ଜନ୍ମର ୫ ଦିନ ପରେ ହିଁ ଟ୍ରାଜେଡ଼ି କୁଇନ୍‌ଙ୍କୁ ବାପା ଛାଡ଼ି ଦେଇଥିଲେ ଅନାଥାଶ୍ରମରେ

ମୁମ୍ବାଇ: ବାପା ମା’ ନାଁ ରଖିଥିଲେ ମାହଜବି ବାନୋ। ବଲିଉଡ ଇଣ୍ଡଷ୍ଟ୍ରୀ ଜାଣିଲା ଟ୍ରାଜେଡ଼ି କୁଇନ୍‌ ମୀନା କୁମାରୀ ନାମରେ। ଅପରୂପ ସୌନ୍ଦର୍ଯ୍ୟ ସହ ଅଭିନୟ ଦକ୍ଷତା ହେତୁ ଦିନେ ବଲିଉଡର ଟପ୍‌ ଅଭିନେତ୍ରୀ ହୋଇ ପାରିଥିବା ମୀନା କୁମାରୀଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ଥିଲା ବେଶ୍‌ ଦୁଃଖଦାୟକ। ଏହି  ଟ୍ରାଜେଡି କୁଇନ୍‌ଙ୍କ ଜନ୍ମ ୧୯୩୨ ମସିହା ଅଗଷ୍ଟ ୧ ତାରିଖରେ ବମ୍ବେରେ ହୋଇଥିଲା। ମୀନାଙ୍କ ବାପାମା’ ଉଭୟ କଳାକାର ଥିଲେ ମଧ୍ୟ ଘରର ଆର୍ଥିକ ସ୍ଥିତି […]

meena-1

meena-1

Niharika Rout
  • Published: Thursday, 01 August 2019
  • Updated: 01 August 2019, 01:38 PM IST

Sports

Latest News

ମୁମ୍ବାଇ: ବାପା ମା’ ନାଁ ରଖିଥିଲେ ମାହଜବି ବାନୋ। ବଲିଉଡ ଇଣ୍ଡଷ୍ଟ୍ରୀ ଜାଣିଲା ଟ୍ରାଜେଡ଼ି କୁଇନ୍‌ ମୀନା କୁମାରୀ ନାମରେ। ଅପରୂପ ସୌନ୍ଦର୍ଯ୍ୟ ସହ ଅଭିନୟ ଦକ୍ଷତା ହେତୁ ଦିନେ ବଲିଉଡର ଟପ୍‌ ଅଭିନେତ୍ରୀ ହୋଇ ପାରିଥିବା ମୀନା କୁମାରୀଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ଥିଲା ବେଶ୍‌ ଦୁଃଖଦାୟକ।

ଏହି  ଟ୍ରାଜେଡି କୁଇନ୍‌ଙ୍କ ଜନ୍ମ ୧୯୩୨ ମସିହା ଅଗଷ୍ଟ ୧ ତାରିଖରେ ବମ୍ବେରେ ହୋଇଥିଲା। ମୀନାଙ୍କ ବାପାମା’ ଉଭୟ କଳାକାର ଥିଲେ ମଧ୍ୟ ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିଲା। ଏପରି କି ଝିଅ ଜନ୍ମ ହେବା ସମୟରେ ଡାକ୍ତରଙ୍କୁ ଫିସ୍‌ ଦେବାକୁ ସେମାନଙ୍କ ପାଖରେ ଟଙ୍କା ନ ଥିଲା। ପୁଅ ଆଶା କରିଥିବା ଏହି ଦମ୍ପତି ଝିଅ ହେବା ପରେ ପୂରା  ଭାଙ୍ଗି ପଡ଼ିଥିଲେ। ଏହାପରେ  ମାତ୍ର ୫ ଦିନର ଛୋଟ ଛୁଆକୁ ତାଙ୍କ ବାପା ଅନାଥାଶ୍ରମରେ ଛାଡ଼ି ଦେଇ ଆସିଥିଲେ। କିନ୍ତୁ ଘରକୁ ଫେରିବା ପରେ ମୀନାଙ୍କ ମା’ଙ୍କର କାନ୍ଦ କାନ୍ଦ ମୁହଁ ଦେଖି ତାଙ୍କ ବାପା ନିଜକୁ  ଦୋଷୀ ମନେ କଲେ। ଏହାପରେ ପୁଣି ଥରେ ଝିଅକୁ ଘରକୁ ଫେରାଇ ଆଣିଲେ।

ମୀନା ପାଠ ପଢିବାକୁ ଚାହୁଁଥିବା ବେଳେ ପରିବାର ପକ୍ଷରୁ କିନ୍ତୁ ଫିଲ୍ମରେ କାମ କରିବାକୁ ତାଙ୍କ ଉପରେ ଚାପ ପଡ଼ୁଥିଲା।  ଏଥିଯୋଗୁ ସେ ଖୁବ୍‌ କାନ୍ଦୁଥିଲେ। ମାତ୍ର ୭ ବର୍ଷ ବୟସରେ ମାହଜବି ବାନୋଙ୍କ ନାମ ରହିଲା ବେବି ମୀନା । ଆଉ ସେ ଫିଲ୍ମ ଦୁନିଆରେ ପାଦ ଥାପିଲେ।  ତାଙ୍କ ପ୍ରଥମ ଫିଲ୍ମ ଥିଲା ‘ଫରଜଦ୍‌ ଏ ହିନ୍ଦ’

ମାତ୍ର ୧୯୫୨ ମସିହାରେ ରିଲିଜ୍‌ ହୋଇଥିବା ‘ବୈଜୁ ବାୱରା’ ଫିଲ୍ମ ତାଙ୍କୁ ପରିଚୟ ଦେଇଥିଲା। ଏହାପରେ ସେ ଆଉ ପଛକୁ ଫେରି ଅନାଇ ନଥିଲେ । ଗୋଟେ ପରେ ଗୋଟେ ସଫଳତାର ପାହାଚ ଚଢ଼ି ଚାଲିଥିଲେ।‘ପରିଣିତା’, ‘ଏକ ହି ରାସ୍ତା’, ‘ଶାରଦା’, ‘ଦିଲ ଆପନା ପ୍ରୀତ ପରାଇ’, ‘ସାହିବ ବିବି ୱର ଗୁଲାମ’ ତାଙ୍କ ସୁପରହିଟ୍ ଫଇଲ୍ମ ମଧ୍ୟରୁ କିଛି ନାମ।

ଆଗଧାଡ଼ିର ଅଭିନେତ୍ରୀ ହେବା ସତ୍ତ୍ୱେ ମୀନା କୁମାରୀଙ୍କର ଗଜଲ ପ୍ରତି ବହୁ ସଉକ ଥିଲା। ସେ ଗଜଲ ଲେଖିବାକୁ ଓ ଗାଇବାକୁ ଖୁବ୍‌ ଭଲ ପାଉଥିଲେ। ଏହା ମାଧ୍ୟମରେ ସେ ନିଜ ଭଙ୍ଗା ହୃଦୟର ଦରଦ ବଖାଣି ପାରୁଥିଲେ। ଥରେ ସେ ଲେଖିଥିଲେ..

ତୁମ କ୍ୟା କରୋଗେ ଶୁନକର, ମୁଝସେ ମେରି କହାନୀ, ବେଲୁତ୍‌ଫ ଜିନ୍ଦେଗୀକେ କିସସେ ହେଁ ଫିକେ ଫିକେ ।

୧୯୫୧ ମସିହାରେ ‘ତମାସା’ ଫିଲ୍ମ ସେଟ୍‌ରେ ମୀନା କୁମାରୀଙ୍କ ସାକ୍ଷାତ ଡାଇରେକ୍ଟର କମଲ ଅମରୋହୀଙ୍କ ସହ ହୋଇଥିଲା। ମୀନା କୁମାରୀଙ୍କ ଅପୂର୍ବ ସୌନ୍ଦର୍ଯ୍ୟ, ଲାବଣ୍ୟର ବହୁତ ଦିୱାନା ଥିବା ବେଳେ ମୀନା କୁମାରୀ କିନ୍ତୁ ନିଜଠୁ ୧୫ ବର୍ଷ ବଡ଼  କମଲଙ୍କୁ  ଭଲ ପାଇ ବସିଲେ । କିନ୍ତୁ ତାଙ୍କ ବୈବାହିକ ଜୀବନ ସୁଖମୟ ନ ଥିଲା।

କମଲ ବେଶି ଦିନ ମୀନାଙ୍କୁ  ନିଜ ହୃଦୟର ରାଣୀ କରି ରଖି ପାରିଲେନି  । ଅତି କଷ୍ଟରେ ୩ ବର୍ଷ ଦୁହେଁ ଏକାଠି ରହିଥିଲେ ଓ ପରେ ଅଲଗା ଅଲଗା ହୋଇଯାଇଥିଲେ। କମଲ ଛାଡ଼ି ଚାଲି ଯିବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ମୀନା।  ନିଜ ଦୁଃଖକୁ ଭୁଲିବାକୁ ସେ  ନିଶାରେ ବୁଡ଼ି ରହିଲେ। କମଲ ତାଙ୍କୁ ତଲାକ୍‌ ଦେବା ସମୟରେ ମୀନା କୁମାରୀ କହିଥିଲେ...

ତଲାକେ ତୋ ଦେ ରହେହୋ, ନଜରେ କେହରକେ ସାଥ

ଜୱାନୀ ଭି ମେରି ଲୌଟାଦୋ, ମେହଦ୍‌ କେ ସାଥ

ଏହାପରେ ତାଙ୍କ ଏକୁଟିଆ ଜୀବନରେ ଏଣ୍ଟ୍ରି ମାରିଥିଲେ ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର। କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରି ନ ଥିଲା। ଏହାପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ମୀନା କୁମାରୀ ନିଶାରେ ଚୁର ରହିବାକୁ ଲାଗିଲେ। ଦିନରାତି ସେ ନିଶାରେ ରହୁଥିଲେ। ଏଥିଯୋଗୁ ଖୁବ୍‌ କମ୍‌ ବୟସରେ ସେ ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇଗଲେ।  ଦିନକୁ ଦିନ ତାଙ୍କ ସ୍ୱାସ୍ଥାବସ୍ଥା ଖରାପ ହେବାକୁ ଲାଗିଲା। ଆଉ ମାତ୍ର ୩୯ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହି ଚାଲିଗଲେ। ତାଙ୍କ ଶେଷ ଫିଲ୍ମ ଥିଲା ‘ପାକିଜା’। ଏହି  ଫିଲ୍ମ ରିଲିଜ ହେବାର ମାତ୍ର ୩ ସପ୍ତାହ ପରେ ସେ ମେଡିକାଲରେ ଆଡମିଟ୍‌ ହେଲେ। ୧୯୭୨ ମାର୍ଚ୍ଚ-୩୧ରେ ଶେଷ ନିଶ୍ୱାସ ତ୍ୟାଗ କଲେ ଏହି ମହାନ ଅଭିନେତ୍ରୀ।

[caption id="attachment_414089" align="alignnone" width="750"] ସ୍ୱାମୀଙ୍କ ସହ ମୀନା କୁମାରୀ[/caption]

ଥରେ ନିଜ ଭଉଣୀଙ୍କ ସହ ମହାବଲେଶ୍ୱରୀରୁ ଫେରୁଥିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ମୀନାଙ୍କ ହାତରେ ମାଡ଼ ହୋଇଥିବା ବେଳେ ୨ ଟି ଆଙ୍ଗୁଠି କଟି ଯାଇଥିଲା। କିନ୍ତୁ ଶୁଟିଂ ସମୟରେ ସେ ଏପରି ସତର୍କତାର ସହ ଅଭିନୟ କରିନ୍ତି, ଯେ, ତାଙ୍କ କଟା ଆଙ୍ଗୁଳି ସମ୍ପର୍କରେ କେହି ଜାଣି ପାରୁନଥିଲେ।

ଇତିହାସରେ ପ୍ରଥମ ଥର ଲାଗି ୧୯୬୨ ମସିହାରେ  ଏପରି ଘଟଣା ଘଟିଥିଲା, ଯାହା କି ପୂର୍ବରୁ କେବେ ଘଟି ନ ଥିଲା। ଏଥରେ ବେଷ୍ଟ କାଟାଗୋରୀରେ ଯେତେ ଫିଲ୍ମ ରହିଥିଲା, ସବୁ ଫିଲ୍ମର ଅଭିନେତ୍ରୀ ଥିଲେ ମୀନା କୁମାରୀ। ତେଣୁ ଏହା ଦେଖି ଜଜ୍‌ ମଧ୍ୟ  ସ୍ଥିର କରି ପାରି ନ ଥିଲେ, କେଉଁ ଫିଲ୍ମ ଲାଗି ଦେବେ ଆୱାର୍ଡ। ସେ ସମୟରେ ମୀନା କୁମାର ସବୁଠୁ ଅଧିକ ଫିସ୍‌ ନେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story