ପ୍ରଥମେ ରାଗିଲେ, ତାପରେ ପାଲେଇଲେ: ସଲମାନ୍ ବନାମ ସୁରକ୍ଷାକର୍ମୀ

ମୁମ୍ବାଇ: ଅଲ୍ଲୀ ଆବାସ ଜାଫରଙ୍କ ଆଗାମୀ ଫିଲ୍ମ ‘ଟାଇଗର ଜିନ୍ଦା ହେ’ର ସୁଟିଂରେ ଏବେ ବ୍ୟସ୍ତ ଅଛନ୍ତି ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ । ଫିଲ୍ମ ସୁଟିଂ ପାଇଁ କାଟ୍ରିନା କୈଫ ଓ ସଲମାନ ଅବୁଧାବି ଯାଇଛନ୍ତି।

ଖବର ଅନୁଯାୟୀ, ସଲମାନ୍‌ ସୁରକ୍ଷାକର୍ମୀଙ୍କୁ ଗାଳିଗୁଲଜ କରିଛନ୍ତି। ଏହାର କାରଣ ହେଉଛି, ରାତିସାରା ଫିଲ୍ମ କାମରେ ବ୍ୟସ୍ତ ରହୁଥିବା ସଲମାନ ଫିଲ୍ମ ସେଟ୍‌ରୁ କିଛି ତଥ୍ୟ ଲିକ୍‌ ହେଉଥିବା ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ସେ ବହୁତ ରାଗିଯାଇଥିଲେ। ସୁରକ୍ଷାକର୍ମୀଙ୍କୁ ମଧ୍ୟ ବହୁତ ଜୋରରେ ଚିଡି ଯାଇଥିଲେ।

ପରେ ବିଙ୍ଗ୍ ହ୍ୟୁମାନ୍ ସଲମାନ ସୁରକ୍ଷାକର୍ମୀଙ୍କୁ ଇନସେଟିଭ୍‌ ଦେଇଥିଲେ। ସେ ସୁରକ୍ଷାକର୍ମୀଙ୍କୁ କହିଥିଲେ, “ଯଦି ତୁମେମାନେ ଠିକ୍‌ ଭାବରେ କାମ କରିବ, ତୁମକୁ ସପିଂ ପାଇଁ ଗୋଟିଏ ଦିନ ଛୁଟି ସହ ଟଙ୍କା ଦିଆଯିବ।”

ସୌଜନ୍ୟ-ଆଜତକ୍