Advertisment

ବର୍ଷିଲେ ଟୁଟୁ ନାୟକ, କହିଲେ- ପ୍ରକୃତି ପୁରୁଣା ରାଗ ଶୁଝାଉଛି, କୋର୍ଟ ଯିବି

ପ୍ରକୃତି ମିଛ କହୁଛନ୍ତି, ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବି ବୋଲି କହିବା ସହ ଏହାକୁ ପ୍ରସାରଣ କରୁଥିବା ଗଣମାଧ୍ୟମ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  କଡ଼ା ଚେତାବନୀ ଦେଇଛନ୍ତି ସଞ୍ଜୟ ନାୟକ।

tutu nayak & prakruti mishra

tutu nayak & prakruti mishra

Advertisment

ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ ଙ୍କ ବିରୋଧରେ ଅଭିନେତ୍ରୀ ପ୍ରକୃତି ମିଶ୍ର କାଷ୍ଟିଂ କାଉଚ୍ ଅଭିଯୋଗ ଆଣିବା ପରଠୁ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା। ଏହା ମଧ୍ୟରେ ମୁହଁ ଖୋଲି ପ୍ରକୃତି ମିଶ୍ରଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଞ୍ଜୟ ନାୟକ । ନବାଗତା ଝିଅମାନଙ୍କୁ ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ତଥାକଥିତ ଫିଲ୍ମ ପ୍ରଯୋଜକ ଶ୍ରୀ ନାୟକ ସେମାନଙ୍କର ଶୋଷଣ କରୁଥିବା ଗତକାଲି ପ୍ରକୃତି ମିଶ୍ର କହିଥିଲେ। ହେଲେ ପ୍ରକୃତି ମିଛ କହୁଛନ୍ତି, ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବି ବୋଲି କହିବା ସହ ଏହାକୁ ପ୍ରସାରଣ କରୁଥିବା ଗଣମାଧ୍ୟମ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  କଡ଼ା ଚେତାବନୀ ଦେଇଛନ୍ତି ସଞ୍ଜୟ ନାୟକ।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ନାୟକ କହିଛନ୍ତି, ଟୁଟୁ ନାୟକ କ’ଣ ତାହା ଓଡ଼ିଶାବାସୀ ତଥା ଓଡ଼ିଲଡ ଇଣ୍ଡଷ୍ଟ୍ରି ଭଲ ଭାବେ ଜାଣିଛନ୍ତି । ପ୍ରକୃତି ମନ୍ମଥ ମିଶ୍ରଙ୍କ ଝିଅ। ସେ ବମ୍ବେରେ ରୁହେ। ମୋର ତାହା ସହ କିଛି ସମ୍ପର୍କ ନାହିଁ। ବାବୁସାନ କେସ୍‌ରେ ଉଭୟ ଫ୍ୟାମିଲି ଫିଲ୍ମ ଇଣ୍ଡଷ୍ଟ୍ରିର ହୋଇଥିବାରୁ ମୁଁ କିଛି କହି ନ ଥିଲି।

ଚେନ୍ନାଇରେ ଏକ ହୋଟେଲରେ ବାବୁସାନ ଓ ପ୍ରକୃତି ମିଶ୍ର ଏକ ରୁମ୍‌ରେ ରହିଥିବାର ଏକ ଚ୍ୟାନେଲରେ ଦେଖାଯାଇଥିଲା। ଏହାପରେ ବି ତାଙ୍କ ମା’ ଝିଅକୁ ଆକଟ କରିବା ପରିବର୍ତ୍ତେ ବାବୁସାନ ଓ ତାଙ୍କ ବାପାମା’ଙ୍କ ନାମରେ ବିଭିନ୍ନ ଭାଷାରେ ଗାଳିଗୁଲଜ କରିଥିଲେ।

Advertisment

ଏହାପରେ ଜଣେ ମୁରବି ହିସାବରେ ସୁପରଷ୍ଟାରଙ୍କୁ ଧରି କିଛି ଲୋକ କାମ ପାଆନ୍ତି, ହେଲେ କାହା ଘର ଭାଙ୍ଗନି ବୋଲି ମୁଁ କହିଥିଲି । ବାବୁସାନର ସ୍ତ୍ରୀ, ପୁଅ ଥିବାରୁ ତା’ ଘର ନ ଭାଙ୍ଗିବାକୁ କହିଥିଲି। ସେବେଠୁ ସେ ମୋ’ ଉପରେ ରାଗ ରଖିଥିବା ବେଳେ ଏବେ ମୋ’ ନାଁରେ କୌଣସି ପ୍ରମାଣ ନ ଥାଇ ଅପପ୍ରଚାର କରୁଛି।

ଅପରପକ୍ଷେ, ଅଭିନେତ୍ରୀ ଜସ୍ମିନ ରଥ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାକୁ ମଧ୍ୟ ପ୍ରଯୋଜକ ଖଣ୍ଡନ କରିଛନ୍ତି । ଜସ୍ମିନ ହ୍ୱାଟସଆପ ଚାଟିଂରେ ଲେଖିଛନ୍ତି, ବିଳମ୍ବିତ ରାତିରେ ଡକାଯାଉଥିବା ବେଳେ ନିମନ୍ତ୍ରଣ ରକ୍ଷା ନ କରିବାରୁ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରିଦିଆଗଲା। ଏହାବାଦ ପ୍ରତିଥର ଟୁଟୁ ନାୟକ କଥା ହେବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପଚାରୁଥିବା ସେ ନିଜ ଚାଟରେ ଉଲ୍ଲେଖ କରିଛନ୍ତି ।

ହେଲେ ଜସ୍ମିନଙ୍କ କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଟୁଟୁ ନାୟକ । ଏକ ଫିଲ୍ମ ପାଇଁ ତାଙ୍କୁ ଫାଇନାଲ୍‌ କରାଯାଇଥିଲା। ହେଲେ ତାଙ୍କ ବୟଫ୍ରେଣ୍ଡ ଫୋନ୍‌ କରି ଜସ୍ମିନ କେକେ ସୁଟ୍‌ କରିବେ ଡେଟ ଦେବେ ବୋଲି କହିବାରୁ ତାଙ୍କୁ ଆଉ ଫିଲ୍ମରେ କାଷ୍ଟ କରି ନ ଥିଲୁ ବୋଲି ସେ କହିଛନ୍ତି। ଏହାବାଦ ଜସ୍ମିନଙ୍କୁ ସେ ଜାଣି ନ ଥିବା କି ତାଙ୍କ ସହ କୌଣସି ସମ୍ପର୍କ ନ ଥିବା ସେ କହିଛନ୍ତି।

ଅପରପକ୍ଷେ, ଏହି ଘଟଣା ତାଙ୍କ ମାନସମ୍ମାନରେ ଆଞ୍ଚ ଆଣିଥିବାରୁ ନ୍ୟାୟ ପାଇଁ ନ୍ୟାୟଳୟର ଦ୍ୱାରସ୍ଥ ହେବେ ବୋଲି ବି କହିଛନ୍ତି। ଏଥିସହ ସତ୍ୟାସତ୍ୟ ଯାଞ୍ଚ ନ କରି ଯେଉଁସବୁ ଗଣମାଧ୍ୟମ ଏହି ଖବର ପରିବେଷଣ କରିଛନ୍ତି ସେମାନେ ତୁରନ୍ତ ଏହାକୁ ଡିଲିଟ ନ କଲେ ସେମାନଙ୍କ ବିରୋଧରେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ଟୁଟୁ ନାୟକ । 

ସୂଚନାଯୋଗ୍ୟ, ଗଣମାଧ୍ୟମ ସମ୍ମୁଖରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ସିଧାସଳଖ କଡ଼ା ସମାଲୋଚନା କରି ଗତକାଲି ପ୍ରକୃତି କହିଥିଲେ ଯେ, ନବାଗତା ଝିଅମାନଙ୍କୁ ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ତଥାକଥିତ ଫିଲ୍ମ ପ୍ରଯୋଜକ ଶ୍ରୀ ନାୟକ ସେମାନଙ୍କର ଶୋଷଣ କରିଛନ୍ତି । ଫିଲ୍ମରେ ଅଭିନୟ ଆଶାୟୀ ଅନେକ ଝିଅ ଖରାପ ବ୍ୟବହାରର ଶିକାର ହୋଇଛି । ପୀଡ଼ିତା ଝିଅମାନେ କିଭଳି ଟୁଟୁ ନାୟକଙ୍କ ଶୋଷଣର ଶିକାର ହୋଇଛନ୍ତି ଏନେଇ ତାଙ୍କୁ ମେସେଜ୍ ମଧ୍ୟ କରିଛନ୍ତି । ଟୁଟୁ ନାୟକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭ୍ୟାସଗତ ଶୋଷଣକାରୀ ଓ ସବୁବେଳେ ନୂଆ ଝିଅମାନଙ୍କୁ ଟାର୍ଗେଟ୍ କରିଥାନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ସେ ନିଜେ ହୋଇନଥିଲେ ମଧ୍ୟ ଟୁଟୁ ନାୟକ କିଭଳି ନବାଗତ ଝିଅମାନଙ୍କୁ ଶୋଷଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ପ୍ରକୃତି କହିଥିଲେ ।

Ollywood Actor Prakruti Mishra Ollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe