ପ୍ରେମରେ ବିଫଳ ହୋଇ ବିବାହିତ ପୁରୁଷଙ୍କୁ ବାହା ହୋଇଥିଲେ ଏହି ୫ ଅଭିନେତ୍ରୀ

ବଲିଉଡ୍‌ରେ ଆଫେୟାର, ବ୍ରେକ୍‌ଅପ୍‌, ବିବାହ ଓ ବିଚ୍ଛେଦ ଏକ ସାଧାରଣ କଥା। ଏଠି ହିରୋ, ହିରୋଇନ୍‌ ମାନଙ୍କର ଆଫେୟାର ଚାଲେ ଜଣଙ୍କ ସହ, କିନ୍ତୁ ବିବାହ ହୁଏ ଆଉ ଜଣଙ୍କ ସହ। ଏହାର ଏକାଧିକ ନଜିର ରହିଛି। ସେମିତି ଆଉ ଏକ କଥା ବଲିଉଡ୍‌ରେ ଦେଖିବାକୁ ମିଳେ। କିଛି ହିରୋଇନ୍‌ ପ୍ରେମରେ ବିଫଳ ହେବା ପରେ ବିବାହିତ ପୁରୁଷଙ୍କୁ ବିବାହ କରିଛନ୍ତି। ଆଜି ଜାଣିବା ସେମିତି କିଛି ହିରୋଇନଙ୍କ ସଂପର୍କରେ।

କରୀନା କପୁର- ଏକଥା ସମସ୍ତେ ଜାଣିଛନ୍ତି ଯେ ସୈଫ୍‌ ଅଲ୍ଲୀ ଖାନ୍‌ କରୀନାଙ୍କୁ ବିବାହ କରିବା ପୂର୍ବରୁ ଅମ୍ରିତା ସିଂହଙ୍କୁ ବିବାହ କରିଥିଲେ। କିନ୍ତୁ କରୀନା ବି କୋଉ କମ୍‌ କି? ବିବାହ ପୂର୍ବରୁ ତାଙ୍କର ସାହିଦ୍‌ଙ୍କ ସହ ଜବରଦସ୍ତ ଆଫେୟାର ଥିଲା। ସେମାନଙ୍କ ଆଫେୟାର ବିଟାଉନରେ ଉଠୁଥିଲା ପଡୁଥିଲା। ସେମାନେ  ସିରିଅସ୍‌ ରିଲେସନସିପ୍‌ରେ ଥିଲେ। କିନ୍ତୁ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ତାପରେ କରୀନା ସୈଫ୍‌ଙ୍କୁ ବିବାହ କରିଥିଲେ।

ରାଣୀ ମୁଖାର୍ଜୀ- ରାଣୀ ମୁଖାର୍ଜୀ ଅଭିଷେକ ବଚ୍ଚନଙ୍କୁ ଡେଟ୍‌ କରୁଥିଲେ। ସେ କେବଳ ଅଭିଷେକଙ୍କୁ ନୁହେଁ, ଗୋବିନ୍ଦାଙ୍କ ସହ ମଧ୍ୟ ସେ ସିରିଅସ୍‌ ରିଲେସନସିପ୍‌ରେ ଥିଲେ। ତେବେ ଦୁହିଁଙ୍କ ମଧ୍ୟରୁ କାହାରିକୁ ନିଜ ଜୀବନସାଥୀ କରିପାରି ନଥିଲେ। ଶେଷରେ ସେ ପୂର୍ବରୁ ବିବାହିତ ଥିବା ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଥିଲେ। ଆଦିତ୍ୟ ରାଣୀଙ୍କ ପୂର୍ବରୁ ପାୟଲଙ୍କୁ ବିବାହ କରିଥିଲେ।

ଶିଳ୍ପା ସେଟ୍ଟୀ- ଶିଳ୍ପା ସେଟ୍ଟୀ ଓ ଅକ୍ଷୟ କୁମାରଙ୍କ ପ୍ରେମ କାହାଣୀ କାହାକୁ ବା ଅଛୁପା। ଗୋଟିଏ ସମୟରେ ଦୁହିଁଙ୍କ ପ୍ରେମକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। କିନ୍ତୁ ଅକ୍ଷୟଙ୍କ ଜୀବନରେ ଟ୍ୱିଙ୍କିଲ ଏଣ୍ଟ୍ରି କରିବା ଶିଳ୍ପା ତାଙ୍କଠୁ ଦୂରେଇ ଯାଇଥିଲେ। ପରେ ଶିଳ୍ପା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଦୁଇ ବର୍ଷ ଡେଟ୍‌ କରିବା ପରେ ବିବାହ କରିଥିଲେ। ରାଜ କୁନ୍ଦ୍ରା ପୂର୍ବରୁ ବିବାହିତ ଥିଲେ। ଶିଳ୍ପାଙ୍କୁ ବିବାହ କରିବା ପୂର୍ବରୁ ସେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ।

ରବିନା ଟଣ୍ଡନ- ଗୋଟିଏ ସମୟରେ ଅକ୍ଷୟ ଓ ରବିନା ଟଣ୍ଡନଙ୍କ ଆଫେୟାରକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ଶୁଣିବାକୁ ମିଳିଥିଲା ଅକ୍ଷୟ ଓ ରବିନାଙ୍କ ନିର୍ବନ୍ଧ ମଧ୍ୟ ସରିଯାଇଥିଲା। କିନ୍ତୁ ଦୁହିଁଙ୍କ ବ୍ରେକ୍‌ଅପ୍‌ ହେବା ପରେ ରବିନା ଅନୀଲ ଥଣ୍ଡାନୀଙ୍କୁ ବିବାହ କରିଥିଲେ। ଅନୀଲ ପୂର୍ବରୁ ବିବାହିତ ଥିଲେ।

ଶ୍ରୀଦେବୀ- ଶ୍ରୀଦେବୀ ଓ ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ମଧ୍ୟରେ ଜବରଦସ୍ତ ଆଫେୟାର ଥିଲା। କିନ୍ତୁ ପରେ ବୋନି କପୁରଙ୍କ ସହ ତାଙ୍କର ଆଫେୟାର ଚାଲିଥିଲା। ବୋନି କପୁର ପୂର୍ବରୁ ବିବାହିତ ଥିଲେ। ଶ୍ରୀଦେବୀଙ୍କୁ ବିବାହ କରିବା ପାଇଁ ସେ ନିଜର ପ୍ରଥମ ପତ୍ନୀ ମୋନା କପୁରଙ୍କୁ ଛାଡ଼ପତ୍ର ଦେଇଥିଲେ।