ନୂଆଦିଲ୍ଲୀ: ଛୋଟ ପରଦାରେ ଘରର ମୁଖିଆ ତଥା ଜେଜେ ମା' ଭୂମିକାରେ ଅଭିନୟ କରୁଥିବା ଚର୍ଚ୍ଚିତ ଅଭିନେତ୍ରୀ ରୀତା ଭାଦୁଡ଼ିଙ୍କ ସୋମବାର ପରଲୋକ ହୋଇଛି। ମୃତ୍ୟୁ ପୂର୍ବରୁ ସେ ସିରିଏଲ୍ 'ନିମ୍କି ମୁଖିଆ'ରେ ଇମର୍ତ୍ତି ଦେବୀ ଚରିତ୍ରରେ ଅଭିନୟ କରୁଥିଲେ।
ଛୋଟ ପାରଦାକୁ ଆସିବା ଆଗରୁ ସେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି। ତାଙ୍କର ମୃତ୍ୟୁରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ରିପୋର୍ଟ ଅନୁଯାୟୀ କିଛିଦିନ ହେବ ରୀତାଙ୍କ ଶରୀର ଅସୁସ୍ଥ ଥିଲା। ତାଙ୍କର କିଡ୍ନୀ ସମସ୍ୟା ଥିବା ଡାକ୍ତର ପରୀକ୍ଷା ପରେ ଜଣାଇଥିଲେ। ଏହା ପରେ ମଧ୍ୟ ସେ ସୁଟିଂ ସେଟ୍ରେ ଉପସ୍ଥିତ ରହି ଅଭିନୟ କରୁଥିଲେ ଏବଂ ସମୟ ମିଳିଲେ ବିଶ୍ରାମ ନେଉଥିଲେ। ରୀତା ଟେଲିଭିଜନ ସିରିଏଲ୍ ସାରା ଭାଇ ଭର୍ସେସ୍ ସାରା ଭାଇ, ଅମାନତ, ଏକ ନୟୀ ପେହ୍ଚାନ୍ ଏବଂ ଅନେକ ବାଇବେଲ୍ କାହାଣୀରେ ଅଭିନୟ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ଅଭିନେତା ଶିଶିର ଶର୍ମା ନିଜ ସୋଶାଲ୍ ମିଡିଆରେ ସେୟାର କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।