କିଏ ଅର୍ଜୁନଙ୍କ ନୂଆ ଗାର୍ଲଫ୍ରେଣ୍ଡ? ନିଜେ କଲେ ଖୁଲାସା

ମୁମ୍ବାଇ: ବଡ଼ ବାପର ପୁଅ ତଥା ଅଭିନେତା ଅର୍ଜୁନ କପୁର ଅଭିନୟ ଅପେକ୍ଷା ଅନ୍ୟ ସବୁ କଥାକୁ ନେଇ ଅଧିକ ଚର୍ଚ୍ଚାରେ ଥାଆନ୍ତି। କେବେ କୋଉ ଝିଅକୁ ସେ ଡେଟ୍‌ କରନ୍ତି, ସେହି କଥା ବେଶି ଶୁଣିବାକୁ ମିଳେ। ସେହିଭଳି କେବେ ସେ ନିଜର ସାବତ ମା’ ଶ୍ରୀଦେବୀଙ୍କ ସହ ଝଗଡ଼ା କରି ତ କେବେ ନିଜଠୁ ବଡ଼ ଝିଅମାନଙ୍କ ସହ ଡେଟ୍ କରି ଚର୍ଚ୍ଚାରେ ରହନ୍ତି। ଅରବାଜ ଖାନଙ୍କଠାରୁ ଅଲଗା ହୋଇଥିବା ମଲାଇକାଙ୍କ ହାତଧରି ଅର୍ଜୁନ […]

Rakesh Mallick
  • Published: Friday, 13 October 2017
  • Updated: 13 October 2017, 10:23 AM IST

Sports

Latest News

ମୁମ୍ବାଇ: ବଡ଼ ବାପର ପୁଅ ତଥା ଅଭିନେତା ଅର୍ଜୁନ କପୁର ଅଭିନୟ ଅପେକ୍ଷା ଅନ୍ୟ ସବୁ କଥାକୁ ନେଇ ଅଧିକ ଚର୍ଚ୍ଚାରେ ଥାଆନ୍ତି। କେବେ କୋଉ ଝିଅକୁ ସେ ଡେଟ୍‌ କରନ୍ତି, ସେହି କଥା ବେଶି ଶୁଣିବାକୁ ମିଳେ। ସେହିଭଳି କେବେ ସେ ନିଜର ସାବତ ମା’ ଶ୍ରୀଦେବୀଙ୍କ ସହ ଝଗଡ଼ା କରି ତ କେବେ ନିଜଠୁ ବଡ଼ ଝିଅମାନଙ୍କ ସହ ଡେଟ୍ କରି ଚର୍ଚ୍ଚାରେ ରହନ୍ତି।

ଅରବାଜ ଖାନଙ୍କଠାରୁ ଅଲଗା ହୋଇଥିବା ମଲାଇକାଙ୍କ ହାତଧରି ଅର୍ଜୁନ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ମିଡ଼ିଆ ଖବର ମୁତାବକ ଏବେ ଆଉ ଦୁହିଁଙ୍କ ମଧ୍ୟରେ ମଧୁର ସଂପର୍କ ଥିବାଭଳି ଲାଗୁନାହିଁ। ଏବେ ଅର୍ଜ୍ଜୁନ ଆଉ ଜଣେ ଝିଅର ହାତ ଧରିଛନ୍ତି। ସେ ନିଜେ ଏକଥା କହିଛନ୍ତି। ଅବଶ୍ୟ ସେ ଏକଥା ମିଡ଼ିଆକୁ କଟାକ୍ଷ କରି ଏକଥା କହିଛନ୍ତି।

[caption id="attachment_172125" align="aligncenter" width="800"]malaika ମଲାଇକାଙ୍କ ସହ ଅର୍ଜୁନ[/caption]

ସେ କହିଛନ୍ତି ଯେ ଏବେ ତାଙ୍କ ନାମକୁ ପିରିଣୀତି ଚୋପ୍ରାଙ୍କ ସହ ଯୋଡ଼ାଯିବ। କାରଣ ତାଙ୍କ ଆଗାମୀ ଫିଲ୍ମରେ ପରିଣୀତି ଅଛନ୍ତି। ତେଣୁ ତାଙ୍କ ସହ ସେ ଅଧିକ ସମୟ ବିତାଇବେ। ଆଉ ପରିଣୀତିଙ୍କ ସହ ତାଙ୍କ ନାଁ ଯୋଡ଼ିବାକୁ ମିଡ଼ିଆକୁ ସୁଯୋଗ ମିଳିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos