tandav
ମୁମ୍ବାଇ: ଖୁବଶୀଘ୍ର ଆରମ୍ଭ ହେବ ତାଣ୍ଡବ। ରାଜନୀତିରେ ଚାଲିବ ଚାଣକ୍ୟନୀତି। କିଛି ଏଭଳି ଦମଦାର ଡାଏଲଗ ଡେଲିଭରି ସହ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ୱେବସିରିଜ ‘ତାଣ୍ଡବ’ର ଟ୍ରେଲର। ସତ୍ତା ଲୋଭରେ ରଚାଯାଇଥିବା ରାଜନୀତିର ସାପ ଶିଡି ଖେଳ ଭିତରେ ଚାଲିଛି ପ୍ରଧାନମନ୍ତ୍ରୀ ଚୌକି ପାଇଁ ଘମାଘୋଟ ଲଢ଼େଇ। ଏହି ଖେଳରେ କିଭଳି ସମସ୍ତେ ମୋହରା ସାଜି ଫସୁଛନ୍ତି ତାହା ୨ ମିନିଟ ୪୪ ସେକଣ୍ଡର ଏହି ଟ୍ରେଲରରେ ଦେଖିବାକୁ ମିଳିଛି । ଲୋକେ ଏହି ଟ୍ରେଲରକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି ।
ଅଲ୍ଲି ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ୱେବ ସିରିଜଟି ପୁରାପୁରି ପଲିଟିକାଲ ବେକଗ୍ରାଉଣ୍ଡକୁ ନେଇ ଆଧାରିତ । ଏଥିରେ ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀଙ୍କ ଆସନ ଉପରେ ରହିଛି। ଏହି ୱେବ ସିରିଜରେ ସୈଫ ଅଲ୍ଲିଖାନଙ୍କୁ ସମର ପ୍ରତାପ ସିଂହ ଭୂମିକାରେ ଦେଖିବାକୁ ମିଳିବ, ଯିଏକି ପ୍ରଧାନମନ୍ତ୍ରୀ ଆଶାୟୀ ପ୍ରାର୍ଥୀ । ଅନ୍ୟପଟେ ଡିମ୍ପଲ କପାଡିଆ ମଧ୍ୟ ଏହି ପଦ ପାଇଁ ଲଢ଼େଇ ଜାରି ରଖୁଥିବା ନଜର ଆସୁଛନ୍ତି ।
ଆମାଜନ ପ୍ରାଇମ ଭିଡିରେ ରିଲିଜ ହେବାକୁ ଥିବା ଏହି ୱେବ ସିରିଜରେ ସୈଫ ଏବଂ ଡିମ୍ପଲଙ୍କ ବ୍ୟତୀତ ସୁନୀଲ ଗ୍ରୋଭର, ଆୟୁବ ଖାନ, ତିଗମାଂଶୁ ଧୁଲିଆ, କୁମୁଦ ମିଶ୍ରା, ସାରା ଜୈନ ଡିଆଜ, ଡିନୋ ମୋରିୟା, ଗୌହର ଖାନ, ଅନୁପ ସୋନୀ, କୃତିକା କାମରା, ହିତେନ ତଜୱାନୀ, ଅମାୟରା ଦସ୍ତୁର ମଧ୍ୟ ଅଛନ୍ତି । ଆସନ୍ତା ୧୫ ତାରିଖରେ ୱେବ ସିରିଜଟି ରିଲିଜ ହେବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/tandav.jpg)