Advertisment

ଅଧାରୁ ଶୁଟିଂ ଛାଡ଼ିଲେ ଶେହନାଜ

ମୁମ୍ବାଇ: ବଲିଉଡ୍ ଓ ଟେଲି ଜଗତରୁ ଆସିଛି ଦୁଃଖଦ ଖବର। ବିଗ୍ ବିଜେତା ଫେମ୍ ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ହୋଇଯାଇଛି। ଏହି ଅଭିନେତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୁମ୍ବାଇର କୁପର ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ଖବର ପାଇ ପୂରା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ବିଶେଷକରି ଟେଲି ଜଗତ ପୂରା ସ୍ତବ୍ଧ ହୋଇଯାଇଛି। ସିଦ୍ଧାର୍ଥ ଦେହାନ୍ତ ଖବର ପାଇବା ମାତ୍ରକେ ଭାଙ୍ଗି ପଡ଼ିଛନ୍ତି ବିଗ୍ ବସ୍-୧୩ରେ ତାଙ୍କ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଅଧାରୁ ଶୁଟିଂ ଛାଡ଼ିଲେ ଶେହନାଜ

shehnaz-gill

ମୁମ୍ବାଇ: ବଲିଉଡ୍ ଓ ଟେଲି ଜଗତରୁ ଆସିଛି ଦୁଃଖଦ ଖବର। ବିଗ୍ ବିଜେତା ଫେମ୍ ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ହୋଇଯାଇଛି। ଏହି ଅଭିନେତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୁମ୍ବାଇର କୁପର ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ଖବର ପାଇ ପୂରା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ବିଶେଷକରି ଟେଲି ଜଗତ ପୂରା ସ୍ତବ୍ଧ ହୋଇଯାଇଛି।

Advertisment

ସିଦ୍ଧାର୍ଥ ଦେହାନ୍ତ ଖବର ପାଇବା ମାତ୍ରକେ ଭାଙ୍ଗି ପଡ଼ିଛନ୍ତି ବିଗ୍ ବସ୍-୧୩ରେ ତାଙ୍କ ସହପ୍ରତିଯୋଗୀ ଥିବା ଶେହନାଜ୍ ଗିଲ୍। ଖବର ପାଇ ଶେହନାଜ୍ ଅଧାରୁ ଶୁଟିଂ ଛାଡ଼ି ଦେଇଛନ୍ତି। ସିଦ୍ଧାର୍ଥଙ୍କ ସହ ଶେହନାଜଙ୍କ କେମିଷ୍ଟ୍ରୀକୁ ଫ୍ୟାନ୍ ଖୁବ୍ ପସନ୍ଦ କରନ୍ତି। ଏପିରିକି ଦୁହେଁ ପରସ୍ପରକୁ ଭଲ ପାଉଥିବା ମଧ୍ୟ ଗୁଜବ ଉଠେ। କିନ୍ତୁ ଏପର୍ଯ୍ୟନ୍ତ କେହିକି ଖୁଲମଖୁଲା ନିଜ ସମ୍ପର୍କର ଖୁଲାସା କରିନଥିଲେ।

ବିଗ୍ ବସ୍-୧୩ରେ ସିଦ୍ଧାର୍ଥ ଓ ଗିଲ୍ ପରସ୍ପର ନିକଟତର ହୋଇଥିଲେ। ସେମାନଙ୍କର ବନ୍ଧୁତା ଶୋ’ ଶେଷ ହେବା ପରେ ମଧ୍ୟ ବଳବତ୍ତର ରହିଥିଲା। ଏହି ଯୋଡ଼ି ସୋଶାଲ ମିଡିଆରେ ସବୁଠାରୁ ପସନ୍ଦର ଯୋଡ଼ି ଆଖ୍ୟା ପାଇଥିଲେ। ଉଭୟଙ୍କ ଫ୍ୟାନ୍ ସୋଶାଲ ମିଡିଆରେ ସିଦନାଜର ଟ୍ରେଣ୍ଡ ଚଳାଇଥିଲେ।

Advertisment

ନିକଟରେ ଶେହନାଜ ଓ ସିଦ୍ଧାର୍ଥ ବିଗ୍ ବସ୍ ଓଟିଟିରେ ଅତିଥି ଭାବେ ନଜର ଆସିଥିଲେ। ଏହାବ୍ୟତୀତ ଏହି ଯୋଡ଼ିଙ୍କୁ ‘ଡ୍ୟାନ୍ସ ଦିୱାନେ’ ସେଟରେ ଖୁବ୍ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା। ବିଗ୍ ବସ୍ ପରେ ସିଦ୍ଧାର୍ଥଙ୍କ ଲାଇଫ୍ ଷ୍ଟାଇଲ୍ ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଏବଂ ତାଙ୍କୁ କିଛି ବଡ଼ ବଡ଼ ପ୍ରୋଜେକ୍ଟ ମଧ୍ୟ ଅଫର୍ କରାଯାଇଥିଲା।

Sidharth Shukla