୍ତୁ ଦୀପିକା ପାଦ୍ୟୁକୋନ୍‌ଙ୍କୁ ନେଇ ହଲିଉଡ୍‌ ଫିଲ୍ମ ‘ଇଣ୍ଟର୍ଣ୍ଣ’କୁ ରିମେକ୍‌ କରିବାରେ ଋଷିଙ୍କ ସ୍ୱପ୍ନ ଅଧୁରା ରହିଯାଇଛି।

Advertisment

୧୯୫୨ ମସିହା ସେପ୍ଟେମ୍ବର ୪ରୁ ୩୦ ଏପ୍ରିଲ ୨୦୨୦। ଅଭିନୟର ଏ ଲମ୍ବା ଯାତ୍ରାରେ ବେଶ କିଛି ସମ୍ମାନ ମଧ୍ୟ ପାଇଥିଲେ ଋଷି। ମେରା ନାମ ଜୋକର ପାଇଁ ଜାତୀୟ ସମ୍ମାନଠାରୁ ଆରମ୍ଭ କରି ଫିଲ୍ମ ଫେୟାର ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ଯାଏ ଲମ୍ୱିଥିଲା ତାଲିକା। ଫିଲ୍ମ ବବି ପାଇଁ ସେ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ। ଏପରିକି ସିନେମା ପ୍ରତି ଅବଦାନ ପାଇଁ ରୁଷ୍ ସରକାର ମଧ୍ୟ ଋଷିଙ୍କୁ ସମ୍ମାନିତ କରିଥିଲେ। ଶେଷରେ ଆଜି ମୁମ୍ବାଇରେ ଏଚ୍‌ଏନ୍‌ ରିଲାଏନ୍ସ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ଋଷିଙ୍କ ସହ ଡି ଡେ’ରେ ଅଭିନୟ କରିଥିବା ଇର୍ଫାନ୍‌ ଖାନ୍‌ଙ୍କର ଗତକାଲି ପରଲୋକ ପରେ ଋଷିଙ୍କ ମୃତ୍ୟୁ ଖବର ବଲିଉଡ୍‌ ଜଗତକୁ ସ୍ତବ୍ଧ କରିଦେଇଛି। ତାଙ୍କର ଗୋଟିଏ ସଂଳାପ ଥିଲା। ‘ଜାନେ ସେ ପେହେଲେ ଏକ୍‌ ଆଖରି ବାର ମିଲନା କ୍ୟୋଁ ଜରୁରୀ ହୋତା ହୈ’। ଏବେ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଋଷିଙ୍କୁ ପରଦାରେ ଦେଖିବାକୁ ଚାହୁଁଥିବା ତାଙ୍କର ହଜାର ହଜାର ସିନେପ୍ରେମୀ।

ଅଧିକ ପଢନ୍ତୁ : ଋଷି କପୁରଙ୍କ ପରଲୋକରେ କ୍ରୀଡ଼ା ଜଗତର ଶୋକ

Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe