ଏମାନେ ବି ଷ୍ଟାର କିଡ୍‌, କିନ୍ତୁ ଗ୍ଲାମର ଦୁନିଆରୁ ଦୂରରେ

ମୁମ୍ବାଇ: ବଲିଉଡ୍‌ର ଫେମସ୍ ପରିବାରର ଛୁଆମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା କିଛି ନୂଆ କଥା ନୁହେଁ। ପୃଥ୍ୱୀରାଜ କପୁରଙ୍କ ଅମଳରୁ ଏହା ଚାଲି ଆସିଛି। ପୃଥ୍ୱୀରାଜ କପୁରଙ୍କ ପୁଅ, ନାତି ଓ ଅଣନାତି ଏବଂ ନାତୁଣୀ ବଲିଉଡ୍‌ରେ ବେଶ୍‌ ସଫଳ ହୋଇଛନ୍ତି। ସଲିମ ଖାନ ଓ ତାଙ୍କ ପିଲାମାନେ( ସଲମାନ, ଅରବାଜ୍ ଓ ସୋହେଲ ) ଇଣ୍ଡଷ୍ଟ୍ରିକୁ ଆସିଛନ୍ତି। ଅନୀଲ କପୁର ଓ ବୋନି କପୁରଙ୍କ ପିଲାମାନେ ମଧ୍ୟ ଇଣ୍ଡଷ୍ଟ୍ରିକୁ ଆସିଛନ୍ତି। ଅନୀଲ ଓ ବୋନି […]

trishalla

trishalla

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 01:25 PM IST

ମୁମ୍ବାଇ: ବଲିଉଡ୍‌ର ଫେମସ୍ ପରିବାରର ଛୁଆମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା କିଛି ନୂଆ କଥା ନୁହେଁ। ପୃଥ୍ୱୀରାଜ କପୁରଙ୍କ ଅମଳରୁ ଏହା ଚାଲି ଆସିଛି। ପୃଥ୍ୱୀରାଜ କପୁରଙ୍କ ପୁଅ, ନାତି ଓ ଅଣନାତି ଏବଂ ନାତୁଣୀ ବଲିଉଡ୍‌ରେ ବେଶ୍‌ ସଫଳ ହୋଇଛନ୍ତି। ସଲିମ ଖାନ ଓ ତାଙ୍କ ପିଲାମାନେ( ସଲମାନ, ଅରବାଜ୍ ଓ ସୋହେଲ ) ଇଣ୍ଡଷ୍ଟ୍ରିକୁ ଆସିଛନ୍ତି। ଅନୀଲ କପୁର ଓ ବୋନି କପୁରଙ୍କ ପିଲାମାନେ ମଧ୍ୟ ଇଣ୍ଡଷ୍ଟ୍ରିକୁ ଆସିଛନ୍ତି। ଅନୀଲ ଓ ବୋନି କପୁରଙ୍କ ବାପା ସୁରିନ୍ଦର ଜଣେ ଫିଲ୍ମ ପ୍ରଯୋଜକ ଥିଲେ। ଏବେ ଏହି ଟ୍ରେଣ୍ଡ ଶାହାରୁଖ ଖାନ ଓ ସୈଫଅଲ୍ଲୀ ଖାନଙ୍କ ଛୁଆଙ୍କୁ ନେଇ ଆରମ୍ଭ ହୋଇଛି। ଏମାନଙ୍କ ପୁଅ ଝିଅକୁ ନେଇ ଜୋରସୋରରେ ଚର୍ଚ୍ଚା ଲାଗି ରହିଛି। ଏମିତିକି ଅମିତାଭ ବଚ୍ଚନଙ୍କ ନାତୁଣୀ (ଝିଅର ଝିଅ) ବି ଲାଇମ୍‌ଲାଇଟରେ ରହୁଛନ୍ତି। ଅବଶ୍ୟ ଏମାନେ ଏପର୍ଯ୍ୟନ୍ତ ଫିଲ୍ମରେ ପାଦ ଥାପିନାହାଁନ୍ତି। କିନ୍ତୁ ଷ୍ଟାର କିଡ୍‌ସ ହୋଇଥିବା ଯୋଗୁଁ ସେମାନେ ଚର୍ଚ୍ଚାରେ ରହିଛନ୍ତି। ତେବେ ଅନେକ ଫେମସ ଷ୍ଟାରଙ୍କ ପୁଅ, ଝିଅ ଅବା ନାତିନାତୁଣୀ ଗ୍ଲାମର ଦୁନିଆରୁ ନିଜକୁ ଦୂରେଇ ରଖୁଛନ୍ତି। ଆଜି ଆମେ ସେହି ଷ୍ଟାର କିଡ୍ ମାନଙ୍କ ବିଷୟରେ ଜାଣିବା।

abhishek

ଅଗସ୍ଥ୍ୟ ନନ୍ଦା- ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନଭ୍ୟା ନନ୍ଦାଙ୍କ ବିଷୟରେ ବଲିଉଡରେ ସବୁବେଳେ ଚର୍ଚ୍ଚା ହେଉଛି। କିନ୍ତୁ ନଭ୍ୟାଙ୍କ ଭାଇ  ଅଗସ୍ଥ୍ୟଙ୍କ ବିଷୟରେ କେବେ ଶୁଣିବାକୁ ମିଳିନଥାଏ। ସେ ସବୁବେଳେ ଗ୍ଲାମର ଦୁନିଆରୁ ଦୂରରେ ରୁହନ୍ତି।

ତ୍ରିଶାଳା ଦତ୍ତ- ସଞ୍ଜୟ ଦତ୍ତଙ୍କ ଝିଅ ହେଉଛନ୍ତି ତ୍ରିଶାଳା।  ଷ୍ଟାର କିଡ୍ ହୋଇ ମଧ୍ୟ ସେ ସବୁବେଳେ ଗ୍ଲାମର ଦୁନିଆ ଓ ମିଡିଆଠାରୁ ଦୂରେଇ ରୁହନ୍ତି।

ଇରା ଖାନ- ବଲିଉଡରେ ମିଷ୍ଟର ପରଫେକ୍‌ସନିଷ୍ଟ ଆମିର ଖାନଙ୍କ ଝିଅ ଇରା ନିଜ ବାପାଙ୍କ ଭଳି ଷ୍ଟାର ନୁହଁନ୍ତି। ତେବେ ଷ୍ଟାର କିଡ୍ ହେବା ସତ୍ତ୍ୱେ ସେ କ୍ୟାମେରାଲାଇଟରୁ ଦୂରରେ ରୁହନ୍ତି।

anshulakapoor

ଅଂଶୁଲା କପୁର- ଅର୍ଜୁନ କପୁର ହେଉଛନ୍ତି ବଲିଉଡର ଅପକମିଂ ସୁପରଷ୍ଟାର। କିନ୍ତୁ ତାଙ୍କ ଭଉଣୀ ଅଂଶୁଲା କପୁର ଫିଲ୍ମ ଦୁନିଆରୁ ଦୂରେଇ ରୁହନ୍ତି।

rohitdhwan

ରୋହିତ ଧୱନ- ନିର୍ଦ୍ଦେଶକ ଡେଭିଡ ଧୱନଙ୍କ ପୁଅ ବରୁଣ ଧୱନ ଜଣେ ସଫଳ ଅଭନେତା। କିନ୍ତୁ ବରୁଣଙ୍କ ଭାଇ ରୋହିତ ଧୱନ ତାଙ୍କ ଠାରୁ ପୂରା ଅଲଗା। ରୋହିତ ଫିଲ୍ମ ଦୁନିଆର ନିକଟତର ହେବାକୁ ପସନ୍ଦ କରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos