କଙ୍ଗନାଙ୍କୁ କମେଣ୍ଟ କଲେ ସୋନା ମହାପାତ୍ର: କହିଲେ ଆପଣ ସର୍କସ୍ କରୁଛନ୍ତି

ନୂଆଦିଲ୍ଲୀ: ବଲିଉଡ୍‌ ଜଗତର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରନାୱତ ନିକଟରେ ଏକ ଲୋକପ୍ରିୟ ଟେଲିଭିଜନ ସୋ’ ‘ଆପକୀ ଅଦାଲତ’ରେ ଦେଇଥିବା ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ଝଡ଼। ଇଣ୍ଟର୍‌ଭ୍ୟୁରେ କଙ୍ଗନା ଦେଇଥିବା ମତ ଉପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବଲିଉଡର ପ୍ରସିଦ୍ଧ ଗାୟିକା ସୋନା ମହାପାତ୍ର। ସେ କହିଛନ୍ତି- ନିଜ ଫିଲ୍ମର ପ୍ରମୋସନ ପାଇଁ କଙ୍ଗନା ସର୍କସ କରୁଛନ୍ତି। ଆଗକୁ ଆସୁଛି କଙ୍ଗନାଙ୍କ ଅଭିନୀତ ନୂଆ ଫିଲ୍ମ ‘ସିମ୍‌ରନ୍‌’। ଏହାର ପ୍ରମୋସନ ପାଇଁ ସେ ଏସବୁ କରୁଛନ୍ତି […]

Rakesh Mallick
  • Published: Tuesday, 05 September 2017
  • Updated: 05 September 2017, 02:46 PM IST

ନୂଆଦିଲ୍ଲୀ: ବଲିଉଡ୍‌ ଜଗତର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରନାୱତ ନିକଟରେ ଏକ ଲୋକପ୍ରିୟ ଟେଲିଭିଜନ ସୋ’ ‘ଆପକୀ ଅଦାଲତ’ରେ ଦେଇଥିବା ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ଝଡ଼।

ଇଣ୍ଟର୍‌ଭ୍ୟୁରେ କଙ୍ଗନା ଦେଇଥିବା ମତ ଉପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବଲିଉଡର ପ୍ରସିଦ୍ଧ ଗାୟିକା ସୋନା ମହାପାତ୍ର। ସେ କହିଛନ୍ତି- ନିଜ ଫିଲ୍ମର ପ୍ରମୋସନ ପାଇଁ କଙ୍ଗନା ସର୍କସ କରୁଛନ୍ତି। ଆଗକୁ ଆସୁଛି କଙ୍ଗନାଙ୍କ ଅଭିନୀତ ନୂଆ ଫିଲ୍ମ ‘ସିମ୍‌ରନ୍‌’। ଏହାର ପ୍ରମୋସନ ପାଇଁ ସେ ଏସବୁ କରୁଛନ୍ତି ବୋଲି ସୋନା ମହାପାତ୍ର ଲେଖିଛନ୍ତି।

ସାକ୍ଷାତକାରରେ କଙ୍ଗନା ନିଜ ବ୍ୟକ୍ତିଗତ ଜୀବନର ଅନେକ ପ୍ରସଙ୍ଗ ଖୋଲାଖୋଲି ପ୍ରକାଶ କରିଥିଲେ। ସୁପରଷ୍ଟାର୍‌ ହ୍ରିତିକ୍‌ ରୋଶନ୍‌ ଏବଂ ଆଦିତ୍ୟ ପାଞ୍ଚୋଲୀଙ୍କ ସହ ତାଙ୍କର ସମ୍ପର୍କକୁ ନେଇ କଙ୍ଗନା ସ୍ପଷ୍ଟ ଉତ୍ତର ରଖିଥିଲେ। ଲଭ୍‌ ଲାଇଫକୁ ନେଇ ତାଙ୍କ ସହ ଯାହାକିଛି ଘଟିଥିଲା ସେ ସବୁ ବିନା ଦ୍ୱିଧାରେ ପ୍ରକାଶ କରିଥିଲେ କଙ୍ଗନା।  ଯାହାକି ଆଜି ପର୍ଯ୍ୟନ୍ତ କୌଣସି ଅଭିନେତ୍ରୀ କରି ନଥିବେ।

କଙ୍ଗନା କହିଥିଲେ- ହ୍ରିତିକ୍‌ ତାଙ୍କ ପତ୍ନୀ ସୁଜେନ ଖାନଙ୍କୁ ଛାଡପତ୍ର ଦେବା ପରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଛାଡପତ୍ର ପରେ କଙ୍ଗନା ବିବାହ ବିଷୟରେ କଥା ହେବାରୁ ହ୍ରିତିକ ତାଙ୍କୁ ଚିହ୍ନି ନାହାଁନ୍ତି ବୋଲି କହିଥିଲେ ବୋଲି କଙ୍ଗନା ପ୍ରକାଶ କରିଥିଲେ। ଏମିତି ଅନେକ କିଛି ଗୁମର ଖୋଲିଥିଲେ କଙ୍ଗନା।

ତେବେ ହଠାତ୍ ଏହା ଉପରେ ଗାୟିକା ସୋନା ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ଲମ୍ବା ଟିପ୍ପଣୀ ଦେଇଛନ୍ତି।  ସେ ଲେଖିଛନ୍ତି- ପ୍ରିୟ କଙ୍ଗନା, ମୁଁ ସବୁବେଳେ ବ୍ୟକ୍ତିଗତ ଓ ସାର୍ବଜନୀନ କ୍ଷେତ୍ରରେ ଆପଣଙ୍କ ସମର୍ଥନ କରି ଆସିଛି। ବଲିଉଡରେ ଆପଣଙ୍କ ‘କୁଇନ’ ରିଲିଜ୍‌ ହେବା ପୂର୍ବରୁ ମୁଁ ଆପଣଙ୍କ ପ୍ରଶଂସକ ହୋଇ ଆସିଛି। କିନ୍ତୁ ବର୍ତ୍ତମାନ ଆପଣଙ୍କ ବ୍ୟକ୍ତିଗତ ଓ ଲଭ୍ ଲାଇଫ୍‌କୁ ନେଇ ସୋସିଆଲ ମିଡିଆରେ ଯାହା ସବୁ ଚର୍ଚ୍ଚା ଚାଲୁଛି ତାହା  ପ୍ରଫେସନାଲ ପ୍ୟାର୍ କ୍ୟାମ୍ପେନ ଭଳି ମନେ ହେଉଛି।  ନିଜ ଫିଲ୍ମ ‘ସିମରନ’ ରିଲିଜ ହେବା ପୂର୍ବରୁ ଏ ସବୁ କହିବା ଠିକ ନୁହେଁ।

ପୂର୍ବରୁ ସାକ୍ଷାତକାରରେ ଆପଣ ଯେମିତି ନିର୍ଭୟରେ ନିଜ କଥା ରଖନ୍ତି, ବିଶେଷକରି ଆପଣଙ୍କ ସ୍ପଷ୍ଟବାଦିତାକୁ ମୁଁ ସମ୍ମାନ କରେ।

କିନ୍ତୁ ଏହି ସମୟରେ ଯାହା ସବୁ ଘଟୁଛି ମୁଁ ସର୍କସ ବୋଲି କହିବି। ତେବେ ଏହି ମତକୁ କେହି ଭିନ୍ନ ଅର୍ଥରେ ନ ନେବାକୁ  ସୋନା ଉଲ୍ଲେଖ କରିଛନ୍ତି। ଏହି ମନ୍ତବ୍ୟ ପୋଷ୍ଟ କରିବାର ଉଦ୍ଦେଶ୍ୟ ହେଉଛି ଜଣେ କର୍ମଜୀବୀ ମହିଳାଙ୍କ ପ୍ରତି ଆଉ ଜଣେ କର୍ମଜୀବୀ ମହିଳାଙ୍କ ରାୟ। ଏହା କୌଣସି ପ୍ରଚାର କି ଲୋକପ୍ରିୟିତା ପାଇବା ପାଇଁ ନୁହେଁ। ମୁଁ ବୁଝି ପାରୁଛି ଅନେକ କଷ୍ଟ ସହିବା ପରେ ଆପଣ ଏହି ସ୍ଥାନରେ ପହଞ୍ଚି ପାରିଛ। ଯଦି ଏହି ଜାଗାରେ ଥାଇ ଏକ ସକରାତ୍ମକ ପରିବର୍ତ୍ତନ ଆଣିବ ତେବେ ଭଲ ହେବ।

ସୂଚନାଯୋଗ୍ୟ ଯେ, ଓଡ଼ିଆ ଝିଅ ସୋନା ମହାପାତ୍ର ‘ଗଲିମେ ମାରେ ଫେରେ, ନୈନା ଏବଂ ଜିୟା ଲାଗେରେ..’ ଭଳି ଗୀତ ଗାଇ ବଲିଉଡ୍‌ରେ ବେଶ୍ ନାଁ କମାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos