Advertisment

ବଦଳୁଛି ସମନ୍ଥାଙ୍କ ହାବଭାବ, ହେବ କି ପୁଣି ପ୍ୟାଚଅପ୍‌

ମୁମ୍ବାଇ: ନିଜ ପ୍ରଫେସନାଲ ଲାଇଫ ସହ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଥିବା ସାଉଥ ସୁନ୍ଦରୀ ସମନ୍ଥାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା। କିଛି ଦିନ ପୂର୍ବେ  ଅଲଗା ହୋଇ ଯାଇଥିଲେ ସାଉଥର ସୁପରହିଟ୍‌ ଯୋଡ଼ି ସମନ୍ଥା ଓ ନାଗା ଚୈତନ୍ୟ। ଏନେଇ ନିଜେ ସମନ୍ଥା ସୋଶାଲ ମିଡିଆରେ ଫ୍ୟାନ୍ସଙ୍କୁ ଜଣାଇଥିଲେ। ହେଲେ ଏବେ ସମନ୍ଥାଙ୍କ ହାବଭାବରୁ ସେ ପୁଣି ଥରେ ନାଗାଙ୍କ ସହ ପ୍ୟାଚଅପ୍‌ ମୁଡରେ ଥିବା ପରି ଲାଗୁଛି। ସ୍ୱାମୀଙ୍କ ସହ ବିଚ୍ଛେଦକୁ ନେଇ […]

ଅଦ୍ୟତନ ହୋଇଛି
ବଦଳୁଛି ସମନ୍ଥାଙ୍କ ହାବଭାବ, ହେବ କି ପୁଣି ପ୍ୟାଚଅପ୍‌

samantha

Advertisment

ମୁମ୍ବାଇ: ନିଜ ପ୍ରଫେସନାଲ ଲାଇଫ ସହ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଥିବା ସାଉଥ ସୁନ୍ଦରୀ ସମନ୍ଥାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା। କିଛି ଦିନ ପୂର୍ବେ  ଅଲଗା ହୋଇ ଯାଇଥିଲେ ସାଉଥର ସୁପରହିଟ୍‌ ଯୋଡ଼ି ସମନ୍ଥା ଓ ନାଗା ଚୈତନ୍ୟ। ଏନେଇ ନିଜେ ସମନ୍ଥା ସୋଶାଲ ମିଡିଆରେ ଫ୍ୟାନ୍ସଙ୍କୁ ଜଣାଇଥିଲେ। ହେଲେ ଏବେ ସମନ୍ଥାଙ୍କ ହାବଭାବରୁ ସେ ପୁଣି ଥରେ ନାଗାଙ୍କ ସହ ପ୍ୟାଚଅପ୍‌ ମୁଡରେ ଥିବା ପରି ଲାଗୁଛି। ସ୍ୱାମୀଙ୍କ ସହ ବିଚ୍ଛେଦକୁ ନେଇ ସମନ୍ଥା ନିଜେ ଟ୍ୱିଟ କରି ଫ୍ୟାନ୍ସଙ୍କୁ ଜଣାଇଥିବା ବେଳେ ଏବେ ସେହି  ଟ୍ୱିଟକୁ ଡିଲିଟ କରି ଦେଇଛନ୍ତି।  ଫଳରେ ଉଭୟ ପୁଣି ଥରେ ଏକାଠି ହେବା ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଗତବର୍ଷ ନାଗା ଚୈତନ୍ୟ ଓ ସମନ୍ତା ରୁଥ ପ୍ରଭୁଙ୍କ ଛାଡପତ୍ର ନେଇ ବେଶ ଚର୍ଚ୍ଚା ହୋଇଥିଲା। ପ୍ରଥମେ ତ ଏହି ଦମ୍ପତ୍ତି ଛାଡପତ୍ର ଖବରକୁ ନେଇ ଚୁପ୍‌ ରହିଥିଲେ କିନ୍ତୁ ଅକ୍ଟୋବର ମାସରେ ଦୁହେଁ ଏହି ଚର୍ଚ୍ଚା ଉପରେ ମୋହର ମାରିଥିଲେ। ଆଉ ଛାଡପତ୍ର ନେଇଥିବା ନେଇ ଘୋଷଣା କରିଥିଲେ। ଏହାପରେ ଉଭୟ ନିଜ ନିଜ ପ୍ରଫେସନାଲ ଲାଇଫ୍‌ରେ ବିଜି ହୋଇ ଯାଇଥିଲେ।

[caption id="attachment_708301" align="aligncenter" width="650"]samantha & naga ଦକ୍ଷିଣ ଭାରତର ସୁପରଯିଟ ଅଭିନେତ୍ରୀ ସମନ୍ଥା ଓ ଅଭିନେତା ନାଗା ।[/caption]

Advertisment

ନିକଟରେ ଏକ ସାକ୍ଷାତକାର୍‌ରେ ନାଗା ଚୈତନ୍ୟ ସମନ୍ଥାଙ୍କ ସହ ଛାଡପତ୍ରକୁ ନେଇ ମୁହଁ ଖୋଲିଥିଲେ। ସେ କହିଥିଲେ, ‘ଭିନ୍ନ ହେବା ଠିକ୍‌ ଥିଲା। ଏହା ଆପୋସ ସହମତିରେ ନିଆଯାଇଥିବା ନିଷ୍ପତ୍ତି ଥିଲା, ଯାହା ଦୁଇ ଜଣଙ୍କ ଖୁସି ପାଇଁ ନିଆଯାଇଛି। ଯଦି ସେ(ସମନ୍ଥା) ଖୁସି ଅଛି ଆଉ ମୁଁ ଖୁସି ଅଛି, ତେବେ ଏଭଳି ସ୍ଥିତିରେ ଛାଡପତ୍ର ଏକ ଭଲ ନିଷ୍ପତ୍ତି।’

[caption id="attachment_708302" align="aligncenter" width="650"]samantha & naga ଦକ୍ଷିଣ ଭାରତର ସୁପରହିଟ ଅଭିନେତ୍ରୀ ସମନ୍ଥା।[/caption]

ଡିସେମ୍ବର ମାସରେ ଫିଲ୍ମଫେଆର୍‌ ଆୱାର୍ଡ ସମାରୋହରେ ସମନ୍ଥା ନିଜ ଛାତପତ୍ର ବିଷୟରେ ସର୍ବସମ୍ମୁଖରେ ଆଲୋଚନା କରିଥିଲେ। ସେ କହିଥିଲେ, ‘ମୁଁ ଏବେବି ମୋ ଜୀବନ ବଞ୍ଚିବା ବା ଉପଭୋଗ କରିବା ବାକି ଅଛି। ମୁଁ ଜାଣିଛି ମୁଁ ଏବେବି ମୋ ବ୍ୟକ୍ତିଗତ କିଛି ସମସ୍ୟାକୁ ନେଇ ବଞ୍ଚିବାକୁ ପଡିବ। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ମୁଁ କେତେ ଶକ୍ତିଶାଳୀ ଥିଲି। ଭାବିଥିଲି ମୁଁ ଦୁର୍ବଳ ପଡିଯିବି ବୋଲି। ଆଜି ମୁଁ ମୋ ନିଜ ଉପରେ ଗର୍ବ ଅନୁଭବ କରୁଛି, ଯେ ମୁଁ ଜଣେ ଶକ୍ତିଶାଳୀ।’

ସମନ୍ଥାଙ୍କୁ ନିକଟରେ ସୁପରହିଟ୍‌ ଫିଲ୍ମ ‘ପୁଷ୍ପା’ର ଏକ ଆଇଟମ୍‌ ଗୀତରେ ଦେଖିବାକୁ ମିଳିଥିଲା। ଏହା ସୁପରହିଟ୍‌ ହେବା ପରେ ସେ ସୁଇଜରଲାଣ୍ଡରେ ନିଜ ଛୁଟିକୁ ଏନଜୟ କରୁଛନ୍ତି। ଖୁବ୍‌ ଶୀଘ୍ର  ସେ   ହଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି ।

Tollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe