ବିଗ୍ ବି’ଙ୍କ ସାମ୍ନାରେ ଖୋଲିଗଲା ଶିଳ୍ପାଙ୍କ ପୋଲ୍ !

ମୁମ୍ବାଇ: ବଲିଉଡର ଧଡକନ୍ ଗାର୍ଲ ଶିଳ୍ପା ସେଟ୍ଟୀ ନିଜକୁ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ଫ୍ୟାନ୍ ବୋଲି କହନ୍ତି। କିନ୍ତୁ ନିକଟରେ ଶିଳ୍ପାଙ୍କ ପୋଲ୍‌ ଖୋଲିଯାଇଛି। ସେ ଅମିତାଭଙ୍କ ଯେତେ ବଡ଼ ଫ୍ୟାନ୍ ବୋଲି କହୁ ବୁଲୁଛନ୍ତି, ବାସ୍ତବରେ ସେ  ତାଙ୍କର ସେତେ ବଡ ଫ୍ୟାନ ନୁହଁନ୍ତି ବୋଲି ଧରାପଡ଼ି ଯାଇଛନ୍ତି।

ଘଟଣାଟି ଘଟିଥିଲା ଏମିତି। ଗତ ଶନିବାର ଅମିତାଭଙ୍କ ‘କୌନ୍ ବନେଗା କରୋଡ୍ ପତି’ ଶୋ’କୁ ଆସିଥିଲେ ଶିଳ୍ପା ସେଟ୍ଟୀ। ପ୍ରତି ଶନିବାର ଏହି ଶୋ’ରେ ‘ନଇ ଚାହ ନଇ ରାହ’ ନାମରେ ଏକ ଏପିସୋଡ୍ ହୋଇଥାଏ। ଏଥିରେ ଜଣେ ସେଲିବ୍ରିଟିଙ୍କ ସହିତ ଜଣେ ସାମାଜିକ କର୍ମୀ ମଧ୍ୟ ଅତିଥି ହୋଇ ଆସିଥାଆନ୍ତି।  ଏଥର ପାଳି ପଡିଥିଲା ଶିଳ୍ପାଙ୍କର। ତାଙ୍କ ସହ ହଟ୍ ସିଟ୍‌ରେ ବସିଥିଲେ ସାମାଜିକ କର୍ମୀ ଅଫରୋହ ଶାହ ଯିଏ କି ବର୍ସୋବା ବେଳାଭୂମି ସଫେଇ ଅଭିଯାନ ସହିତ ଜଡ଼ିତ।

ଏହି ଶୋ’ରେ ଅମିତାଭ ବଚ୍ଚନଙ୍କ ଏକ ଗୀତକୁ ଚିହ୍ନଟ କରି ପାରିନଥିଲେ ଶିଳ୍ପା। ଏହା ପରେ ଅମିତାଭ ଓ ସମସ୍ତଙ୍କ ସମ୍ମୁଖରେ ତାଙ୍କ ମୁହଁ ଲାଲ୍ ପଡିଯାଇଥିଲା। ସମସ୍ତଙ୍କ ସମ୍ମୁଖରେ ତାଙ୍କ ପୋଲ୍‌ ଖୋଲି ଯାଇଥିଲା। ଏହା ଦେଖି ଅମିତାଭଙ୍କ ଅନ୍ୟ ଫ୍ୟାନ୍‌ମାନେ କହୁଛନ୍ତି ଶିଳ୍ପା ସତରେ ତାଙ୍କର କେତେ ବଡ଼ ଫ୍ୟାନ୍‌ ଏଥିରୁ ଜଣା ପଡ଼ିଯାଉଛି।