Advertisment

ନୁସରତଙ୍କ ପ୍ରେମରେ ଥିଲା ଛଳନା: ନିଖିଲ

କୋଲକାତା: ବୁଧବାର ଟିଏମସି ସାଂସଦ ତଥା ବେଙ୍ଗଲୀ କୁଇନ୍ ନୁସରତ କହିଛନ୍ତି ଯେ ନିଖିଲଙ୍କ ସହ ବିବାହ ତୁର୍କୀ ନିୟମ ଅନୁଯାୟୀ ହୋଇଛି, ତେଣୁ ଏହା ଭାରତରେ ଆଇନଗତ ନୁହେଁ। ତେଣୁ ଛାଡପତ୍ର ମାମଲା ଉଠିବ କେମିତି। ସେ କହିଛନ୍ତି, ଆମେ ବହୁ ପୂର୍ବରୁ ଅଲଗା ହୋଇଥିଲୁ, କିନ୍ତୁ ମୁଁ ମାମଲା ବ୍ୟକ୍ତିଗତ ଥିବାରୁ କହିବାକୁ ଚାହୁଁନଥିଲି। ସେମାନେ କେବଳ ଏକ ଲିଭ୍ ଇନ୍ ରିଲେସନରେ ଥିଲେ। ତେବେ କୋଲକାତାରେ ଏକ ରିସେପ୍ସନ୍ ମଧ୍ୟ ହୋଇଥିଲା ଯେଉଁଥିରେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ନୁସରତଙ୍କ ପ୍ରେମରେ ଥିଲା ଛଳନା: ନିଖିଲ

nushrat-jahan

କୋଲକାତା: ବୁଧବାର ଟିଏମସି ସାଂସଦ ତଥା ବେଙ୍ଗଲୀ କୁଇନ୍ ନୁସରତ କହିଛନ୍ତି ଯେ ନିଖିଲଙ୍କ ସହ ବିବାହ ତୁର୍କୀ ନିୟମ ଅନୁଯାୟୀ ହୋଇଛି, ତେଣୁ ଏହା ଭାରତରେ ଆଇନଗତ ନୁହେଁ। ତେଣୁ ଛାଡପତ୍ର ମାମଲା ଉଠିବ କେମିତି। ସେ କହିଛନ୍ତି, ଆମେ ବହୁ ପୂର୍ବରୁ ଅଲଗା ହୋଇଥିଲୁ, କିନ୍ତୁ ମୁଁ ମାମଲା ବ୍ୟକ୍ତିଗତ ଥିବାରୁ କହିବାକୁ ଚାହୁଁନଥିଲି। ସେମାନେ କେବଳ ଏକ ଲିଭ୍ ଇନ୍ ରିଲେସନରେ ଥିଲେ। ତେବେ କୋଲକାତାରେ ଏକ ରିସେପ୍ସନ୍ ମଧ୍ୟ ହୋଇଥିଲା ଯେଉଁଥିରେ ସେଲିବ୍ରିଟି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଶୀର୍ବାଦ ଦେବାକୁ ଯାଇ ଉପସ୍ଥିତ ଥିଲେ

Advertisment

ଏବେ ନୁସରତଙ୍କ ସ୍ୱାମୀ ନିଖିଲ କହିଛନ୍ତି ଯେ ନୁସରତଙ୍କ ସହ ତାଙ୍କର ସମ୍ପର୍କ ସ୍ୱାମୀ-ସ୍ତ୍ରୀ ଭଳି ଥିଲା। ଦୁହେଁ ବିବାହିତ ଦମ୍ପତିଙ୍କ ପରି ଜୀବନ ବିତାଉଥିଲେ। ନୁସରତ ତାଙ୍କୁ ଧୋକ୍କା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି

ନୁସରତଙ୍କ ସହ ସବୁକିଛି ଠିକଠାକ ଚାଲିଥିଲା ହେଲେ ୨୦୨୦ରେ ନୁସରତ ଏକ ଫିଲ୍ମ ସୁଟିଂକୁ ଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କିଛି ଠିକଠାକ୍ ନାହିଁ। କାହିଁକି ନୁସରତ ଏଭଳି ହେଲେ ତାହା ସେ ଭଲକରି ଜାଣିଥିବେ ବୋନି ନୁସରତ କହିଛନ୍ତି। ଏହି ସୁଟିଂ ପରଠୁ ନୁସରତ ତାଙ୍କୁ ଅଣଦେଖା କରୁଛନ୍ତି ବୋଲି ନିଖିଲ କହିଛନ୍ତି। ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲୁ। କିନ୍ତୁ ଭାରତରେ ବିବାହ ପଞ୍ଜିକରଣ କରିବାକୁ କହିଲେ ନୁସରତ ଅନ୍ୟ କିଛି ବାହାନ ଦେଖାଇ ଏହି ପ୍ରକ୍ରିୟାକୁ ବିଳମ୍ୱ କରାଇଥିଲେ ବୋଲି ନିଖିଲ କହିଛନ୍ତି।

Advertisment

ଏହାପରେ ନଭେମ୍ୱର ୫, ୨୦୨୦ରେ ନୁସରତ ତାଙ୍କ ଘରୁ ତାଙ୍କର ଜିନିଷପତ୍ର ଧରି ପଳାଇ ଆସିଥିଲେ ବୋଲି ନିଖିଲ କହିଛନ୍ତି। ଏହାପରରେ ବିଭିନ୍ନ ମିଡିଆରେ ନୁସରତଙ୍କୁ ନେଇ ବିଭିନ୍ନ ଖବର ଦେଖିବାପରେ ନିଖିଲ ଡିପ୍ରେସନକୁ ଚାଲିଯାଇଥିଲେ ବୋଲି କହିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବରେ ତାଙ୍କ ସହିତ ଧୋକ୍କା ଥିଲା। ନୁସରତ ପ୍ରେମ କରିବା ଆଳରେ ଯାହା ବି କରିଛନ୍ତି ତାହା ଛଳନା ଥିଲା ବୋଲି ନିଖିଲ କହିଛନ୍ତି।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ବେଳେ ନୁସରତ ବିବାହିତ ବୋଲି ତାଙ୍କ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ଆଗାମୀ ଦିନରେ ନୁସରତ କୋର୍ଟ କଚେରୀ ଦୌଡ଼ିପାରନ୍ତି।

Nusrat Jahan