୧୪ ବର୍ଷ ଧରି ଶାହାରୁଖଙ୍କ ସହିତ କାହିଁକି କଥା ହେଉ ନଥିଲେ ଐଶ୍ୱର୍ଯ୍ୟା?

ମୁମ୍ବାଇ:  ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ସଲମାନଙ୍କ ଶତ୍ରୁତା କାହାକୁ ଅବା ଅଜଣା! ଏମାନଙ୍କ ଶତ୍ରୁତା ପଛରେ କାରଣ ବି ଅଛି। କିନ୍ତୁ ଆପଣ ଜାଣିଛନ୍ତି କି ଐଶ୍‌ ୧୪ ବର୍ଷ ଧରି ଶାହାରୁଖ ଖାନଙ୍କ ସହିତ କଥା ହେଉ ନଥିଲେ। ଏବେ ଦୁହେଁ ପୁଣି ବନ୍ଧୁ ପାଲଟି ଯାଇଛନ୍ତି। ତେବେ ଏତେ ବର୍ଷ ଧରି ଐଶ କାହିଁକି କିଙ୍ଗ୍ ଖାନଙ୍କ ସହ କଥା ହେଉ ନଥିଲେ ଆସନ୍ତୁ ଜାଣିବା। ଘଟଣାଟି ୨୦୦୩ ମସିହାର। ସେତେବେଳେ ଐଶ୍ […]

aish

aish

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 08:04 AM IST

Sports

Latest News

ମୁମ୍ବାଇ:  ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ସଲମାନଙ୍କ ଶତ୍ରୁତା କାହାକୁ ଅବା ଅଜଣା! ଏମାନଙ୍କ ଶତ୍ରୁତା ପଛରେ କାରଣ ବି ଅଛି। କିନ୍ତୁ ଆପଣ ଜାଣିଛନ୍ତି କି ଐଶ୍‌ ୧୪ ବର୍ଷ ଧରି ଶାହାରୁଖ ଖାନଙ୍କ ସହିତ କଥା ହେଉ ନଥିଲେ। ଏବେ ଦୁହେଁ ପୁଣି ବନ୍ଧୁ ପାଲଟି ଯାଇଛନ୍ତି। ତେବେ ଏତେ ବର୍ଷ ଧରି ଐଶ କାହିଁକି କିଙ୍ଗ୍ ଖାନଙ୍କ ସହ କଥା ହେଉ ନଥିଲେ ଆସନ୍ତୁ ଜାଣିବା।

ais

ଘଟଣାଟି ୨୦୦୩ ମସିହାର। ସେତେବେଳେ ଐଶ୍ ଓ ଶାହାରୁଖ ଫିଲ୍ମ ‘ଚଲ୍‌ତେ ଚଲ୍‌ତେ’ରେ ଏକାଠି କାମ କରୁଥିଲେ। ଏହି ସମୟରେ ଐଶ୍‌ ଓ ସଲମାନଙ୍କ ମଧ୍ୟରେ ଜୋରଦାର ଝଗଡ଼ା ଚାଲିଥିଲା। ମିଡିଆ ରିପୋର୍ଟ ଅନୁସାରେ ସଲମାନ ଅନେକ ଥର ‘ଚଲ୍‌ତେ ଚଲ୍‌ତେ’ ସୁଟିଂ ସେଟ୍‌କୁ ଆସି ତାଙ୍କ ସହିତ ଝଗଡ଼ା ଲାଗୁଥିଲେ। ତେଣୁ ସୁଟିଂରେ ବାଧା ସୃଷ୍ଟି ହେଉଥିଲା। ଏଥିଯୋଗୁଁ ଶାହାରୁଖଙ୍କର ବି ଅନେକ କ୍ଷତି ହେଉଥିଲା। କାରଣ ସେ ନିଜେ ଏହି ଫିଲ୍ମର ପ୍ରଡ୍ୟୁସର ଥିଲେ। ତେବେ ବନ୍ଧୁତା ଦୃଷ୍ଟିରୁ ସେ ସଲମାନଙ୍କୁ କିଛି କହି ପାରୁନଥିଲେ। କିନ୍ତୁ ଦିନେ ସଲମାନ ସବୁ ସୀମା ଟପି ଗଲେ। ସୁଟିଂ ସେଟ୍‌ରେ ପହଞ୍ଚି ଭଙ୍ଗାରୁଜା କଲେ। ଏଭଳି ସମସ୍ୟା ଦେଖି ଶାହାରୁଖ ବାଧ୍ୟହୋଇ ଫିଲ୍‌ରୁ ଐଶ୍‌ଙ୍କୁ ବାଦ୍ ଦେଇ ରାଣୀ ମୂଖାର୍ଜୀଙ୍କୁ ନେଇଥିଲେ। ଏହା ଐଶ୍‌ଙ୍କୁ ଭାରି ବାଧି ଥିଲା। ଏହା ପରେ ୧୪ ବର୍ଷ ଧରି ସେ ଶାହାରୁଖଙ୍କ ସହ କଥା ହୋଇ ନଥିଲେ। କିନ୍ତୁ ଏବେ ଆଉ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ନାହିଁ। ନିକଟରେ ଏକ ଆୱାର୍ଡ ଶୋରେ ଉଭୟେ ପରସ୍ପର ସହିତ କଥା ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos