ମୁମ୍ବାଇ: ବଲିଉଡ୍ର ବର୍ଷିଆନ୍ ଅଭିନେତା ଟମ୍ ଅଲଟରଙ୍କ ପରଲୋକ। ବହୁ ଦିନ ହେଲା ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ଏହି ୬୭ ବର୍ଷ ବୟସ୍କ ଅଭିନେତାଙ୍କ ପରଲୋକ ହୋଇଛି। ଟମ୍ ଅଲଟର ୩ ଶହରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଏକାଧାରରେ ଅଭିନେତା, ଲେଖକ, ନିର୍ଦ୍ଦେଶକ ଥିଲେ । ଥିଏଟରରେ ମଧ୍ୟ ତାଙ୍କର ଅବଦାନ ଅଛି।
ଉଭୟ ବଡ଼ ଓ ଛୋଟ ପରଦାରେ ସେ ଅଭିନୟ କରିଛନ୍ତି। ସତରଂଜ କେ ଖିଲାଡ଼ି, ଗାନ୍ଧି, ପରିନ୍ଦା, ସରଦାର, ଜୁନୁନ, ରାମ ତେରି ଗଙ୍ଗା ମୈଲି ପରି ଫିଲ୍ମରେ ସେ ଅଭିନୟ କରିଛନ୍ତି । ଛୋଟ ପରଦାର ଭାରତ ଏକ୍ ଖୋଜ୍ ଓ ଶକ୍ତିମାନ ସିରିଏଲରେ ବି ସେ ଅଭିନୟ କରିଛନ୍ତି। ପ୍ରଥମେ କ୍ରୀଡ଼ା ସାମ୍ବାଦିକ ଭାବେ ସେ କ୍ୟାରିଅର ଆରମ୍ଭ କରିଥିଲେ। ୨୦୦୮ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିଲା । ୧୯୫୦ ଜୁନ୍ ୨୨ରେ ଉତ୍ତରପ୍ରଦେଶ(ଆଜିର ଉତ୍ତରାଖଣ୍ଡ)ର ମସୁରୀରେ ଜନ୍ମଗ୍ରହଣ କରିଥିଲେ ଟମ୍ । ଜଣେ ଆମେରିକା ଖ୍ରୀଷ୍ଟିୟାନ୍ଙ୍କ ପୁଅ ହେଉଛନ୍ତି ଟମ୍।
ଫଟୋ: ବାମରୁ ଟମ୍ ଅଲଟର
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।