ଝିଅ ମିଶାକୁ କାହିଁକି ଲାଞ୍ଚ ଦେଲେ ସାହିଦ ଓ ମୀରା?

ମୁମ୍ବାଇ: ଝିଅ ମିଶା ଜନ୍ମ ହେବା ପରଠାରୁ ସୋସିଆଲ ମିଡିଆରେ ଭାରି ଆକ୍ଟିଭ ରହୁଛନ୍ତି ବଲିଉଡ ଆକ୍ଟର ସାହିଦ କପୁର। ଝିଅର ବିଶେଷ ମୁହୂର୍ତ୍ତ ଗୁଡିକର ଫଟୋ ସେ ସୋସିଆଲ ମିଡିଆରେ ବିଶେଷ କରି ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରୁଛନ୍ତି। ଏହି ଇନଷ୍ଟାଗ୍ରାମ୍‌ ପୋଷ୍ଟରୁ ହିଁ ଜଣାପଡ଼ିଛି ଯେ ସାହିଦଙ୍କ ଝିଅ ’ମିଶା’ ତାଙ୍କ କାନ ଫୋଡିଛନ୍ତି। ପୁଣି ଜାଣିଛନ୍ତି ‘ମିଶା’ଙ୍କ କାନ ଫୋଡ଼ିବାକୁ ସାହିଦ ଓ ମୀରାଙ୍କୁ କମ୍ କସରତ କରିବାକୁ ପଡିନାହିଁ। ଏଥିପାଇଁ ମା’ ମୀରା ‘ମିଶା’ଙ୍କୁ ଲାଞ୍ଚ ଦେଇଥିଲେ। ଲଲିପପ୍ ଦିଆଯିବ ବୋଲି କହିବା ପରେ ମିଶା କାନ ଫୋଡ଼ାଇଥିଲେ।  ସାହିଦ ଏବେ ସଞ୍ଜୟଲୀଲା ଭଂସାଲୀଙ୍କ ପଦ୍ମାବତୀରେ କାମ କରୁଛନ୍ତି।