ଷ୍ଟାର ହେବାକୁ ନାଁ ବଦଳାଇ ଥିଲେ!

ବଲିଉଡରେ ଅନେକ ସୁପରଷ୍ଟାର ଅଛନ୍ତି ଯେଉଁମାନେ ନିଜ ନାଁ ବଦଳେଇବା ପରେ ସଫଳତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ସଫଳତା ପାଇବା ପାଇଁ  ମୁସଲିମ୍‌ ହୋଇବି ହିନ୍ଦୁ ନାଁ ରଖିଥିଲେ। ଆଜି ଆମେ ଆପଣଙ୍କୁ ସେମିତି କିଛି ବଲିଉଡ୍ କଳାକାରମାନଙ୍କ ବିଷୟରେ କହିବୁ ଯେଉଁମାନେ ନାଁ ବଦଳାଇ ନିଜ ଭାଗ୍ୟ ବଦଳାଇ ଦେଇଥିଲେ।

dillip

ଦିଲୀପ କୁମାର– ବଲିଉଡର ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର ପ୍ରକୃତ ନାଁ ହେଉଛି ମହମ୍ମଦ ୟୁସୁଫ ଖାନ। ଦିଲୀପ କୁମାର ୧୯୯୬ରେ ସାଏରା ବାନୋଙ୍କୁ ବିବାହ କରିଥିଲେ।

madhubala

ମଧୁବାଲା– ମଧୁବାଲା ତାଙ୍କ ସମୟରେ ସବୁଠୁ ସୁନ୍ଦର ଓ ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କର ପ୍ରକୃତ ନାଁ ମୁମତାଜ ଜାହାଁ ବେଗମ ଦେହଲବୀ। ସେ ଯେବେ ବଲିଉଡରେ ଏଣ୍ଟ୍ରି କରିଥିଲେ ତାଙ୍କୁ ବେବି ମୁମତାଜଙ୍କ ନାଁରେ ଡକାଯାଉଥିଲା। ଫିଲ୍ମ ‘ବସନ୍ତ’ରେ ତାଙ୍କ ଅଭିନୟ ଏତେ ଲୋକପ୍ରିୟ ହୋଇଥିଲା ଯେ ସେ ସେବେଠୁ ତାଙ୍କ ନାଁ ବଦଳାଇ ‘ମଧୁବାଲା’ ରଖିଥିଲେ।

ମୀନା କୁମାରୀ– ମୀନା କୁମାରୀ ମଧ୍ୟ ତାଙ୍କ ସମୟର ଖୁବ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ତାଙ୍କର ପ୍ରକୃତ ନାଁ ଥିଲା ମହଜବୀ ବାନୋ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଟ୍ରାଜେଡି କୁଇନ୍‌ ଭାବରେ ମଧ୍ୟ ସେ ପରିଚିତ।

ଅଜିତ– ଖଳନାୟକ ଭୂମିକାରେ ଲୋକଙ୍କ ମନ ଜିତିଥିବା ଅଜିତଙ୍କ ପ୍ରକୃତ ନାଁ ହାମିଦ ଅଲ୍ଲୀ ଖାନ ଥିଲା। ୧୯୯୮ରେ ତାଙ୍କର ଦେହାନ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ

‘ଫେୟାର ଆଣ୍ଡ ଲଭଲି’କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା

‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’

ଅଧିକ ଗୋରା ବୋଲି ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟରୁ ବାଦ୍‌ ପଡ଼ିଲେ ଟେଲି ଅଭିନେତ୍ରୀ

ପ୍ରେମର ଭାଷା ବୁଝେ ନାହିଁ ଚୀନ୍‌ : ସୋନୁ ନିଗମ୍‌