ଏବେ ବି କାଟ୍ରିନାଙ୍କୁ ପସନ୍ଦ କରୁଛନ୍ତି ସଲମାନ୍‌!

ମୁମ୍ବାଇ: କାଟ୍ରିନା କୈଫଙ୍କ ସହ ଦବଙ୍ଗ ଖାନ୍‌ ସଲମାନ୍‌ଙ୍କର ବ୍ରେକଅପ୍ ବହୁ ଦିନରୁ ହୋଇ ସାରିଛି। କିନ୍ତୁ ଏବେ ବି ସଲମାନ୍‌ କ୍ୟାଟ୍‌ଙ୍କୁ ପସନ୍ଦ କରୁଛନ୍ତି ବୋଲି ଏକ ଟ୍ୱିଟ୍‌ରୁ ଜଣାପଡ଼ିଛି।

ସଲମାନ ନିଜ ଟ୍ୱିଟର ପେଜ୍‌ରେ ଲେଖିଛନ୍ତି,“ମୁଁ ବି କେତେ ଟ୍ୟୁବଲାଇଟ୍‌ ଯିଏ ଜାଣିପାରିଲା ନାହିଁ ଟାଇଗରର ଟାଇଗ୍ରେସ୍‌ କେତେ ଠଗ୍‌।”

ସଲମାନ ଏକଥା ଲେଖି କ୍ୟାଟ୍‌ଙ୍କୁ ସେ ଏବେ ବି ପସନ୍ଦ କରୁଛନ୍ତି ବୋଲି ପରୋକ୍ଷରେ ସଂକେତ ଦେଇଛନ୍ତି। ଏହା ସହିତ ସେ ନିଜର ଅପ୍‌କମିଂ ଫିଲ୍ମ ‘ଟ୍ୟୁବଲାଇଟ୍‌’ ଓ କ୍ୟାଟ୍‌ଙ୍କ ଅପକମିଂ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ର ପ୍ରମୋସନ ମଧ୍ୟ କରି ଦେଇଛନ୍ତି।

ସୌଜନ୍ୟ- ଆଜ୍‌ତକ୍‌