ଜାଣିଛନ୍ତି କି  ବଲିଉଡର କେଉଁ ଅଭିନେତ୍ରୀଙ୍କ ନାଁ ମିମି ?

ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଜୀବନ ଘଟଣାବହୁଳ। କାରଣ ସେ କେବଳ ଜଣେ ସାଧାରଣ ଓ ସୁସ୍ଥିଆ କଳାକାର ମାତ୍ର ନୁହଁନ୍ତି। ସେ ଏମିତି ଜଣେ ଅଭିନେତ୍ରୀ। ଯିଏ ନିଜ କାମକୁ ନେଇ ଏକ୍ସପେରିମେଣ୍ଟ କରିବାକୁ ଭଲ ପାଆନ୍ତି। ତେଣୁ ସେ ବଲିଉଡର ନମ୍ବର ୧ ଅଭିନେତ୍ରୀମାନଙ୍କ ଭିତରୁ ଜଣେ ହୋଇଥିଲେ ମଧ୍ୟ, ହଲିଉଡ୍ ଫିଲ୍ମ ଓ ଆମେରିକୀୟ ଟେଲିଭିଜନ ସହ ଜଡ଼ିତ ହୋଇଛନ୍ତି। ସେଥିପାଇଁ ତାଙ୍କ ଜୀବନ ଘଟଣା ବହୁଳ। ତାଙ୍କ ଜୀବନରେ ଏମିତି ଅନେକ […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 03:48 PM IST

Sports

Latest News

ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଜୀବନ ଘଟଣାବହୁଳ। କାରଣ ସେ କେବଳ ଜଣେ ସାଧାରଣ ଓ ସୁସ୍ଥିଆ କଳାକାର ମାତ୍ର ନୁହଁନ୍ତି। ସେ ଏମିତି ଜଣେ ଅଭିନେତ୍ରୀ। ଯିଏ ନିଜ କାମକୁ ନେଇ ଏକ୍ସପେରିମେଣ୍ଟ କରିବାକୁ ଭଲ ପାଆନ୍ତି। ତେଣୁ ସେ ବଲିଉଡର ନମ୍ବର ୧ ଅଭିନେତ୍ରୀମାନଙ୍କ ଭିତରୁ ଜଣେ ହୋଇଥିଲେ ମଧ୍ୟ, ହଲିଉଡ୍ ଫିଲ୍ମ ଓ ଆମେରିକୀୟ ଟେଲିଭିଜନ ସହ ଜଡ଼ିତ ହୋଇଛନ୍ତି। ସେଥିପାଇଁ ତାଙ୍କ ଜୀବନ ଘଟଣା ବହୁଳ। ତାଙ୍କ ଜୀବନରେ ଏମିତି ଅନେକ ଘଟଣା ଅଛି ଯାହା ତାଙ୍କ ଫ୍ୟାନ୍ ମାନେ ଜାଣିନାହାଁନ୍ତି।  ପଢ଼ନ୍ତୁ ତାଙ୍କ ବିଷୟରେ ସେମିତି କିଛି ତଥ୍ୟ।

୧: ଅଧିକାଂଶ ଲୋକ ଜାଣନ୍ତି ପିସି ବା ପ୍ରିୟଙ୍କା ଚୋପ୍ରାଙ୍କର ପ୍ରଥମ ଫିଲ୍ମ ହେଲା ‘ଦି ହିରୋ, ଲଭଷ୍ଟୋରି ଅଫ୍ ଏ ସ୍ପାଏ’ କିନ୍ତୁ ଏହା ଭୁଲ୍ ତଥ୍ୟ। ସତକଥା ହେଲା ସେ ୨୦୦୨ ରେ ତାମିଲ ଫିଲ୍ମ ‘ଥମିଜାନ’ରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଯେଉଁଠି ତାଙ୍କ ହିରୋ ଥିଲେ ବିଜୟ।

୨: ମଡେଲ ହେବା ପୂର୍ବରୁ ପ୍ରିୟଙ୍କା ଇଞ୍ଜିନିଅର ହେବାକୁ ଚାହୁଁଥିଲେ। ସବୁଠୁ ବଡ଼କଥା ହେଲା ସେ ଅପରାଧୀ ମନୋବିଜ୍ଞାନୀ ବା କ୍ରିମିନାଲ ସାଇକୋଲୋଜିଷ୍ଟ ଥିଲେ। କେତେକ କହନ୍ତି, ବୋଧହୁଏ ସେହି କାରଣରୁ ସେ ଆମେରିକୀୟ ଟେଲିଭିଜିନ ଥ୍ରୀଲରରେ ଖୁବ୍ ଚମତ୍କାର ଢ଼ଙ୍ଗରେ ନିଜକୁ ଉପସ୍ଥାପନ କରିପାରିଥିଲେ।

୩: ତେବେ ତାଙ୍କର ସବୁ ପାଠପଢା ଓ ଇଚ୍ଛା ଗୋଟେ ନୂଆମୋଡ଼ ନେଲା ସେତେବେଳେ ଯେତେବେଳେ ସେ ମିସ୍ ୱର୍ଲ୍ଡ ବନିଗଲେ। ସେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ଏହାପରେ ସେ ମଡେଲିଂକୁ ହିଁ ନିଜର କ୍ୟାରିଅର ଭାବେ ବାଛି ନେଇଥିଲେ।

୪: ପ୍ରିୟଙ୍କାଙ୍କର ଦୁଇଟି ଗୁପ୍ତ ନାଁ ଅଛି।         ଯେଉଁ ନାଁ ସଂପର୍କରେ ବାହାରେ ବୋଧହୁଏ କେହି ଜାଣନ୍ତି ନାହିଁ। କେବଳ ତାଙ୍କ ପରିବାର ସଦସ୍ୟ ଓ କିଛି ସାଙ୍ଗସାଥୀଙ୍କୁ ଛାଡ଼ି। ସେମାନେ କେହି କେହି ତାଙ୍କୁ ଡାକନ୍ତି ମିମି ଏବଂ ଆଉକିଛି ଡାକନ୍ତି ସନସାଇନ୍।

୫: ସେ ଜଙ୍କ୍ ଫୁଡ୍ ଓ ଫ୍ରେଞ୍ଚ୍ ଫ୍ରାଏଜ୍ ଖାଇବାକୁ ପସନ୍ଦ କରନ୍ତି। ତାଙ୍କର ପ୍ରିୟ ଖାଦ୍ୟ ହେଉଛି ପିଜା। ମିଠା ମଧ୍ୟ ତାଙ୍କର ଖୁବ୍ ପସନ୍ଦ। ତେଣୁ ସେ ପାଖରେ ସବୁବେଳେ କ୍ୟାଣ୍ଡିଜ୍ ରଖିଥାନ୍ତି।

୬: ପ୍ରିୟଙ୍କା ଖୁବ୍ କାର୍ ପ୍ରିୟ। ବିଭିନ୍ନ ଷ୍ଟାଇଲ୍ ଓ ବ୍ରାଣ୍ଡର କାର୍ ଚଢ଼ିବାକୁ ସେ ଖୁବ୍ ଭଲ ପାଆନ୍ତି। ତାଙ୍କ ଫାଖରେ Mercedes S-Class, Porsche Cayenne and BMW 7-Series ଛଡା ଆହୁରି କିଛି ଲକ୍ଜରୀ କାର ଅଛି।

୭: ପ୍ରିୟଙ୍କାର ଗୋଟେ ଦେଶୀ ଖାଦ୍ୟ ପ୍ରତି ବିଶେଷ ଆକର୍ଷଣ ରହିଛି। ତାହା ହେଲା ଖେଚେଡ଼ି ଓ ଆଚାର।  ଏ ସଂପର୍କରେ ସେ ଆସ୍କ ପିସି ଟ୍ୱିଟର ଆକାଉଣ୍ଟ ଜରିଆରେ ତାଙ୍କ ଫ୍ୟାନଙ୍କୁ ସୂଚନା ଦେଇଥିଲେ।

୮: ପ୍ରିୟଙ୍କା ଖୁବ୍ ଡିଓ ପ୍ରେମୀ। ଭଲ ବାସ୍ନାର ଡିଓ ତାଙ୍କର ଭାରି ପସନ୍ଦ।, ତାଙ୍କ ବ୍ରାଣ୍ଡ ହେଲା ରାଲ୍ଫ ଲରେନର ରୋମାନ୍ସ ପରଫ୍ୟୁମ।

୯: ଛୋଟ ଥିଲାବେଳେ ପ୍ରିୟଙ୍କା କଥକ ଓ ଶାସ୍ତ୍ରୀୟ ସଂଗୀତ ଶିଖିଥିଲେ। ଥିଏଟର ପ୍ରଡକ୍ସନରେ ମଧ୍ୟ ଭାଗ ନେଇଥିଲେ।

୧୦: ତାଙ୍କର ଅନେକ କଳାରେ ଦକ୍ଷତା ଅଛି। ଯେମିତିକି କରାଟେ, ଗଟକା ଓ ଜୁ ଜିତ୍ସୁ ଏବଂ ଆଉକିଛି ମାର୍ସଲ ଆର୍ଟ।

ପ୍ରିୟଙ୍କା ଚୋପ୍ରା ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏକି ଇଟାଲୀର ସଲଭାଟୋର ଗାମୋ ମ୍ୟୁଜିଅମରେ ନିଜର ପାଦର ଛାପ ଛାଡିଛନ୍ତି ଓ ସେଠାକାର ତାଲିକାରେ ତାଙ୍କ ନାଁ ଯୋଡ଼ା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos